ଯୋଜନାର ସଫଳ ରୁପାୟନ ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଜିଲ୍ଲାପାଳ

ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହ ପରିସରରେ ମଙ୍ଗଳବାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକର ପିଇଓ ଏବଂ ଏସିଡିଇଓମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

Training to PEO in Nabarangpur district.

Training to PEO in Nabarangpur district. Photograph: (sambad.in)

ନବରଙ୍ଗପୁର: ସ୍ଥାନୀୟ ଜିଲ୍ଲାପରିଷଦ ସଭାଗୃହ ପରିସରରେ ମଙ୍ଗଳବାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା ଓ ପାପଡାହାଣ୍ଡି ବ୍ଲକର ପିଇଓ ଏବଂ ଏସିଡିଇଓମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର ଏଥିରେ ଯୋଗ ଦେଇ ଗ୍ରାମାଂଚଳର ସାମଗ୍ରୀକ ବିକାଶ ହେଲେ ଜିଲ୍ଲା, ରାଜ୍ୟ ଓ ରାଷ୍ଟ୍ରର ବିକାଶ ହୋଇପାରିବ। ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଏଥି ପାଇଁ ବିଭିନ୍ନ ଯୋଜନାରେ ପଂଚାୟତକୁ ଅନୁଦାନ ଦେଇ ଆସୁଛନ୍ତି।

ଏହି ଅନୁଦାନକୁ ସଠିକ ଭାବେ ରୁପାୟନ କରି ଗ୍ରାମାଂଚଳରେ ଏହାର ସଫଳତା ପ୍ରତିପାଦିତ କରିବାକୁ ଜିଲ୍ଲାପାଳ କହିଥିଲେ। କୌଣସି ପଂଚାୟତରେ ଯୋଜନା ଗୁଡିକ ସଫଳ ରୁପାୟନ ହେଉନଥିବା ଅଭିଯୋଗ ଆସିଲେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିଲେ।

ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଜିଲା ପଞ୍ଚାୟତ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ଓରମାସ ଜିଲା ଉପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏ.ଉମା ମହେଶ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକ, ଗ୍ରାମୀଣ ଆବାସ ପ୍ରକଳ୍ପ ଅଧିକାରୀ  ଦେବସ୍ମିତା କର, ଓଡ଼ିଶା ଜୀବିକା ମିଶନ ଜିଲା ପ୍ରକଳ୍ପ ଅଧିକାରୀ ସସ୍ମିତା ସାମନ୍ତରାୟ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ନିୟୋଜନ ଅଧିକାରୀ ଆନନ୍ଦ ପଲେଇ  ପ୍ରମୁଖ ତାଲିମ ଦାତା ଭାବେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।

ମନରେଗା, ଶ୍ରମିକ ବଜେଟ ପ୍ରସ୍ତୁତି, ସାମାଜିକ ସମୀକ୍ଷା, ଦକ୍ଷତା ବିକାଶ, ଓରମାସର  ବଜାର ବ୍ୟବସ୍ଥା, ଜୀବିକା ମିଶନ, ସ୍ୱୟଂସହାୟକ ଗୋଷ୍ଠୀ ବ୍ୟାଙ୍କ ଲିଂକେଜ, ଖାଦ୍ୟ ସୁରକ୍ଷା ଯୋଜନାର ହିସାବ କିତାବର ସଠିକ ପରିଚାଳନା ଆଦି ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା ।  ପଞ୍ଚାୟତ ସ୍ତରରେ ସରକାରୀ ଯୋଜନା ଗୁଡିକ ତୃଣ ମୂଳ ସ୍ତରରେ କିଭଳି ହିତାଧିକାରୀ ସୁଫଳ ପାଇବେ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଥିଲା । ଆସନ୍ତା ୨୨ ତାରିଖରେ ଏହିଭଳି ଡାବୁଗାଁ ବ୍ଲକ ସମ୍ମିଳନୀ ଗୃହରେ ଡାବୁଗାଁ, ଉମରକୋଟ, ଝରିଗାଁ, ରାଇଘର  ଓ ଚନ୍ଦାହାଣ୍ଡି ବ୍ଲକର ପିଇଓ ଓ ଏସିଡିଇଓ ମାନଙ୍କୁ ତାଲିମ ଦିଆଯିବ। 

Nabarangpur  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe