ଛାତ୍ରୀ ମୃତ୍ୟୁ ଘଟଣା: କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଆନ୍ଦୋଳନ ପାଇଁ ପ୍ରସ୍ତୁତି

ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ କରାଯାଇଛି। ଆସନ୍ତାକାଲି ଓଡିଶା ବନ୍ଦ ପାଇଁ କଂଗ୍ରେସର ପ୍ରସ୍ତୁତି ଜାରି ରହିଛି।

Dasrathpur

ଦଶରଥପୁର/ବାମନାଳ: ବାଲେଶ୍ୱର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ କରାଯାଇଛି। ଏଚଓଡି ସମୀର ସାହୁଙ୍କ ଦ୍ୱାରା ଛାତ୍ରୀଙ୍କ ସହ ଘଟିଥିବା ଅମାନବୀୟ କାର୍ଯ୍ୟରେ ନିଜର ସୁରକ୍ଷା ନମିଳିବାରୁ ନିଜ ଦେହରେ ନିଆଁ ଲଗାଇଦେଇଥିଲେ। ଏହି ଘଟଣାକୁ ମହାବିଦ୍ୟାଳୟ ପ୍ରଶାସନ, ଜିଲ୍ଲା ଠାରୁ ରାଜ୍ୟ ପ୍ରଶାସନ, ବିଜେପି ସରକାରଙ୍କ ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଥିଲେ ମଧ୍ୟ କେହି ଶୁଣିନଥିଲେ।  ଏଣୁ ଏହି ଘଟଣାରେ ନ୍ୟାୟ ଦାବିରେ ଗାଁ ଠାରୁ ରାଜଧାନୀ ପର୍ଯ୍ୟନ୍ତ ବିରୋଧ ହେଉଥିବା ଦେଖିବାକୁ ମିଳିଛି। 

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଯୁବ ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ ସାଧୁ ଗୌଡ଼େଶ୍ୱର ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା କାର୍ଯ୍ୟ କରାଯାଇ ଯାଜପୁର ଟାଉନ- ମଙ୍ଗଳପୁର ୨୦ ନମ୍ବର ଜାତୀୟ ରାଜପଥ ବୋଉଳାଙ୍ଗ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ନାରାବାଜି ଦିଆଯାଇଥିଲା, ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଜ୍ୟ ଶିକ୍ଷାମନ୍ତ୍ରୀ ସୂଯ୍ୟବଂଶୀ ସୂରଜ, ସାଂସଦ ପ୍ରତାପ ଷଢଙ୍ଗୀ, ବିଧାୟକ ମାନସ ଦତ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। 

9d1f0261-4a9c-46eb-95c6-81404f66680d

ଆସନ୍ତାକାଲି ଓଡିଶା ବନ୍ଦ ପାଇଁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କଂଗ୍ରେସ କମିଟି ଓ ବାମପନ୍ଥୀ ଦଳଗୁଡ଼ିକ ସହିତ ନିମାପଡା ବ୍ଲକ ଚାରିଛକ ସ୍ଥିତ ଏକାନ୍ତ ଆଶ୍ରମଠାରେ ବରିଷ୍ଠ ସି ପି ଆଇ ନେତା ସନାତନ ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ, କଂଗ୍ରେସର ଗୋବିନ୍ଦ ମଳିକ, ଆର୍ତ୍ତତ୍ରାଣ ଦାସ, ଅର୍ଜୁନ ପାତ୍ର, ଅର୍ଜୁନ ସ୍ୱାଇଁ ପ୍ରମୁଖ ଉପସ୍ଥିତରେ ପ୍ରସ୍ଥତି ବୈଠକ ଅନୁଷ୍ଠିତ ହୋଇଯାଇଛି।

congress

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe