ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟିର ତତ୍ତ୍ବାବଧାନରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।
କଂଗ୍ରେସ ପକ୍ଷରୁ ଜୁଲାଇ ୧୭ ତାରିଖରେ ହେବାକୁ ଥିବା ଓଡ଼ିଶା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରିଛି। ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଜରୁରୀକାଳୀନ ସେବା ପ୍ରଭାବିତ ନହେବା ଉପରେ ଗୁରୁତ୍ୱ ଦେଇଛି।
ବନ୍ଦକୁ କଂଗ୍ରେସ ସମେତ ସମସ୍ତ ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍ଏଲ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍ସିପି, ଏସ୍ପି ଓ ଆର୍ଜେଡି ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦ ଯୋଗୁଁ ଗୁରୁବାର ଶିକ୍ଷାନୁଷ୍ଠାନ, ପେଟ୍ରୋଲ୍ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।
congress | Balasore
ସୂଚନା: ଆମେ ଏହି ଖବରକୁ କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ପାଠକଙ୍କ ନିକଟରେ ସଦ୍ୟତମ ଖବର ପହଞ୍ଚାଇବା ପାଇଁ sambad.in ଉଦ୍ୟମ ଜାରି ରଖିଛି। ଅଧିକ ତଥ୍ୟ ଜାଣିବା ପାଇଁ ଆମ ସହିତ ଜଡ଼ିତ ରୁହନ୍ତୁ।
ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି। ମାକେ;ଟ କ୍ୟାଣ୍ଟିନ ଛକ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ ସମେତ ଅନ୍ୟ ପ୍ରମୁଖ ଛକରେ କଂଗ୍ରେସକର୍ମୀମାନେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।
/filters:format(webp)/sambad/media/media_files/2025/07/17/government-should-give-justice-to-women-opposition-claims-2025-07-17-08-39-29.jpg)
ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବି କରି କଂଗ୍ରେସ ନେତୃତ୍ବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସହିତ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ସହିତ ଓଡ଼ିଶା ବନ୍ଦ ପାଳନ କରୁଛନ୍ତି। ନାରୀଙ୍କୁ ନ୍ୟାୟ ଦିଅ ନହେଲେ ଗାଦି ଛାଡ଼ ବୋଲି ବିରୋଧୀ ଦାବି କରିଛନ୍ତି।
/filters:format(webp)/sambad/media/media_files/2025/07/17/police-remaining-silent-on-atrocities-against-women-cpi-2025-07-17-08-58-35.jpg)
ରାଜ୍ୟ ସରକାରଙ୍କ ବିରୋଧରେ ସିପିଆଇ(ଏମ୍ଏଲ୍) ଲିବରେସନ ଏବଂ ସିପିଆଇ(ଏମ୍)ର କର୍ମୀମାନେ ଭୁବନେଶ୍ୱରରେ ପ୍ରତିବାଦ କରିଛନ୍ତି। ସିପିଆଇ(ଏମ୍) ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି, ଆଠଟି ରାଜନୈତିକ ଦଳ ଓଡ଼ିଶାର ଜନସାଧାରଣ ଏବଂ ଅନ୍ୟାନ୍ୟ ବାମ ଗଣତାନ୍ତ୍ରିକ ଶକ୍ତି, ପରିବହନ, ଶିକ୍ଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି ଏବଂ ପ୍ରତିକ୍ରିୟା ବେଶ୍ ସଫଳ ରହିଛି। ଏହି ବନ୍ଦ କେବଳ ଆଠଟି ରାଜନୈତିକ ଦଳ ମଧ୍ୟରେ ସୀମିତ ନୁହେଁ। ଏହା ଓଡ଼ିଶାର ଏକ ଜନସାଧାରଣଙ୍କ ବନ୍ଦ ପାଲଟିଛି। ବିଜେପି ଦାବି କରୁଛି ଯେ, ବିଜେପିର ଏକ ଡବଲ ଇଞ୍ଜିନ୍ ସରକାର ରାଜ୍ୟରେ ଅଛି। କିନ୍ତୁ ସେମାନଙ୍କ ଶାସନ କାଳରେ ମହିଳାଙ୍କ ପ୍ରତି ଅନେକ ଅତ୍ୟାଚାର କରାଯାଉଛି। ଏକ୍ଷେତ୍ରରେ ପୁଲିସ ନୀରବ ରହୁଛି ବୋଲି ସେ ଅଭିଯୋଗ କରିଛନ୍ତି।
/filters:format(webp)/sambad/media/media_files/2025/07/17/odisha-closed-bhadrak-market-closed-tires-burnt-on-roads-railway-closed-2025-07-17-09-45-32.jpg)
ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରି ପ୍ରଦର୍ଶନ କରି ରାଜନୈତିକ ଦଳରକର୍ମୀମାନେ ରେଳ ରୋକ କରିଛନ୍ତି। ରେଳବାଇ ପୁଲିସ ପୁରୀରେ ବିରୋଧୀ ଦଳର କର୍ମୀମାନଙ୍କୁ ରେଳ ଟ୍ରାକରୁ ହଟାଇ ଦେଇଛି।
ମୟୂରଭଞ୍ଜରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇ ରାସ୍ତାରେ ଟାୟାର ଜଳାଇ ରାଜନୈତିକ ଦଳଙ୍କ ପକ୍ଷରୁ ବନ୍ଦ ପାଳନ କରାଯାଇଛି।
ବନ୍ଦକୁ ସମର୍ଥନ କରି ଭଦ୍ରକରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି।
ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ରାସ୍ତାରେ ରାଜନୈତିକ ଦଳରକର୍ମୀମାନେ ପିକେଟିଂ କରୁଛନ୍ତି। ଫଳରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟନ୍ତ ହୋଇ ପଡ଼ିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ବ୍ଲକର ବିଶ୍ୱନାଥପୁର ସ୍ଥିତ ବିଜେପୁର ଛକ, ଲାଞ୍ଜିଗଡ ବଜାର ଛକ,ଲାଞ୍ଜିଗଡ ବେଦାନ୍ତ କମ୍ପାନୀର ମୁଖ୍ୟ ଗେଟ, ଜଗନ୍ନାଥ ପୁର ଛକ, ଛତ୍ରପୁର ପଞ୍ଚାୟତ ମସ୍କା ପଦର ଛକ,ଲାଞ୍ଜି ପଞ୍ଚାୟତ ମୂଷାନାଳ ଛକ,ବସନ୍ତ ପଡା ଛକ, ବେନଗାଁ ଛକ,ଲାଖବାହିଲି ଛକର ସମସ୍ତ ପ୍ରବେଶ ପଥ ବନ୍ଦ କରାଯାଇଛି । ଏହା ସହ ବ୍ଳକର ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରିବା ପାଇଁ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ଜରୁରୀ ସେବା କୁ ବାଦ ଦିଆଯାଇଛି।ଲାଞ୍ଜିଗଡ ବ୍ଳକ କଂଗ୍ରେସ ସଭାପତି ଵିଜୟ ନାଏକଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନରେ କଂଗ୍ରେସ ପକ୍ଷରୁ ପ୍ରଦୀପ ମାଝୀ, ସଦା ନାଏକ,ଗୋବିନ୍ଦ ପ୍ରଧାନୀ, ସନ୍ତୋଷ ତୁଳ, ଶିଶିର ପୁଜାରୀ, କ୍ଷିତ ନାଏକ, ରାଜେନ୍ଦ୍ର ନାଏକ,ପ୍ରମୋଦ ସାହୁ,ଜଗତ ନାଏକ, ସନ୍ତୋଷ ତାଣ୍ଡି ସମେତ ଶତାଧିକ କଂଗ୍ରେସ କର୍ମୀ ବ୍ଲକର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ସୁନ୍ଦରଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦ ପାଳନ ବେଳେ ରାଜ୍ୟ ରାଜପଥ ୧୦ ନମ୍ବର କୁ ଅବରୋଧ କରିବା ସହ ସୁନ୍ଦରଗଡ଼ ସହର କୁ ତିନୋଟି ପ୍ରବେଶ ପଥ ରାଣୀ ବଗିଚା ବାଇପାସ୍, କଲେଜ ବାଇପାସ୍ ଏବଂ ପୁରୁଣା ଟୋଲ ଗେଟ କିରେଇ ନିକଟରେ ଟାୟାର ଜାଳି ପ୍ରବେଶ ପଥ ବନ୍ଦ କରାଯାଇଛି । ଏହା ସହ ସହର ର ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଳନ କରାଯାଉଥିବା ବେଳେ ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଛି । ସୁନ୍ଦରଗଡ଼ର ସମସ୍ତ ଜନସାଧାରଣ, ସମସ୍ତ ବ୍ୟବ ସାୟିକ ଅନୁଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ ଓ କେନ୍ଦ୍ର ସରକାର ଙ୍କ କାର୍ଯ୍ୟାଳୟ, ସମସ୍ତ ଶିକ୍ଷା ଅନୁଷ୍ଠାନ, ସମସ୍ତ ପ୍ରକାର ର ଯାନବାହାନ,ଦୋକାନ, ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନରେ ଅତ୍ୟାବଶ୍ୟକ ଜରୁରୀ ସେବା କୁ ବାଦ ଦିଆଯାଇଛି । ତେବେ ବାହାର କିଛି ଯାତ୍ରୀ ବନ୍ଦ ପାଳନକୁ ଜାଣି ନପାରି ଆସି ଯାଇଥିବାରୁ ବନ୍ଦ ପାଳନରେ ଫସି ଯାଇଛନ୍ତି।
ରାଜଗାଙ୍ଗପୁର ବିଧାୟକ ସିଏସ ରାଜନ ଏକ୍କାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ରାଜଗାଙ୍ଗପୁର, କାଂଶବାହାଲ, ଓ କଲୁଙ୍ଗାରେ ପିକେଟିଂ କରିଛନ୍ତି। ୧୨ ଘଣ୍ଟିଆ ବନ୍ଦ ଡାକରା ସୁଦ୍ଧା ଯାନବାହାନ ଚଳାଚଳ ବନ୍ଦ ରହିଛି।
ଗୁଡାରିରେ ବନ୍ଦ ପାଳନ କରାଯାଇଛି।
କୋମନାରେ କଂଗ୍ରେସ ପକ୍ଷରୁ ପାଶା ମହାନନ୍ଦ ଓ ଶାହରୁଖ ଖାଁଙ୍କ ନେତୃତ୍ୱରେ ଜାତୀୟ ପଥ ଅବରୋଧ।
କୁଆଖିଆ ଠାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଛି।
କଂଗ୍ରେସ ଦଳ ପକ୍ଷରୁ ବାଙ୍ଗିରିପୋଷି ଜାତୀୟ ରାଜପଥ ୧୮, ଜାତୀୟ ରାଜପଥ ୪୯, ଏମଡିଆର ୪୫ ରେ ଯାନବାହାନ ଯାତାୟାତ ବାଧାପ୍ରାପ୍ତ।
ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି।
ବଲାଙ୍ଗୀର ଜିଲ୍ଲା ତୁଷୁରାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରା ହେଇଛି। ତୁଷୁରାର ସବୁ ସ୍କୁଲ କଲେଜ, ସମସ୍ତ ସରକାରି ଓ ବେସରକାରି କାର୍ଯ୍ୟାଳୟ ସମ୍ପୂର୍ଣ ଭାବରେ ବନ୍ଦ ରହିଛି।
ବଡ଼ଚଣାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଏହି ବ୍ଲକ ଅନ୍ତର୍ଗତ ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର,ଛତିଆ,ଧାନମଣ୍ଡଳ ଓ ବାଲିକୁଦା ଆଦି ବଜାରର ସମସ୍ତ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଉଭୟ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନେତା ଓ କର୍ମୀମାନେ ବିଭିନ୍ନ ବଜାରରେ ପିକେଟିଂ କରି ବନ୍ଦ ସମ୍ପର୍କରେ ବ୍ୟବସାୟୀ ଓ ଲୋକ ମାନଙ୍କୁ ଅବଗତ କରାଉଛନ୍ତି।
- Jul 17, 2025 20:40 IST
ବନ୍ଦ ଯୋଗୁଁ ଘୁମୁସର ଉଦୟଗିରିରେ ଜୀବନଯାତ୍ରା ପ୍ରଭାବିତ
ଏଫଏମ କଲେଜର ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଓ ମୃତ୍ୟୁ ଘଟଣା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆହ୍ୱାନ କରାଯାଇଥିବା ଓଡ଼ିଶା ବନ୍ଦ ଡାକରା ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସହର ଓ ଏହାର ପାଖାପାଖି ଆଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ଦୋକାନ ବଜାର ବନ୍ଦ ଥିଲା, ରାସ୍ତାରେ ଗାଡି ମଟର ଯାତାୟାତ ବନ୍ଦ ଥିଲା। ବନ୍ଦରେ ସ୍ଥାନୀୟ ବିଧାୟକ ପ୍ରଫୁଲ ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଏକ ରାଲି ରେ ବାହାରି ସହର ପରିକ୍ରମା କରିବା ସହ ପିକେଟିଂ କରିଥିଲେ।
- Jul 17, 2025 20:36 IST
ରାଇରଙ୍ଗପୁରରେ ବନ୍ଦ ପାଳନ ସଫଳ
କଂଗ୍ରେସ, ଭଞ୍ଜସେନା, ଏସୟୁସିଆଇ ବିଭିନ୍ନ ଆଦିବାସୀ ସଂଗଠନ ବାମପନ୍ଥୀ ଦଳ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ। ଏହି ଅବସରରେ ସମଗ୍ର ମୟୂରଭଞ୍ଜ ଜିଲ୍ଲା ବନ୍ଦ ରହିଥିବା ବେଳେ ରାଇରଙ୍ଗପୁର ଉପଖଣ୍ଡରେ ମଧ୍ୟ ସମ୍ପୁର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଉଛି। ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ଭଞ୍ଜସେନା ମଧ୍ୟ ମୃତ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛି। ବାଲେଶ୍ଵର ଏଫଏମ କଲେଜର ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜଡ଼ିତ ଅଭିଯୁକ୍ତ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମୟୂରଭଞ୍ଜ ଜିଲ୍ଲାର ଅସହାୟ ଓ ଅବହେଳିତ ହୋଇ ପଡିଥିବା ନାରୀ ମାନଙ୍କ ସୁରକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇ ବନ୍ଦ ଡ଼ାକରାରେ ସାମିଲ ହୋଇଛି ମୟୂରଭଞ୍ଜର ଜାଗ୍ରତ ପ୍ରହରୀ ଭଞ୍ଜସେନା। ଆଜି ସକାଳ ୬ ଘଟିକାରୁ ରାଇରଙ୍ଗପୁରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଚାରି ଚକିଆ ଯାନ, ବସ ଟ୍ରକ, ରେଳ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ଓ ଭଞ୍ଜସେନାର କର୍ମୀ ମାନେ ପିକେଟିଂ କରି ସ୍କୁଲ କଲେଜ ଓ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ରେଳ ଓ ବସ୍ ଚଳାଚଳ ବନ୍ଦ କରାଉଥିବା ଦେଖିବାକୁ ମିଳିଛି। ଯାତାୟତ ସମ୍ପୂର୍ଣ ଠପ୍ ହୋଇ ଯାଇଥିବା ଦେଖିବାକୁ ମିଳିଛି।
- Jul 17, 2025 20:08 IST
କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ସଫଳ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ରାଜ୍ୟବ୍ୟାପୀ ସଫଳ ହୋଇଛି। ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣାରେ ନ୍ୟାୟ ପ୍ରଦାନ ଦାବିରେ ଆଜିର ବନ୍ଦ ପାଳନ କରାଯାଇଛି। କଂଗ୍ରେସ ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ ଙ୍କ ନେତୃତ୍ବରେ ପଦ୍ମପୁର ୨୦ନମ୍ବର ଜାତୀୟ ରାଜପଥ କଲେଜଛକ ନିକଟରେ ରାସ୍ତାରେ ଟ୍ରକ୍ ଅଟକାଇବା ସହିତ ଦୋକାନ ବଜାର ବନ୍ଦ କରି ବନ୍ଦ ପାଳନ କରାଯାଇଥିଲା।
- Jul 17, 2025 19:33 IST
କଲମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ
ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମହିଳା ସୁରକ୍ଷା ଦାବିରେ ଗୁରୁବାର ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶ ଅନୁସାରେ କଳାହାଣ୍ଡି ଜିଲ୍ଲା କଲମପୁରରେ ମଧ୍ୟ ବ୍ଲକ କଂଗ୍ରେସ ସଭାପତି ବିପିନ ବିହାରୀ ପ୍ରଧାନୀଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ କଲମପୁର ବନ୍ଦ କରିଥିଲେ। କଂଗ୍ରେସ କର୍ମୀମାନଙ୍କ ଅନୁରୋଧକୁ ରକ୍ଷା କରି ସମସ୍ତେ ସହଯୋଗ କରିବା ସହ କଲମପୁର ବଣିକ ସଂଘ ମଧ୍ୟ ସମର୍ଥନ ଜଣାଇ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେl
- Jul 17, 2025 19:31 IST
ରୁପ୍ରାରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ଘଟଣାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ପଞ୍ଚାୟତ ସମେତ କର୍ମେଗାଁ, ମୁସ୍କୁଟି, ଗିଗିନା, ଟକର୍ଲା, ପଲମ, ଭାନପୁର୍ ଓ ଘୋଡାବନ୍ଧ ଗ୍ରାମ ପଞ୍ଚାୟତରେ ମଧ୍ୟ ବନ୍ଦ୍ ର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନ କ୍ରମେ ରୁପ୍ରା ପଞ୍ଚାୟତର ପୂର୍ବ ସରପଞ୍ଚ ଅକ୍ରୁର ସାହୁଙ୍କ ନେତୃତ୍ୱରେ ତଥା ରୁପ୍ରା ପଞ୍ଚାୟତର ସଭାପତି ଟଙ୍କଧର ସୁନା, ବରିଷ୍ଠ କର୍ମକର୍ତ୍ତା ଗୋପାଳ କୃଷ୍ଣ ବିହାରୀ, ଆନନ୍ଦ ମହାନନ୍ଦ, ପ୍ରଦୀପ ସେନାପତି, କିସନ ଦୁର୍ଗା ଓ ଯୀଶୁ ଭୋଇଙ୍କ ଉପସ୍ଥିତିରେ ରୁପ୍ରା, କର୍ମେଗାଁ, ମୁସ୍କୁଟି ଓ ଗିଗିନା ଗ୍ରାମ ପଞ୍ଚାୟତରେ ଦଳୀୟ ପତାକା ଧରି ପିକେଟିଂ କରିବା ସହିତ ରୁପ୍ରା ପଞ୍ଚାୟତ, ରୁପ୍ରା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରୁପ୍ରା ଶାଖା, ରୁପ୍ରା ପେକ୍ସ୍, କାନାଡା ବ୍ୟାଙ୍କ୍ ଗିଗିନା ଶାଖା, ସମସ୍ତ ସ୍କୁଲ୍, କଲେଜ ବନ୍ଦ୍ କରିଥିଲେ।
- Jul 17, 2025 17:27 IST
ନିର୍ଯାତନା ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ବାଲେଶ୍ଵର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ ବିଫଳତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ମଧ୍ୟ ତାହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ପ୍ରସାଦ ଦାସଙ୍କ ନିର୍ଦ୍ଧେଶକ୍ରମେ ବ୍ଲକ କଂଗ୍ରେସ ସଭାପତି ଡ. ଆଇ ଗୋବର୍ଦ୍ଧନ ରାଓଙ୍କ ନେତୃତ୍ୱରେ ଅଞ୍ଚଳର କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ଗ୍ରାମର ବ୍ୟାଙ୍କ ଛକ ଏବଂ ଆମ୍ବେଦକର ନଗର ସ୍ଥିତ ମୁଖ୍ୟ ରାସ୍ତାରେ ମୋହନ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେଇ ବନ୍ଦ ପାଳନ କରିଥିଲେ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ସରକାରୀ ଓ ବେସରକାରୀ ଅଫିସ୍, ଗାଡି ଚଳାଚଳ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଆଦି ସେବା ଠପ୍ ହୋଇଯାଇଥିଲା। ଶାନ୍ତିପୂର୍ଣ ଢଙ୍ଗରେ ବନ୍ଦ ପାଳନ ହୋଇଥିବା ବେଳେ ଗ୍ରାମରେ ପ୍ରତ୍ୟେକ ପ୍ରମୁଖ ସ୍ଥାନରେ ପିକେଟିଂ କରାଯାଇଥିଲା। ମୃତ ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ଦେବା ଓ ରାଜ୍ୟର ମହିଳା ମାନଙ୍କ ବିରୁଦ୍ଧରେ ବଢୁଥିବା ହିଂସା ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଯଦି ସରକାର ତୁରନ୍ତ ଏହି ଘଟଣାର ସମାଧାନ କରି ନାରୀ ମାନଙ୍କ ଉପରେ ହେଉଥିବା ନିର୍ଯାତନା ବିରୁଦ୍ଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଏହି ଆନ୍ଦୋଳନ ଆଗକୁ ତୀବ୍ରତର ହେବ ବୋଲି ବ୍ଲକ କଂଗେସ ସଭାପତି ଶ୍ରୀ ରାଓ କହିଥିଲେ।
- Jul 17, 2025 16:55 IST
ଜାତୀୟ ରାଜପଥରେ ଧାଡ଼ିରେ ରହିଲା ଯାନବାହନ
ବାଲେଶ୍ଵର ଏଫ୍ଏମ୍ କଲେଜ୍ ଛାତ୍ରୀଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ଓ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ବିରୋଧରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ କଂଗ୍ରେସ୍ କମିଟି ସଭାପତି କେଦାରନାଥ ବରିହାଙ୍କ ନେତୃତ୍ୱରେ ଆଜି ସକାଳ ୬ ଟାରୁ ସ୍ଥାନୀୟ ଜମନକିରା-ଦଶଘରିଆ ବାଇପାସ୍ ଛକ ଠାରେ ଏନଏଚ ୫୩କୁ ବ୍ଲକ୍ କଂଗ୍ରେସ କର୍ମୀ ଅବରୋଧ କରିବା ସହ ଶାନ୍ତିପୂର୍ଣ୍ଣ ବନ୍ଦ୍ ପାଳନ କରିଛନ୍ତି। କର୍ମୀମାନେ ବାଇକ୍ରେ ବୁଲି ପିକେଟିଂ କରିଥିଲେ। ଜମନକିରାରେ ଅନେକ ବନ୍ଦ୍ ପାଳନ ହୋଇଛି। କିନ୍ତୁ ଆଜିର ବନ୍ଦ୍ ପାଳନ ଭଳି ପୂର୍ବରୁ କେବେ ହୋଇ ନ ଥିବା ଦେଖିବାକୁ ମିଳିଛି। ଆଜିର ଓଡ଼ିଶା ବନ୍ଦ ପାଳନରେ ଦୋକାନ ବଜାର, ବ୍ୟାଙ୍କ୍, ଶିକ୍ଷାନୁଷ୍ଠାନ ଗୁଡିକ ସ୍ଵତଃ ବନ୍ଦ ରହିଥିଲା।
- Jul 17, 2025 16:51 IST
ଅମ୍ବାଭୋନା, ପ୍ରକାଶପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ
ରାଜ୍ଯ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଅମ୍ବାଭୋନା ବ୍ଳକ କଂଗ୍ରେସ ଦଳ ପକ୍ଷରୁ ପ୍ରକାଶପୁର ଓ ଅମ୍ବାଭୋନା ଠାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି। ଏହି ବ୍ଳକର ପ୍ରକାଶପୁର ଓ ଭୁକ୍ତାର ଦୋକାନ ବଜାର ବ୍ଯବସାୟୀ କେନ୍ଦ୍ର, ବ୍ଳକ କାର୍ଯାଳୟ, ବ୍ଳକ ଗୋଷ୍ଠୀ ଶିକ୍ଷା ବିଭାଗ, ଭୁକ୍ତାର ସ୍କୁଲ କଲେଜ, ଡାକଘର ଏବଂ ଛତିଶଗଡ଼ରୁ ବରଗଡ ଘରୋଇ ବସ ସହ ସରକାରୀ ମୁଖ୍ୟମନ୍ତ୍ରୀ ବସ୍ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ସେହିପରି ଅମ୍ବାଭୋନା କେଦାରନାଥ ମନ୍ଦିର ସମ୍ମୁଖର ଉଭୟ ପଟରୁ ବିଭିନ୍ନ ଯାନବାହନ ଅଟକିଥିବା ଦେଖିବାକୁ ମିଲିଥିଲା। ଅମ୍ବାଭୋନାରେ ତହସିଲ ଅଫିସ, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ଉଦ୍ଯାନ ବିଭାଗ କାର୍ଯ୍ଯାଳୟ ସମେତ ଆଖପାଖ ଗ୍ରାମର ବିଦ୍ୟାଳୟ ଗୁଡ଼ିକ ମଧ୍ଯ ସ୍ୱତଃପ୍ରବୃତ୍ତି ଭାବେ ବନ୍ଦ କରିଦେଇଥିଲେ। ପ୍ରକାଶପୁର ଓ ଭୁକ୍ତାରେ ବରିଷ୍ଠ ସଦସ୍ଯ ନିରଞ୍ଜନ ପଟେଲ, ଇମାନୁଏଲ ଦତ୍ତ ରଣବୀର, ସୁଧିର ପଧାନ, ଦିଗପ୍ରସାଦ ଦାସ, ବିପିନ୍ଦ୍ର ମହାକୁଡ, ବିପିନ ଭୋଇ, କୃଷ୍ଣ ଚନ୍ଦ୍ର ପଧାନ, ଅମ୍ବାଭୋନାରେ ସଂଜୟ ବଗର୍ତ୍ତୀ, ଅର୍ଜୁନ ପଟେଲ, ରଞ୍ଜିତ ଦାସ, ସୁବାଷ ଦାସ, ବିଜୟ ପୂଜାରୀ, ନରସିଂ ଭୋଇ ପ୍ରମୁଖ ବନ୍ଦ ପାଳନ ରେ ସାମିଲ ହୋଇଥିଲେ।
- Jul 17, 2025 16:47 IST
ଦଶରଥପୁର ବ୍ଲକରେ ବ୍ୟାପକ ଭଙ୍ଗା ରୁଜା
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ କଂଗ୍ରେସ କର୍ମୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ। କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ଦାବି କରିଥିଲେ। ଓଡ଼ିଶା ବନ୍ଦ ଡାକରାରେ ବ୍ୟାପକ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଥିଲା। ବନ୍ଦ ସମୟରେ ଦଶରଥପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ରହିଥିଲା, କଂଗ୍ରେସ କର୍ମୀମାନେ ବନ୍ଦ କରିବାକୁ ଅନୁରୋଧ କରିଥିବାବେଳେ ସେ ଶୁଣିନଥିଲେ, ଏଣୁ ଉତେକ୍ତ କର୍ମୀ କାର୍ଯ୍ୟାଳୟ ଭିତରକୁ ଧସେଇ ପଶି ଚେୟାର, କାଚ ଡୋର ଆଦି ଭଙ୍ଗାରୁଜା କରିଥିଲେ। ସେମାନଙ୍କ ଅଭିଯୋଗ ଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ସବୁଠୁ ଅଧିକ ଅସୁରକ୍ଷିତ ଅଛନ୍ତି। ସେହିପରି ବ୍ଲକ କାର୍ଯ୍ୟାଳୟର ଚେୟାର, ଗେଟ, କୁଣ୍ଡ ଆଦି ଭଙ୍ଗାରୁଜା ହୋଇଥିଲା, ମଲିକାପୁରସ୍ଥ ସରକାରୀ ମଦ ଦୋକାନ ଖୋଲା ଥିଲା। ମଦ୍ୟପମାନେ ସେଠାରେ ପିଇବା ପାଇଁ ନିୟମ ନଥିଲା ବେଳେ କୁଲମ ଖୋଲା ପିଉଥିଲେ। ଏଣୁ ମଦ ପେଟି ଟାଣିଆଣି ଭଙ୍ଗାରୁଜା କରୁଥିବା ଦେଖିବାକୁ ମିଳିଛି।
- Jul 17, 2025 10:24 IST
ରାଉରକେଲା: ବନ୍ଦର ପ୍ରଭାବ
ରାଉରକେଲା: ବନ୍ଦର ପ୍ରଭାବ। ବାଇକ ଚାଳକ ମାନେ ରିଂ ରୋଡ଼ରୁ ଗାନ୍ଧୀରୋଡ଼ ନିକଟ ରେଳ ଓଭରବ୍ରିଜର ବିପଦପୂର୍ଣ୍ଣ ପାହାଚ ଦେଇ ତଳକୁ ଓଲ୍ହାଇ ସହର ମଧ୍ୟକୁ ଯାଉଛନ୍ତି ।
- Jul 17, 2025 10:02 IST
କଂଗ୍ରେସ ପକ୍ଷରୁ ବନ୍ଦ ପାଳନ
କୁଆଖିଆ ଠାରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ
#Congress#FMCollegeStudentDeath#OdishaBandh#Odisha#Sambad
- Jul 17, 2025 09:23 IST
ଓଡିଶା ବନ୍ଦ ପାଇଁ ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକ ଗାଡି ଚଳାଚଳ ହେଉନଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ଶତାଧିକ ଲୋକଙ୍କ ଭିଡ #OdishaBandh
- Jul 17, 2025 08:55 IST
ଭୁବନେଶ୍ବର ପଳାଶୁଣି ଛକରେ ବନ୍ଦର ପ୍ରଭାବ, ଗାଡ଼ି ଅଟକାଉଛନ୍ତି ବିକ୍ଷୋଭକାରୀ.. ଲୋକେ ହନ୍ତସନ୍ତ #OdishaBandh #OdishaStrike #Strike #Bhubaneswar
- Jul 17, 2025 07:02 IST
ଭୁବନେଶ୍ୱର ରେଳ ଷ୍ଟେସନରେ ଏଆଇଏଫବି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଓଡ଼ିଶା ବନ୍ଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ସକାଳୁ ଭୁବନେଶ୍ୱର ରେଳ ଷ୍ଟେସନରେ ଏଆଇଏଫବି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ଆନ୍ଦୋଳକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି।
- Jul 17, 2025 06:06 IST
ସୁର ରାଉତରାୟ, କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୁଲିସ
କଂଗ୍ରେସର ୧୨ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ ହୋଇଯାଇଥିବା ବେଳେ। ଦଳର କର୍ମୀମାନେ ରାଜ୍ୟର ମୁଖ୍ୟସ୍ଥାନଗୁଡ଼ିକରେ ଦଳୀୟ ପତାକା ଧରି ଛିଡ଼ା ହୋଇଛନ୍ତି। ସର୍ବସାଧାରଣ ଯାନବାହନ ଆଗକୁ ବଢ଼ିବାକୁ ଦେଉ ନାହାନ୍ତି। ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେବା ଆରମ୍ଭ କରିଦେଇଛନ୍ତି। ରେଳ ଷ୍ଟେସନରେ ଟ୍ରେନ୍ ଅଟକାଇବା ପାଇଁ ପ୍ରସ୍ତୁତି କରିଦେଇଛନ୍ତି। ଭୁବନେଶ୍ବର ରେଳ ଷ୍ଟେସନ ଅଭିମୁଖେ ଯାଉଥିବା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଓ ତାଙ୍କର ସହଯୋଗୀଙ୍କୁ ପୁଲିସ ଅଟକାଇଛି।
- Jul 17, 2025 06:02 IST
ଆରମ୍ଭ ହେଲା କଂଗ୍ରେସର ୧୨ ଘଣ୍ଟିଆ ଆନ୍ଦୋଳନ
କଂଗ୍ରେସର ୧୨ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଦଳର କର୍ମୀମାନେ ରାଜ୍ୟର ମୁଖ୍ୟସ୍ଥାନଗୁଡ଼ିକରେ ଦଳୀୟ ପତାକା ଧରି ଛିଡ଼ା ହୋଇଛନ୍ତି। ସର୍ବସାଧାରଣ ଯାନବାହନ ଆଗକୁ ବଢ଼ିବାକୁ ଦେଉ ନାହାନ୍ତି। ସହରାଞ୍ଚଳର ପ୍ରମୁଖ ଛକରେ କର୍ମୀମାନେ ଏକଜୁଟ ହେଉଛନ୍ତି। ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେବା ଆରମ୍ଭ କରିଦେଇଛନ୍ତି। ରେଳ ଷ୍ଟେସନରେ ଟ୍ରେନ୍ ଅଟକାଇବା ପାଇଁ ପ୍ରସ୍ତୁତି କରିଦେଇଛନ୍ତି।
- Jul 17, 2025 00:27 IST
ଦିଶିଲାଣି ବନ୍ଦର ପ୍ରଭାବ, ପେଟ୍ରୋଲ ପମ୍ପରେ ଭିଡ଼
କଂଗ୍ରେସ ଦ୍ବାରା ଦିଆଯାଇଥିବା ଓଡ଼ିଶା ବନ୍ଦ ଡ଼ାକରାର ପ୍ରଭାବ ବୁଧବାର ସନ୍ଧ୍ୟା ପରଠାରୁ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ବରର ପେଟ୍ରୋଲ ପମ୍ପ୍ ଗୁଡ଼ିକରେ ନାହିଁ ନଥିବା ଲୋକଙ୍କର ଭିଡ଼ ହୋଇଛି। ସନ୍ଧ୍ୟା ୭ଟା ପରଠାରୁ ଜାତୀୟ ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ଆଜି ସହରାଞ୍ଚଳର ଗଳିକନ୍ଦି ଓ ଗ୍ରାମାଞ୍ଚଳରେ ଖୁଚୁରା ଦୋକାନରେ ପେଟ୍ରୋଲ ଦର ଚଢ଼ା ଦରରେ ବିକ୍ରି ହେବାର ଆଶଙ୍କା କରାଯାଉଛି।