ନୂଆପଡ଼ା ଉପନିର୍ବାଚନ: ଗତଥରର ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଟିକେଟ୍ ଦେଇପାରେ କଂଗ୍ରେସ

ନୂଆପଡ଼ାରେ ଉପନିର୍ବାଚନରେ ଗତଥରର ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ।  ଏନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ଇସାରା ।

New Project (14)

ଭୁବନେଶ୍ବର:  ନୂଆପଡ଼ାରେ ଉପନିର୍ବାଚନରେ ଗତଥରର ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ।  ଏନେଇ ପିସିସି ସଭାପତି ଭକ୍ତ ଦାସ ଦେଇଛନ୍ତି ବଡ଼ ଇସାରା । କଥାରେ କଥାରେ ନୂଆପଡ଼ା ଉପ-ନିର୍ବାଚନରେ ଘାସିରାମ ମାଝୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଭକ୍ତ ଇସାରା ଦେଇଛନ୍ତି । ଭକ୍ତ କହିଛନ୍ତି, ଗତ ନିର୍ବାଚନରେ ଘାସିରାମଙ୍କୁ ଟିକେଟ୍ ଦିଆଯାଇନଥିଲା। ହେଲେ ଏବେ କିନ୍ତୁ ସର୍ବକ୍ଷମା ପରେ ସେ ଜିଲ୍ଲା ସଂଯୋଜକ ଅଛନ୍ତି। ଗତ ନିର୍ବାଚନରେ ଘାସିରାମ ୫୧ ହଜାର ଭୋଟ୍ ପାଇଥିବାବେଳେ, କଂଗ୍ରେସ ପ୍ରାର୍ଥୀ ୧୫ ହଜାର ଭୋଟ୍ ପାଇଥିଲେ । ତେଣୁ କଂଗ୍ରେସର ଭୋଟ୍ ବ୍ୟାଙ୍କ ଦେଖି ଅନ୍ୟ ଦଳ ଭୟଭୀତ ଅଛନ୍ତି । ତେଣୁ କଂଗ୍ରେସ ପ୍ରାର୍ଥୀଙ୍କୁ ଯେତେ ଅଫର୍ ଆସିଲେ ବି ସେ ବିକ୍ରି ହେବେନି ବୋଲି କହିଛନ୍ତି ଭକ୍ତ ଦାସ ।

ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଜୟ ହାସଲ କରିଥିଲେ। ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ପରାଜିତ ହୋଇଥିଲେ। ବିଜେପିର ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ଥିଲେ। କଂଗ୍ରେସକୁ ଚତୁର୍ଥ ସ୍ଥାନ ମଳିଥିଲା। ଗତ ୮ ତାରିଖ ଦିନ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେନେଇ ସ୍ପଷ୍ଟ ହୋଇନାହିଁ। 

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଜୟ ହାସଲ କରିଥିଲେ। ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ପରାଜିତ ହୋଇଥିଲେ। ବିଜେପିର ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ଥିଲେ। କଂଗ୍ରେସକୁ ଚତୁର୍ଥ ସ୍ଥାନ ମଳିଥିଲା। ଗତ ୮ ତାରିଖ ଦିନ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ କିଏ ପ୍ରାର୍ଥୀ ହେବେ ସେନେଇ ଯଦିଓ ସ୍ପଷ୍ଟ ହୋଇନାହିଁ। ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ନେତାମାନେ ଟିକେଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe