ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ରାଜ୍ୟର ସବୁଠୁ ବଡ଼ ଖଣି ଚୋରି, ଗୋପାଳପୁରରେ ୧୦୦ରୁ ଅଧିକ ଚୋରା କୋଇଲା ଖଣି

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଛି ରାଜ୍ୟର ସବୁଠୁ ବଡ଼ ଖଣି ଚୋରି। ଜଙ୍ଗଲର ଛାତି ଚିରି ତିଆରି ହୋଇଛି ଗୋଟିଏ ଗୋଟିଏ କରି ୧୦୦ରୁ ଅଧିକ ଚୋରା କୋଇଲା ଖଣି। ସରକାରୀ ଖଣି ଭଳି ଉପର ମାଟି ବାହାର କରି ମାଟିତଳୁ ବାହାର କରାଯାଉଛି ଟନ୍ ଟନ୍ କୋଇଲା।

bhi

ସୁନ୍ଦରଗଡ଼: କଳାହୀରାର କଳା ସାମ୍ରାଜ୍ୟ । ୧୫ କିଲୋମିଟର ଅଞ୍ଚଳରେ ରହିଛି ଚୋରା କୋଇଲା ଖଣି । ୧୦୦ ରୁ ଊର୍ଦ୍ଧ୍ବ କୋଇଲା ଖଣି କରିଛନ୍ତି ମାଫିଆ, ଯେଉଁଠି ରହିଛି ୪୦ରୁ ଅଧିକ ଷ୍ଟକ ୟାର୍ଡ। ଘଞ୍ଚ ଜଙ୍ଗଲ ବା ରିର୍ଜଭ ଫରେଷ୍ଟ ଭିତରେ ଚାଲିଛି ଏହି କୋଇଲା ଖଣି । ଜଙ୍ଗଲର ଛାତି ଚିରି ତିଆରି ହୋଇଛି ଗୋଟିଏ ଗୋଟିଏ କରି ୧୦୦ରୁ ଅଧିକ ଚୋରା କୋଇଲା ଖଣି। ସରକାରୀ ଖଣି ଭଳି ଉପର ମାଟି ବାହାର କରି ମାଟିତଳୁ ବାହାର କରାଯାଉଛି ଟନ୍ ଟନ୍ କୋଇଲା। କଳାହୀରାକୁ ବାହାର ରାଜ୍ୟ ଛତିଶଗଡ଼ , ଝାରଖଣ୍ଡ , ମଧ୍ୟପ୍ରଦେଶ , ଉତ୍ତରପ୍ରଦେଶ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି ମାଫିଆ । ଜଙ୍ଗଳ ଭିତରେ ଯେଉଁ ଖଣି ଓ ଯେଉଁ କୋଇଲା ଗଚ୍ଛିତ ରଖାଯାଇଛି, ତାହା ଦେଖିଲେ ଯେ କେହି ବିସ୍ମିତ ହୋଇଯିବେ। 

ଗୋପାଳପୁର ଗାଁ ଡେଇଁ କୁଲାପଡା ଓ ତେଲେନଡିହି ରିର୍ଜଭ ଫରେଷ୍ଟ ଭିତରେ ଚାଲିଛି ଶହଶହ ବେଆଇନ କୋଇଲା ଖଣି । କଥାଟା ଶୁଣି କି ବିଶ୍ୱାସ ନଥିଲା ଯେ ଆଜିକା ଦିନରେ ବି ଏତେ ମାତ୍ରାରେ ଚୋରା କୋଇଲା ଖଣି ସୁନ୍ଦରଗଡ଼ ଅଞ୍ଚ ରେ ରହିଥିବ ବୋଲି। ହେଲେ ଖବର ପାଇଲା ପରେ ସମ୍ବାଦ ଓ କନକନ୍ଯୁଜ ଟିମ୍ ଜଙ୍ଗଲ ଆଡକୁ ମୁହାଁଇଥିଲା। ଗୋପାଳପୁର, କୁଲାପଡ଼ା , ଡେଇଁ ଆମେ ଯେତେ ବେଳେ ତେଲେନଡିହି ଜଙ୍ଗଲ ଭିତରକୁ ପଶିଥିଲୁ ସେତେବେଳେ ଛୋଟଛୋଟ କୋଇଲା ଖଣି ଦେଖିବାକୁ ମିଳିଥିଲା । ଆଉ ଗାଡ଼ି ଆଗକୁ ବଢ଼ିନଥିଲା। ଚାଲି ଚାଲି ଆଗକ ବଢ଼ୁଥାଉ ଆଉ ଗୋଟିଏ ପରେ ଗୋଟିଏ ଖଣି ଆମ ସାମ୍ନାକୁ ଆସୁଥାଏ । ଯେତେ ଆଗକୁ ଗଲେ ସେତେ ବଡ଼ ଖଣି , ଆଉ ତାସାଙ୍ଗକୁ ଷ୍ଟକୟାର୍ଡ ଯେଉଁଠି ମାଫିଆ ଗଚ୍ଛିତ ରଖିଥାନ୍ତି ହଜାର ହଜାର ଟନ୍ କୋଇଲା। ଆମେ ପାଖାପାଖି ୭ରୁ ୮ କିଲୋମିଟର ଜଙ୍ଗଲ ଭିତରେ ଗଲା ବେଳକୁ ସେଠାରେ ଯାହା ଦେଖିବାକୁ ପାଇଲୁ ତାହା ଆମକୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ରିର୍ଜଭ ଫରେଷ୍ଟ ଭିତରେ ମାଟି କାଟି କରାଯାଇଛି ରାସ୍ତା , ଆଉ ଷ୍ଟକ ୟାର୍ଡ ସାଙ୍ଗକୁ କୋଇଲା ବୋଝେଇ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଆମେ ୮ କିଲୋମିଟର ଯିବା ମଧ୍ୟରେ ୨୫ରୁ ଅଧିକ ଖଣି ସାଙ୍କୁ ବଡ଼ବଡ଼ ୪ ଟି ଷ୍ଟକ ୟାର୍ଡ ଦେଖିବାକୁ ପାଇଲୁ। ଯେଉଁ ଖଣିଗୁଡ଼ିକ ରହିଛି ସେଠାରୁ ହଜାର ହଜାର ଟନ୍ କୋଇଲା ଖନନ କରି ମାଫିଆମାନେ ବିକ୍ରି କରି ସାରିଥିଲା ବେଳେ ଆହୁରି ଖନନ ଚାଲିଛି। ଆଗକୁ ଏହି ରାସ୍ତା ୩୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି, ଯେଉଁଥିରେ ଆହୁରି ଶହଶହ ଖଣି ଓ ଷ୍ଟକୟାର୍ଡ ରହିଛି। ହେଲେ ଯେମିତି ରାତି ହେଇଯାଉଥିଲା ଆମ ପଛରେ ୨୦ ରୁ ଅଧିକ ବାଇକରେ ମାଫିଆ ଜଙ୍ଗଲରେ ବୁଲିବା ଆରମ୍ଭ କରିଦେଇଥାନ୍ତି । ସେଥିପାଇଁ ଆମେ ଏହ ଜଙ୍ଗଲରୁ ବାହରିବା ପାଇଁ ବାଧ୍ୟ ହେଲୁ। 

ହେଲେ ଏଠି ପ୍ରଶ୍ନ ଉଠୁଛି ଏଭଳି ଶହଶହ ବେଆଇନ କୋଇଲା ଖଣି ଯଦି ଏହି ଜଙ୍ଗଲ ମଧ୍ୟରେ ରହିଛି ଏବଂ ଏଇଠାରୁ ମୁଖ୍ୟ ରାସ୍ତା ଦେଇ ବାହାର ରାଜ୍ୟ ଓ ରାଜ୍ୟ ମଧ୍ୟରେ କୋଇଲା ଚାଲାଣ ହେଉଛି, ତାହାର ଖବର କଣ ଜିଲ୍ଲା ପ୍ରଶାସନ ,ପୁଲିସ , ମାଇନିଂ ବିଭାଗ ପାଖରେ ନାହିଁ। ବଡ଼ବଡ଼ିଆ ବାବୁଙ୍କ କଥା ଛାଡ଼ନ୍ତୁ ବ୍ଲକର ବିଡିଓ , ତହସିଲଦାର , ସ୍ଥାନୀୟ ଆରଆଇ କି ଜଙ୍ଗଲ ଦାୟିତ୍ୱରେ ଥିବା ବନବିଭାଗ ପାଖରେ ମଧ୍ୟ ନାହିଁ।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe