ଘରକୁ ଘର ବୁଲି ଆୟୁଷ୍ମାନ ବୀମା କାର୍ଡ ବାଣ୍ଟିଲେ ପରିବହନ ମନ୍ତ୍ରୀ

Advertisment

ପ୍ରଧାନମନ୍ତ୍ରୀ ବୋୟ ବନ୍ଦନା ଆୟୁଷ୍ମାନ ବୀମା ସ୍ୱାସ୍ଥ୍ୟ କାର୍ଡ ୧୦ ନଂ ୱାର୍ଡରେ ଘରଘର ବୁଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି କାର୍ଡ ବାଣ୍ଟିଥିଲେ।

ପ୍ରଧାନମନ୍ତ୍ରୀ ବୋୟ ବନ୍ଦନା ଆୟୁଷ୍ମାନ ବୀମା ସ୍ୱାସ୍ଥ୍ୟ କାର୍ଡ ୧୦ ନଂ ୱାର୍ଡରେ ଘରଘର ବୁଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି କାର୍ଡ ବାଣ୍ଟିଥିଲେ।

ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ବୋୟ ବନ୍ଦନା ଆୟୁଷ୍ମାନ ବୀମା ସ୍ୱାସ୍ଥ୍ୟ କାର୍ଡ ୧୦ ନଂ ୱାର୍ଡରେ ଘରଘର ବୁଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କାର୍ଡ ବାଣ୍ଟିଥିଲେ। ନବରଙ୍ଗପୁର ୧୦ ୱାର୍ଡସ୍ଥିତ ଆଖଣ୍ଡଳମଣି ମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପରିବହନ ମନ୍ତ୍ରୀ ଶ୍ରୀ ଜେନା, ନବରଙ୍ଗପୁର ସାଂସଦ ବଲଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ପୌର ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଜିଲ୍ଲା ବିଜେପି ସଭାପତି କୁଞ୍ଜ ବିହାରୀ ଦାସ, ସିଡିଏମଓ ଡ. ସନ୍ତୋଷ ପଣ୍ଡା ପ୍ରମୁଖ ଯୋଗ ଦେଇ ବିତରଣ କରିଥିଲେl

କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀ ଶ୍ରୀ ଜେନା ୧୦ ୱାର୍ଡ ନଂ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ବ୍ୟକ୍ତିମାନଙ୍କ ଘରଘର ବୁଲି ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କାରିଥିଲେ l ୧୦ ନଂ ୱାର୍ଡ ରେ ମୋଟ ୩୭ ଜଣଙ୍କୁ ପ୍ରଧାନମନ୍ତ୍ରୀ ବୋୟ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲାl

publive-image

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୧୦ ନଂ ୱାର୍ଡ କାଉନସିଲର  ଏ. ସତୀଶ,  ପୁନମ ସାହୁ, ମମତା ମହାରଣା, ସମେଶ ଖରା ସମେତ ସ୍ୱାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଓ ଏ ଏନ ଏମ ଓ  ଆଶା କର୍ମୀ ଆଦି ଉପସ୍ଥିତ ରହିଥିଲେl  

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe