ସ୍ଵତନ୍ତ୍ର ଗଞ୍ଜି ପରିଧାନ କରି ଭୁବନେଶ୍ବର ବୁଲିଲେ କଂଗ୍ରେସର ନିଲମ୍ବିତ ବିଧାୟକ

ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକମାନେ ଏକ ସ୍ଵତନ୍ତ୍ର ଗଞ୍ଜି ପରିଧାନ କରି ଆଜି ସନ୍ଧ୍ୟା ୬.୪୫ରେ ମେ ଫେୟାର ହୋଟେଲ ସମ୍ମୁଖରେ ଥିବା ଚା ଦୋକାନରେ ଚା ପିଇଛନ୍ତି।

Congress MLA

Congress MLA Photograph: (sambad.in)

ଭୁ‌ବନେଶ୍ବର: ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକମାନେ ଏକ ସ୍ଵତନ୍ତ୍ର  ଗଞ୍ଜି ପରିଧାନ କରି ଆଜି ସନ୍ଧ୍ୟା ୬.୪୫ରେ ମେ ଫେୟାର ହୋଟେଲ ସମ୍ମୁଖରେ ଥିବା ଚା ଦୋକାନରେ ଚା ପିଇଛନ୍ତି। ଏତଦ୍‌ ବ୍ୟତୀତ ନିଲମ୍ବିତ କଂଗ୍ରେସ ବିଧାୟକମାନେ ସ୍ୱତନ୍ତ୍ର ଗଂଜି ପିନ୍ଧି ସହର ବୁଲିଛନ୍ତି। 

ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା କାରଣରୁ କଂଗ୍ରେସ ବିଧାୟକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସର ୧୪ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି।

ଗତକାଲି ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ଏବଂ ଆଜି ତାରାବାହିନୀ ପତି ଓ ରମେଶ ଜେନା ନିଲମ୍ବିତ ହୋଇଛନ୍ତି।  

congress | odisha assembly

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe