ସରକାରୀ କାର୍ଯ୍ୟରେ ବାଂଲାଦେଶର ଶ୍ରମିକଙ୍କୁ ଠିକାରେ ନିଯୁକ୍ତି ନେଇ ଅଭିଯୋଗ

ମୟୂରଭଂଜ ଜିଲ୍ଲା ବାମନଘାଟୀ ଡେଲି ଲେବର ୟୁନିୟନ ପକ୍ଷରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡର ଗରିବ ଶ୍ରେଣୀର ଶ୍ରମିକ, ମିସ୍ତ୍ରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ନଦେଇ ବାଂଲାଦେଶ ଓ ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ସରକାରୀ କୋଠା ସମେତ ଅନ୍ୟାନ୍ୟ କାର୍ଯ୍ୟରେ ନିୟଜିତ କରାଯାଉଥିବା ଅଭିଯୋଗ ହୋଇଛି।

r

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଡେଲି ଲେବର ୟୁନିୟନ ପକ୍ଷରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉପଖଣ୍ଡର ଗରିବ ଶ୍ରେଣୀର ଶ୍ରମିକ, ମିସ୍ତ୍ରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ନଦେଇ ବାଂଲାଦେଶ ଓ ପଶ୍ଚିମବଙ୍ଗର ଶ୍ରମିକମାନଙ୍କୁ ସରକାରୀ କୋଠା ସମେତ ଅନ୍ୟାନ୍ୟ କାର୍ଯ୍ୟରେ ନିୟଜିତ କରାଯାଉଥିବା ଅଭିଯୋଗ ହୋଇଛି।

ବାମନଘାଟୀ ଡେଲି ଲେବର ୟୁନିୟନର ଉପଦେଷ୍ଟା ସୁନିଲ ମାଝୀ, ସଭାପତି ଗୋବିନ୍ଦ ମୁର୍ମୁ, ଉପସଭାପତି ନାରାୟଣ ମାରାଣ୍ଡି, ସମ୍ପାଦକ ଲକ୍ଷ୍ମଣ ବେଶ୍ରା, ସହ ସମ୍ପାଦକ ବିଶ୍ୱନାଥ କିସ୍କୁ ଓ କୋଷାଧକ୍ଷ ମକରା ମାଝୀଙ୍କ ସମେତ ଶ୍ରମିକମାନେ ଉପସ୍ଥିତ ହୋଇ ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଯଥାଶିଘ୍ର ବାଂଲାଦେଶର ଠିକାଦାର ଓ ଶ୍ରମିକଙ୍କ ପରିଚୟ ପତ୍ର ଯାଂଚ କରିବା ସହିତ ସେମାନଙ୍କୁ ଏଠାରୁ ତଡି ଦିଆଯାଉ। କାହିଁକି ନା ସେମାନେ ସରକାରଙ୍କ ମଜୁରୀ ନିୟମକୁ ଉଲଂଘନ କରି ସ୍ୱଳ୍ପ ମୂଲ୍ୟରେ ଠିକାନେଇ ସେମାନେ ସରକାରୀ ଓ ବେସରକାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ତଡିଲେ ସ୍ଥାନୀୟ ଶ୍ରମିକ ଓ କର୍ମଚାରୀମାନେ କାର୍ଯ୍ୟ ପାଇବା ସହିତ ବେକାରୀମୁକ୍ତ ଜିଲ୍ଲା ହେବାରେ ସହାୟକ କରିବ। ଉକ୍ତ ଦାବିପତ୍ର ପାଇବା ପରେ ଉପଜିଲ୍ଲାପାଳ ଲେବର୍ ଅଫିସର୍ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ ବୋଲି ମତ ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe