ଘୁ.ଉଦୟଗିରି: ପୁଣି ତେଜିଲା ଘୁ.ଉଦୟଗିରି ଉପଖଣ୍ଡ ମାନ୍ୟତା ଦାବୀ l ଆଜି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବରିଷ୍ଟ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ବରିଷ୍ଟ କଂଗ୍ରେସ କର୍ମୀ ଗୋପାଳ ପାତ୍ର, କଂଗ୍ରେସ କର୍ମୀ ଶୁଭ୍ରାଂଶୁ ନାୟଜ, ଯୁବନେତା ଶଶାନନ୍ଦ ପ୍ରଧାନ, କଂଗ୍ରେସ କର୍ମୀ ବାଲୁଙ୍କେଶ୍ୱର ମଲ୍ଲିକ, ଅଜିତ କୁମାର ନାୟକ, ଦିଲୀପ ନାୟକ, ସଂଜୟ କୁମାର ଦିଗାଳ, ରାଜେଶ କୁମାର ସାହୁ, ଅନିଲ ପ୍ରଧାନ, ଦିଲୀପ ନାୟକ, ଯଶବନ୍ତ ପ୍ରଧାନ, ଲୁଲୁ ପ୍ରଧାନ, ତଲାରୀମାହା ସମିତି ସଭ୍ୟ ଉମେଶ ଚନ୍ଦ୍ର ପ୍ରଧାନ, କଳିଙ୍ଗା ସମିତି ସଭ୍ୟ ମାଲ୍ୟବନ୍ତ କଁହର ଓ ଅନ୍ୟ କଂଗ୍ରେସ କର୍ମୀ ଏବଂ ସାଧାରଣ ଜନତା ମିଳିତ ଭାବରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l

Advertisment

ଏହି ଖବର ପଢ଼ନ୍ତୁ: ସରିଗଲା ଶୀତ! ‌ଆରମ୍ଭ ହେଲା ଖରା: ଘନକୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଉପଖଣ୍ଡ ପାଇଁ ଦାବୀ ହେବା କିଛି ନୁଆଁ ଦାବୀ ନୁହେଁl ୧୯୬୦ ମସିହା ଠାରୁ ଘୁ.ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବୀ ହୋଇ ଆସୁଛିl କିନ୍ତୁ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଘୁ. ଉଦୟଗିରି ଉପଖଣ୍ଡ ଘୋଷଣା ହୋଇ ପାରୁ ନାହିଁ ବୋଲି କଂଗ୍ରେସ ବରିଷ୍ଟ କର୍ମୀ ରମାକାନ୍ତ ମହାପାତ୍ର କହିଛନ୍ତିl

ଏହି ଖବର ପଢ଼ନ୍ତୁ: ମହିଳା ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ସେଲ ପ୍ରତିଷ୍ଠା ହେବ: ମୁଖ୍ୟମନ୍ତ୍ରୀ

ପ୍ରଶାସନର ଅଣଦେଖା ଓ ବୈମାତୃକ ମନୋଭାବ ଯୋଗୁଁ ଆଜି ଉପଯୁକ୍ତ ଭିତ୍ତି ଭୂମି ଥାଇ ମଧ୍ୟ ଘୁ. ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ବଦଳରେ ଘୁ.ଉଦୟଗିରି ଠାରୁ ପ୍ରଶାସନ ଉପଖଣ୍ଡ ସ୍ତରୀୟ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଛି l ଏହା ଘୁ. ଉଦୟଗିରି ବାସୀଙ୍କ ପ୍ରତି ପ୍ରତାରଣା ଓ ଅତ୍ୟନ୍ତ ଚିନ୍ତା ଜନକ ଘଟଣା ବୋଲି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ମତବ୍ୟକ୍ତ କରିଛନ୍ତିl 

ଏହି ଖବର ପଢ଼ନ୍ତୁ: ଟ୍ରମ୍ପଙ୍କ ସରକାର ଲାଗୁ କଲେ ପ୍ରତିବନ୍ଧକ

ଯଦି ସରକାର ଘୁ. ଉଦୟଗିରି ବାସୀଙ୍କ ଦାବୀ ପ୍ରତି ଯତ୍ନବାନ ନ ହୁଅନ୍ତି ତାହା ହେଲେ ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି  ଚେତାବନୀ ଦେଇଛନ୍ତି l ଘୁ.ଉଦୟଗିରିକୁ ଯଦି ଉପଖଣ୍ଡ ଘୋଷଣା କରା ନ ଯାଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଯୁବ ନେତା ବ୍ଲକ ଯୁବକଂଗ୍ରେସ ସଭାପତି ଶଶାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତିl

ଏହି ଖବର ପଢ଼ନ୍ତୁ: ମହାକୁମ୍ଭ ମେଳାରୁ ଫେରି ଯାଇଥିବା ମୋନାଲିସା କହିଲେ