ଖଣିଜ ଲୁଟ୍ ଦେଖି କଂଗ୍ରେସ ଖଣି କମିଟି ଚକିତ; ତଦନ୍ତ ଦାବି

Advertisment

ଓଡ଼ିଶା ପିସିସି ଖଣି କମିଟି ଶନିବାର ଦିନ ସୁନ୍ଦରଗଡ଼ ଗସ୍ତରେ ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ତେଲେନଡିହି ଅଞ୍ଚଳ‌ରେ ହୋଇଥିବା ଖଣିଜ ଲୁଟ୍‌ର ଆକାର ଦେଖି ଚକିତ ହୋଇ ପଡ଼ିଥିଲେ।

ଓଡ଼ିଶା ପିସିସି ଖଣି କମିଟି ଶନିବାର ଦିନ ସୁନ୍ଦରଗଡ଼ ଗସ୍ତରେ ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ତେଲେନଡିହି ଅଞ୍ଚଳ‌ରେ ହୋଇଥିବା ଖଣିଜ ଲୁଟ୍‌ର ଆକାର ଦେଖି ଚକିତ ହୋଇ ପଡ଼ିଥିଲେ।

ସୁନ୍ଦରଗଡ଼: ଓଡ଼ିଶା ପିସିସି ଖଣି କମିଟି ଶନିବାର ଦିନ ସୁନ୍ଦରଗଡ଼ ଗସ୍ତରେ ଏମସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ତେଲେନଡିହି ଅଞ୍ଚଳ‌ରେ ହୋଇଥିବା ଖଣିଜ ଲୁଟ୍‌ର ଆକାର ଦେଖି ଚକିତ ହୋଇ ପଡ଼ିଥିଲେ। ଏହି ଅବସରରେ ଶାହା କମିସନଙ୍କ ଭଳି ଏକ ସ୍ବତନ୍ତ୍ର କମିସନ ଗଠନ କରି  ଖଣି ଚୋରିର ତଦନ୍ତ କରାଯିବାକୁ କମିଟି ଦାବି ରଖିଛି।  ସୁନ୍ଦରଗଡ଼ରେ ରାଜ୍ଯର ସବୁଠୁ  ବଡ଼ ଖଣିଜ କେଳେଙ୍କାରୀ ସମ୍ବାଦ ଓ କନକନ୍ୟୁଜ ପ୍ରଥମେ ସାମ୍ନାକୁ ଆଣିବା ପରେ ହଇଚଇ ଖେଳି ଯାଇଥିଲା। ବିଭିନ୍ନ ସ୍ତରରେ ତଦନ୍ତ, ନିରୀକ୍ଷଣ ଓ ଖଣି ମନ୍ତ୍ରୀଙ୍କ ପରିଦର୍ଶନ ପରେ ମଧ୍ଯ  ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏସ୍ଥିତିରେ ପ୍ରଦେଶ କଂଗ୍ରେସ ମୁଖ୍ୟ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ ଜୟପୁରର ଟାଣୁଆ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣି କମିଟିରେ ବିଧାୟକ ଅଶୋକ ଦାସ, ବିଧାୟକ ଡ. ସିଏସ ରାଜେନ ୨ ତାରିଖ ରାତିରେ ସୁନ୍ଦରଗଡ଼ ପହଞ୍ଚି ସ୍ଥାନୀୟ ପ୍ରଦକ୍ଷଣ ଗୃହରେ ଅବସ୍ଥାନ କରିଥିଲେ।  ୩ ତାରିଖ ସକାଳ ସାଢ଼େ ୮ଟାରେ କମିଟିର ଜିଲ୍ଲା ସଂଯୋଜକ  ନିର୍ମଳ ନାଏକଙ୍କ ତତ୍ତ୍ବାବଧାନରେ ଖଣି ଅଞ୍ଚଳ ପରିଦର୍ଶନରେ ଯାଇଥିଲା କମିଟି। 

ସୁନ୍ଦରଗଡ଼ ସଂରକ୍ଷିତ ଓ ରାଜସ୍ବ ଜଙ୍ଗଲରୁ ବେଆଇନ ଖଣିଜ ଲୁଟ ଚାଲିଥିବାବେଳେ ବନ ବିଭାଗ ଓ  ଜିଲ୍ଲା ପ୍ରଶାସନ କିପରି  ଜାଣି ପାରିନଥିଲା ତାକୁ ନେଇ ପ୍ରଶ୍ନ ଉଠାଇବା ସହ କଂଗ୍ରେସ ଆଗାମୀ ଦିନରେ ଏହି ପ୍ରସଙ୍ଗକୁ ନେଇ ବିଧାନ ସଭାରେ ପ୍ରଶ୍ନ ଉଠାଇବ ବୋଲି କହିଥିଲେ ବିଧାୟକ ଡ. ଏକ୍କା। କମିଟି ସହ ଜିଲ୍ଲା କଂଗ୍ରେସର ବହୁ କର୍ମକର୍ତ୍ତା ଯାଇଥିଲେ।

ରବିବାର ସକାଳେ ରାଜଗାଙ୍ଗପୁର ଯାଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ଖଣି ଅନିୟମିତତା ଓ ବିସ୍ଥାପିତଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବ କମିଟି। ଅପରାହ୍ନ ୩ଟାରେ ଏ ପ୍ରସଙ୍ଗରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ବନଖଣ୍ଡ ଅଧିକାରୀ, ଖଣି ଉପନିର୍ଦେଶକ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସହ ଆଲୋଚନା କରିବା  କାର୍ଯ୍ୟକ୍ରମ ରହିଥିବା ସଂଯୋଜକ ନିର୍ମଳ ନାଏକ  ପ୍ରକାଶ କରିଛନ୍ତି।

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe