ବିକାଶିତ ହେବ ପଛୁଆ ଅଞ୍ଚଳ! ବଣ୍ଡାଘାଟି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଣ୍ଡାଘାଟି ବୁଲିବେ। ଖଇରପୁଟ ବ୍ଲକ ଅଧୀନ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ବୁଲିବେ। ଏହି ଅଞ୍ଚଳରେ ଥିବା ୩୨ଟି ଗାଁର ଲୋକଙ୍କର ହାଲଚାଲ ବୁଝିବେ। ବଣ୍ଡାଘାଟିର ଯୁବତୀ ଚମ୍ପା ଧାଙ୍ଗଡ଼ା ମାଝିର ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ ବୋଲି ଜଣାପଡ଼ିଛି।

Mohan charan

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ବୁଲିବେ। ଖଇରପୁଟ ବ୍ଲକ ଅଧୀନ ମୁଦୁଲିପଡ଼ା ଓ ଅଣ୍ଡ୍ରାହାଲ ବୁଲିବେ। ଏହି ଅଞ୍ଚଳରେ ଥିବା ୩୨ଟି ଗାଁର ଲୋକଙ୍କର ହାଲଚାଲ ବୁଝିବେ। ବଣ୍ଡାଘାଟିର ଯୁବତୀ ଚମ୍ପା ଧାଙ୍ଗଡ଼ା ମାଝିର ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ମାଲକାନଗିରି ଯିବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲକାନଗିରିକୁ ଏପର୍ଯ୍ୟନ୍ତ ୨ ଥର ଗସ୍ତ କରିଛନ୍ତି। ସେ ବନ୍ୟା ସମୟରେ ବନ୍ୟାଞ୍ଚଳ ବୁଲିଛନ୍ତି। ମାଲ୍ୟବନ୍ତ ଉତ୍ସବରେ ମଧ୍ୟ ଶ୍ରୀ ମାଝୀ ଯୋଗଦେଇଛନ୍ତି। 

ଆକାଂକ୍ଷି ହାଟ କାର୍ଯ୍ୟକ୍ରମ ଅଭିଯାନରେ ଚମ୍ପା ଧାଙ୍ଗଡ଼ା ଆସିଥିଲେ। ସେ ବଣ୍ଡା ଘାଟିତଳର ଝିଅ। ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଖି ତାଙ୍କ ସହିତ ଫଟୋ ଉଠାଇଛନ୍ତି। ତମ ବଣ୍ଡାଘାଟିକୁ ଯିବା ପାଇଁ ଚମ୍ପା ଧାଙ୍ଗଡା ମାଝୀଙ୍କୁ ମୁଁ କହିଛି। ମାଲକାନଗିରିର ତତକାଳୀନ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିଲେ ସେ କେତେଥର ବଣ୍ଡାଘାଟି ଯାଇଛନ୍ତି। ବଣ୍ଡାଘାଟିରେ ରାସ୍ତାଘାଟ କେମିତି ଅଛି ସେନେଇ ଜିଲ୍ଲାପାଳଙ୍କ ଠାରୁ ଅବଗତ ହୋଇଛନ୍ତି। 

ପଛୁଆ ଅଞ୍ଚଳର ବିକାଶ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ନବରଙ୍ଗପୁରରେ ଗତକାଲି ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଉଥିଲେ। ମୁଁ ଏହାକୁ ଗଣମାଧ୍ୟମରେ ଦେଖିଛି। କାହିଁକି ଏଭଳି ହେଲା, ତୁରନ୍ତ ଏହାର ସମାଧାନ କରନ୍ତୁ। ଏହାକୁ ପ୍ରାଥମିକତା ଦିଆଯାଉ। ରାସ୍ତାର ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛି।  

Malkangiri | CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe