ନକ୍ସଲ ପଶିବା ସମ୍ଭାବନା ନେଇ କମ୍ବିଂ ଜୋରଦାର: ଏସ୍‌ପି

ମାଲକାନଗିରି ଏସ୍‌ପି କହିଛନ୍ତି, ନକ୍ସଲଙ୍କର ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି। ଗୁଇନ୍ଦାକୁ ଆଲର୍ଟ କରାଯାଇଛି। ବିଶେଷକରି ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ କରାଯାଉଛି। ସ୍ଥିତି ପୂର୍ବାବସ୍ଥାକୁ ଫେରିବାର ସମ୍ଭାବନା ରହିଥିବାରୁ ଯବାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

malkangiri sp

ମାଲକାନଗିରି: ସୀମାନ୍ତ ଛତିଶଗଡରେ ଏବେ ଅପରେସନ ଜୋରଦାର କରାଯାଉଛି। ଲଗାତାର ନକ୍ସଲ ଦମନରେ ସଫଲତା ମିଳିବାରେ ଲାଗିଛି। ଚଳିତ ବର୍ଷ ପ୍ରାୟ ୧୫୦ ନକ୍ସଲଙ୍କ ନିହତ ହୋଇଥିବା ବେଳେ ୩୦୦ ଊର୍ଦ୍ଧ୍ବ ନକ୍ସଲ ଗିରଫ ଏବଂ ୫୦୦ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି। ନକ୍ସଲଙ୍କର ଗଡ ଭାବେ ଆବୁଝମାଡ ଜଂଗଲ ବେଶ ପରିଚିତ। ଏବେ ଯବାନ ଆବୁଝମାଡ଼ ଜଂଗଲରେ ପଶି ନକ୍ସଲଙ୍କୁ ବେକଫୁଟକୁ ଠେଲିବାକୁ ଯୋଜନା କରିଛନ୍ତି। ଦିନରାତି ଏକ କରି ଯବାନ ନକ୍ସଲ ଗଡରେ ରହି ନକ୍ସଲଙ୍କୁ ପରାସ୍ତ କରୁଛନ୍ତି।

ଗତ ଏକ ସପ୍ତାହ ମଧ୍ୟରେ ୧୫ ଜଣ ନକ୍ସଲଙ୍କର ମୃତ୍ୟୁ ହେଲାଣି। ନକ୍ସଲ ଏବେ ଲୁଚିବା ପାଇଁ ସ୍ଥାୟୀ ସୁରକ୍ଷିତ ସ୍ଥାନ ଖୋଜିଲେଣି। ଗତ କିଛି ଦିନ ତଳେ ଛତିଶଗଡରୁ ତେଲେଙ୍ଗାନାକୁ ପଳାୟନ କରିଥିବା ନକ୍ସଲ ଗ୍ରେହାଉଣ୍ଡ ଯବାନଙ୍କ ଗୁଳିର ଶିକାର ହୋଇଥିଲେ। ନକ୍ସଲ ପଳାୟନ ପନ୍ଥି ଭାବେ ଅନ୍ୟ ରାଜ୍ୟକୁ ଲୁଚି ପଳାଉଥିବା ବେଳେ ମାଲକାନଗିରି ଜିଲ୍ଲାକୁ ମଧ୍ୟ ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ଜିଲ୍ଲା ପୁଲିସ, ବିଏସଏଫ, ଡିଭିଏଫ ଓ ଏସଓଜି ତରଫରୁ ସୀମାରେ ହାଇଆଲର୍ଟ ଘୋଷଣା କରାଯିବା ସହ ଯବାନଙ୍କୁ କୁମ୍ବିଂ ପାଇଁ ଜଂଗଲରେ ପଠାଯାଇଥିବା ଏସପି ନୀତିଶ ୱାଧୱାନୀ ପ୍ରକାଶ କରିଛନ୍ତି।

ଏସପି ଶ୍ରୀ ୱାଧୱାନୀ କହିଛନ୍ତି ଯେ ନକ୍ସଲଙ୍କର ସମସ୍ତ ଗତିବିଧି ଉପରେ ନଜର ରଖାଯାଇଛି। ଗୁଇନ୍ଦାକୁ ଆଲର୍ଟ କରାଯାଇଛି। ବିଶେଷକରି ଛତିଶଗଡ଼ ସୀମାରେ କମ୍ବିଂ ଅପରେସନ ଜୋରଦାର କରାଯାଉଛି ବୋଲି କହିଥିଲେ। ନକ୍ସଲ ପୁଣି ଜିଲ୍ଲାରେ ପଶିଲେ ସ୍ଥିତି ପୂର୍ବାବସ୍ଥାକୁ ଫେରିବାର ସମ୍ଭାବନା ରହିଥିବାରୁ ଯବାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଘାଇଲା ନକ୍ସଲ ଯେପରି ମାଲାକନଗିରି ଜିଲ୍ଲାରେ ନପସନ୍ତି ସେଥିପାଇଁ ସମସ୍ତ ବାଟକୁ ବନ୍ଦ କରାଯାଇଥିବା ପୁଲିସ ବିଭାଗ ତରଫରୁ କୁହାଯାଇଛି। ନକ୍ସଲ ଏବେ ଘାଇଲା ବାଘ ଭଳି ବୁଲୁଛନ୍ତି।କୌଣସି ମୁହର୍ତ୍ତରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାର ଯୋଜନା ପ୍ରସ୍ତୁତ କରୁଥିବେ। ତେଣୁ ଯବାନଙ୍କୁ ଅତି ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କୁହାଯାଇଛି।

ଘାଇଲା ନକ୍ସଲ ଯେପରି ମାଲାକନଗିରି ଜିଲ୍ଲାରେ ନପସନ୍ତି ସେଥିପାଇଁ ସମସ୍ତ ବାଟକୁ ବନ୍ଦ କରାଯାଇଥିବା ପୁଲିସ ବିଭାଗ ତରଫରୁ କୁହାଯାଇଛି।

ଜିଲ୍ଲାର ପଡ଼ିଆ, କାଲିମେଳା, ମାଥିଲି ବ୍ଲକ ଦେଇ ଛତିଶଗଡ଼ ସୀମା ଲାଗି ରହିଥିବାରୁ ଏହି ତିନି ବ୍ଲକର ଆଭ୍ୟନ୍ତରିଣ ଜଂଗଲରେ ନକ୍ସଲ ଲୁଚି ରହିବେ ବୋଲି ଆଶଂକା କରାଯାଉଛି। ମାଲକାନଗିରି ପୁଲିସ ନକ୍ସଲଙ୍କୁ ଜିଲ୍ଲାରେ ଭର୍ତ୍ତି ନକରିବା ପାଇଁ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe