ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି: ୧୦୦୦ ଅନ୍‌ଲାଇନ୍‌ ପଂଜୀକରଣ ବୁକିଂ ଶେଷ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୧ ତାରିଖରେ ଜନ ଅଭିଯୋଗ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ଆଜି ଶେଷ ହୋଇଛି।

CM grivence

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୧ ତାରିଖରେ ଜନ ଅଭିଯୋଗ ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଅଭିଯୋଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ଆଜି ଶେଷ ହୋଇଛି। ଆସନ୍ତା ସୋମବାର ଜନଶୁଣାଣି ପାଇଁ ଆଜି ନିର୍ଦ୍ଧାରିତ ପୂର୍ବାହ୍‌ଣ ୧୧ଟା ସମୟରୁ ଜନଶୁଣାଣି ପୋର୍ଟାଲ ଖୋଲାଯାଇଥିଲା ଏବଂ ଆଜି ଅପରାହ୍‌ଣ ସୁଦ୍ଧା ସମସ୍ତ ୧୦୦୦ ସ୍ଲଟ୍‌ ବୁକିଂ ହୋଇସାରିଥିବା ଜଣାଯାଇଛି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୧ ତାରିଖ ପୂର୍ବାହ୍ଣ ୧୧ଟାରୁ ୟୁନିଟ୍‌-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରି ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। 

ଅନ୍‌ଲାଇନ୍‌ ପଂଜୀକରଣ କରିଥିବା ଜନସାଧାରଣ ସେମାନଙ୍କର ପଂଜୀକୃତ ପ୍ରାପ୍ତି ସ୍ବୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ। ଏସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। 

CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe