ସେପ୍ଟେମ୍ବର ୯ରେ ନୂଆଖାଇ ଛୁଟି, ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ-ଶିକ୍ଷାନୁଷ୍ଠାନ

Advertisment

ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏଥି ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାରୁ ଯାଇ ଅନ୍ୟତ୍ର ରହୁଥିବା ଲୋକେ ମଧ୍ୟ ଜନ୍ମମାଟିକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି।

Updated On

ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏଥି ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାରୁ ଯାଇ ଅନ୍ୟତ୍ର ରହୁଥିବା ଲୋକେ ମଧ୍ୟ ଜନ୍ମମାଟିକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି।

ଅଦ୍ୟତନ ହୋଇଛି
Nuakhai

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାରୁ ଯାଇ ଅନ୍ୟତ୍ର ରହୁଥିବା ଲୋକେ ମଧ୍ୟ ଜନ୍ମମାଟିକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ସରକାରୀ ସ୍ତରରେ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା ‌କରିଛନ୍ତି।

ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପାଳନ ହେବ।  ଏହି ଦିନ ରବିବାର ପଡୁଥିବାରୁ ସେପ୍ଟେମ୍ବର ୯ ତାରିଖ ଦିନ (ସୋମବାର) ସରକାରୀ ଛୁଟି ରହିବ। ଫଳରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କହିଛନ୍ତି, ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ପାଳନ ହେବ।  ଏହି ଦିନ ରବିବାର ପଡୁଥିବାରୁ ସେପ୍ଟେମ୍ବର ୯ ତାରିଖ ଦିନ (ସୋମବାର) ସରକାରୀ ଛୁଟି ରହିବ। ଫଳରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ ଓ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବ।

ଏହି ଖବର ପଢ଼ନ୍ତୁ: ସେପ୍ଟେମ୍ବର ୮ରେ ପାଳନ ହେବ ଲୋକପ୍ରିୟ ଗଣପର୍ବ ‘ନୂଆଖାଇ’

ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ସମ୍ବଲପୁରର ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ପୂର୍ବାହ୍‌ଣ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।

ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ହୋଇଥିବା ନୂଆଖାଇ ଲଗ୍ନ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ। ଏହା ପରେ ପଶ୍ଚିମ ଓଡ଼ିଶାରେ ଅନ୍ୟସ୍ଥାନଗୁଡ଼ିକରେ ଥିବା ଦେବାଦେବୀଙ୍କ ଠାରେ ନୂଆ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe