Swimming pool at Kalinga stadium. Photograph: (Sambad )
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ସନ୍ତରଣ ହାଇ ପ୍ରଫର୍ମାନ୍ସ ସେଣ୍ଟରରେ ଛାତ୍ରଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ପରେ କ୍ରୀଡ଼ା ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। କମିଟିରେ ୪ ଜଣ ସଦସ୍ୟ ରହିଛନ୍ତି। ଆଡିସନାଲ ସେକ୍ରେଟାରି ଅଶୋକ କୁମାର ପଣ୍ଡା, ଡେପୁଟି ସେକ୍ରେଟାରି ଅମିତ କୁମାର ନାୟକ, ଓଏସଡି ସୋନାଲି ଚାନ୍ଦ ଓ କ୍ରୀଡ଼ା ବିଭାଗର ଅଣ୍ଡର ସେକ୍ରେଟାରି ରୂପାନ୍ବିତା ପଣ୍ଡା ଏହି କମିଟିର ସଦସ୍ୟ ଅଛନ୍ତି।
ଏମାନେ ପ୍ରସଙ୍ଗର ତଦନ୍ତ କରି ଶ୍ରୀଘ୍ର କ୍ରୀଡ଼ା ବିଭାଗକୁ ରିପୋର୍ଟ ଦେବେ। ଗତକାଲି ସନ୍ତରଣ ହାଇ ପ୍ରଫର୍ମାନ୍ସ ସେଣ୍ଟର୍ରେ ରହୁଥିବା ଖେଳାଳି ଅଭିଯୋଗ ଆଣିଥିଲେ। ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ମାଡ଼ ମରାଯାଉଥିବା ଅଭିଯୋଗ ଆଣିଥିଲେ।
ଖେଳାଳିଙ୍କ ଅଭିଭାବକମାନେ ବି ଅଭିଯୋଗ କରିଥିଲେ ଯେ, କ୍ରୀଡା ଛାତ୍ରାବାସରେ ରହୁଥିବା ଖେଳାଳିଙ୍କୁ ଅଭ୍ୟାସ ପାଇଁ ସୁଯୋଗ ମିଳୁନାହିଁ କି ପିଲାଙ୍କୁ ଠିକ ଭାବେ ଖାଇବାକୁ ଦିଆଯାଉନାହିଁ। ଏହି ଅଭିଯୋଗ ପରେ ଖେଳାଳିଙ୍କ ସହ ଆଲୋଚନା କରିଥିଲେ କ୍ରୀଡ଼ା ବିଭାଗର ଅଧିକାରୀ। ଏବେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
Follow Us