Cold Wave Odisha ସାରା ରାଜ୍ୟକୁ କଲକଲ କରୁଛି ହାଡ଼ଭଙ୍ଗା ଶୀତ, ୩ଡିଗ୍ରିରେ ଥରୁଛି ଘୁ.ଉଦୟଗିରି

Advertisment

ଆଜି ସାରା ରାଜ୍ୟକୁ କଲକଲ କରୁଛି ହାଡ଼ଭଙ୍ଗା cold। ଆଜି ରାଜଧାନୀରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ତେଣେ ଘୁ.ଉଦୟଗିରିରେ ଚଳିତ ବର୍ଷ ସମସ୍ତ ରେକର୍ଡ଼  ଭାଙ୍ଗିଲା ଶୀତ। ତାପମାତ୍ରା ୩ ଡିଗ୍ରି ରେକର୍ଡ।

ଆଜି ସାରା ରାଜ୍ୟକୁ କଲକଲ କରୁଛି ହାଡ଼ଭଙ୍ଗା cold। ଆଜି ରାଜଧାନୀରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ତେଣେ ଘୁ.ଉଦୟଗିରିରେ ଚଳିତ ବର୍ଷ ସମସ୍ତ ରେକର୍ଡ଼  ଭାଙ୍ଗିଲା ଶୀତ। ତାପମାତ୍ରା ୩ ଡିଗ୍ରି ରେକର୍ଡ।

Un

cold wave in odisha Photograph: (sambad.in)

ଭୁବନେଶ୍ବର: ଆଜି ସାରା ରାଜ୍ୟକୁ କଲକଲ କରୁଛି ହାଡ଼ଭଙ୍ଗା ଶୀତ। ଆଜି ରାଜଧାନୀରେ ସକାଳ ସାଢ଼େ ୫ଟାରେ ତାପମାତ୍ରା ୧୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। କଟକରେ ବି ଅନୁରୂପ ସ୍ଥିତି। ଏଣେ ରାଇକଳା ଓ କେନ୍ଦୁଝରରେ ୩.୬ ଡିଗ୍ରିକୁ ଖସିଛି ପାରଦ। ଦାରିଙ୍ଗବାଡ଼ି ଓ କନ୍ଧମାଳରେ ପାରଦ ୩.୭ ଡିଗ୍ରି ଥିବା ବେଳେ ଥୁଆମୂଳ ରାମପୁର ଓ କଳାହାଣ୍ଡିରେ ୩.୯ ଡିଗ୍ରି ରେକର୍ଡ ହୋଇଛି।

ଘୁ.ଉଦୟଗିରିରେ ରେକର୍ଡ ଭାଙ୍ଗିଲା ଶୀତ

ତେଣେ ଘୁ.ଉଦୟଗିରିରେ ଚଳିତ ବର୍ଷ ସମସ୍ତ ରେକର୍ଡ଼  ଭାଙ୍ଗିଲା ଶୀତ। ତାପମାତ୍ରା ୩ ଡିଗ୍ରି ରେକର୍ଡ। ଚଳିତ ବର୍ଷର ସବୁଠାରୁ କମ ତାପମାତ୍ରା। ଜାଡ଼ରେ ଥରୁଛି ସାରା ଅଞ୍ଚଳ। କଲବଲ କଲାଣି ଅସହ୍ୟ ଶୀତ।

ଆହୁରି ପଢ଼ନ୍ତୁ:Doctors' Protest Continues ସାରା ରାଜ୍ୟରେ ଏସ୍‌ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ

ରାଜ୍ୟର ସର୍ବାଧିକ ତାପମାତ୍ରାର ସହର ଝାରସୁଗୁଡ଼ାରେ ତାପମାତ୍ରା ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ସୋମବାର-ମଙ୍ଗଳବାର ରାତିରେ ଏଠାରେ ତାପମାତ୍ରା ୫-ରୁ ୬ଡିଗ୍ରି ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତ ସପ୍ତାହ ଥଣ୍ଡାରୁ ଆଶ୍ବସ୍ତି ମିଳିବା ସମ୍ଭାବନ କମ୍‌ ରହିଛି।

ଆହୁରି ପଢ଼ନ୍ତୁ: Banakalagi Niti Today ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

କାଠ ନିଆଁ ପାଖରେ ଗହଳି

ଶୀତରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦେଖିବାକୁ ମିଳୁଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ଜଣାଶୁଣା ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହେଉଛି। ସମ୍ବଲପୁର ଓ ନୂଆପଡ଼ା ସହିତ ଉପକୂଳ ଓଡ଼ିଶାର ତାପମାତ୍ରା ସମାନ ପରିଲକ୍ଷିତ ହେଉଛି।‌ ଲୋକମାନେ ଦିନତମାମ ଶୀତବସ୍ତ୍ର ପରିଧାନ କରୁଥିବା ଦୃଷ୍ଟିଗୋଚର ହେଉଛି। ଜଳାଶୟରେ ଲୋକଙ୍କର ଭିଡ଼ ଅପେକ୍ଷାକୃତ କମ୍‌ ରହୁଛି। ‌ଛୋଟପିଲା ଓ ବୟସ୍କ ବ୍ୟକ୍ତିଙ୍କୁ ଶୀତ ଅଧିକ ଯନ୍ତ୍ରଣା ଦେଉଛି। ଗ୍ରାମାଞ୍ଚଳରେ ଲୋକମାନେ କାଠନିଆଁ ପାଖରେ ବସି ଗପସପ କରିବା ସହିତ ଶୀତଦାଉରୁ ଆଶ୍ବସ୍ତିଲାଭ କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe