ବାଇକ୍‌ ଦୁର୍ଘଟଣାରେ କଂଗ୍ରେସ ନେତା ଗୁରୁତର

ଜଗଦୀଶ ନିଜ ବାଇକ ଯୋଗେ ଶୁକ୍ରବାର ସନ୍ଧ୍ୟା ସମୟରେ ଚନ୍ଦାହାଣ୍ଡି ଆଡୁ ସନ୍ଧିମୁଣ୍ଡା ଅଭିମୁଖେ ଯାଉଥିବା ସମୟରେ ଆମ୍ବଗୁଡା ଛକ ଠାରେ ଭାରସ୍ୟାମ ହରେଇ ପଡ଼ି ଯାଇଥିଲେ। ସେ ଦୁର୍ଘଟଣାରେ ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲେ।

2d934da5-7863-4365-a8c0-f71323b6ad62

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଆମ୍ବଗୁଡା ଛକ ଠାରେ ବାଇକ ଦୁର୍ଘଟଣା ବରିଷ୍ଠ କଂଗ୍ରେସ ନେତା ଜଗଦୀଶ ବାଘ ଗୁରୁତର ଆହତ ହୋଇଛନ୍ତି।

ଜଗଦୀଶ ନିଜ ବାଇକ ଯୋଗେ ଶୁକ୍ରବାର ସନ୍ଧ୍ୟା ସମୟରେ ଚନ୍ଦାହାଣ୍ଡି ଆଡୁ ସନ୍ଧିମୁଣ୍ଡା ଅଭିମୁଖେ ଯାଉଥିବା ସମୟରେ ଆମ୍ବଗୁଡା ଛକ ଠାରେ ଭାରସ୍ୟାମ ହରେଇ ପଡ଼ି ଯାଇଥିଲେ। ସେ ଦୁର୍ଘଟଣାରେ ଗୁରୁତର ହୋଇ ଅଚେତ ହୋଇ ପଡ଼ିଥିଲେ। ସେହି ରାସ୍ତା ଦେଇ ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼ ଏବଂ ପ୍ରଶାନ୍ତ ପାରୀ ଦେଖି ତୁରନ୍ତ ୧୦୮ ଆମ୍ବୁଲାନସକୁ ଖବର ଦେଇଥିଲେ। ଉଭୟ ଉଦ୍ଧାର କରି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଜଗଦୀଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଡାକ୍ତର ତଶ୍ମୀର ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲ କଲେଜ କୁ ସ୍ଥାନାନ୍ତର କରିଥିଲେ। ଖବର ପାଇ କଂଗ୍ରେସ ନେତା କ୍ଷେମରାଜ ବାଘ, କୃଷ୍ଣ ବାଘ, ସମିତିସଭ୍ୟ ପୌରଷ ମାଝୀ, ଚନ୍ଦନ ଜଗତ, ରିଙ୍କୁ ମହାପାତ୍ର ଡାକ୍ତରଖାନା ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କ ପରିବାରକୁ କୋରାପୁଟ ପଠେଇଥିଲେ।

Accident | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe