ସର୍ବୋତ୍ତମ ଶିକ୍ଷାଦାନ ପ୍ରଣାଳୀକୁ ସରକାର ଗୁରୁତ୍ବ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ

Advertisment

ଶିକ୍ଷା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଣାଳୀ ଆଣିବା ପାଇଁ ଆମ ସରକାର ଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା ଭିତ୍ତିଭୂମିର ସୁଦୃଢୀକରଣ ପାଇଁ ବଜେଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ସ୍ତରରେ ପିଲାମାନଙ୍କ ମୂଳଦୁଆକୁ ମଜବୁତ୍ କରିବା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଖୋଲାଯିବ।

Updated On

ଶିକ୍ଷା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଣାଳୀ ଆଣିବା ପାଇଁ ଆମ ସରକାର ଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା ଭିତ୍ତିଭୂମିର ସୁଦୃଢୀକରଣ ପାଇଁ ବଜେଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ସ୍ତରରେ ପିଲାମାନଙ୍କ ମୂଳଦୁଆକୁ ମଜବୁତ୍ କରିବା ପାଇଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଖୋଲାଯିବ।

ଅଦ୍ୟତନ ହୋଇଛି
teacher

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଣାଳୀ ଆଣିବା ପାଇଁ ଆମ ସରକାର ଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ବଜେଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାଥମିକସ୍ତରରେ ପିଲାମାନଙ୍କ ମୂଳଦୁଆକୁ ମଜବୁତ୍ କରିବା ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଖୋଲାଯିବ। ଏହି ବିଦ୍ୟାଳୟ ଗୁଡ଼ିକ ପ୍ରାଥମିକସ୍ତରରେ ପିଲାଙ୍କ ମେଧା ଶକ୍ତିର ପରିସ୍ଫୁଟନ କରି ସେମାନଙ୍କୁ ଉଚ୍ଚ ବିଦ୍ୟାଳୟକୁ ଛାଡ଼ିବ। ଆଗାମୀ ଦିନରେ ଏହା ଆମର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଦୁଇ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କୃତୀ ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଏବଂ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହା କହିଛନ୍ତି। 

ସମ୍ବର୍ଦ୍ଧନା ଅବସରରେ ଦୁଇ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ୨୦୨୪ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଏହି ଦୁଇ ଜଣ କୃତୀ ଶିକ୍ଷକ ସ୍ଥାନ ପାଇବା ଆମ ପାଇଁ ଗର୍ବର ବିଷୟ। ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ଅଭିନବ ଶିକ୍ଷା ପଦ୍ଧତିର ପ୍ରୟୋଗରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ବିଜ୍ଞାନ ଶିକ୍ଷାକୁ ସହଜ ଉପାୟରେ ପିଲାମାନଙ୍କୁ ବୁଝାଇ ଜଣେ ସୁନାମଧନ୍ୟ ଓ ଆଦର୍ଶ ଶିକ୍ଷକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ସେହିଭଳି କଳା ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଆମୋଦପୂର୍ଣ୍ଣ ଶିକ୍ଷାଦାନ ସହିତ ଶିକ୍ଷାରେ ଜନଜାତି ସଂସ୍କୃତି ଓ କଳାକୁ ପ୍ରଦର୍ଶିତ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଉଭୟଙ୍କର ଏହି ଉଚ୍ଚ ଆଦର୍ଶ ଓ ଉଦ୍ୟମ ବଳରେ ସେମାନେ ଆଜି ଜାତୀୟ ସ୍ତରରେ ପ୍ରଶଂସନୀୟ ହୋଇଛନ୍ତି। 

ଶ୍ରୀ କର କଳାହାଣ୍ଡି ଜିଲ୍ଲା ନର୍ଲାରୋଡସ୍ଥିତ ଜୟଦୁର୍ଗା ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଥିବା ବେଳେ ଡ. ଦ୍ବିତି ଚନ୍ଦ୍ର ସାହୁ ରାୟଗଡା ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ଥ ବିଲେସୁ ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ଭଲ ନାଗରିକ ଭାବେ ଗଢି ତୋଳିବା ହେଉଛି ଆମ ଶିକ୍ଷକ ସମାଜର ଦାୟିତ୍ବ। ସନ୍ତୋଷ କୁମାର କର ଏବଂ ଦ୍ବିତି ଚନ୍ଦ୍ର ସାହୁ ହେଉଛନ୍ତି ଶିକ୍ଷା ଦାନ କ୍ଷେତ୍ରରେ କାମ କରୁଥିବା ସମସ୍ତଙ୍କ ପାଇଁ ପ୍ରେରଣା। 

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ କାର୍ଯ୍ୟକ୍ରମରେ କୃତୀ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କୁ ସ୍ବାଗତ କରିଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe