‘ବିଜେପି ମହିଳା ମୋର୍ଚ୍ଚା’ର ନିଜ ସରକାରଙ୍କ ଉପରେ ଭରଷା ନାହିଁ: କଂଗ୍ରେସ

ଦୁଷ୍କର୍ମ ଏବଂ ନାରୀ ନିର୍ଯାତନାରେ ଓଡ଼ିଶା ସାରା ଦେଶରେ ଚାଞ୍ଚଲ୍ୟ କରିଛି। ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି। ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି।

congress
ଭୁବନେଶ୍ୱର: ଦୁଷ୍କର୍ମ ଏବଂ ନାରୀ ନିର୍ଯାତନାରେ ଓଡ଼ିଶା ସାରା ଦେଶରେ ଚାଞ୍ଚଲ୍ୟ କରିଛି। ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି। ଏବିଭିପିର ସଦସ୍ୟା ସୌମ୍ୟା ଘଟଣା, ବଳଙ୍ଗା ପୋଡ଼ି ଘଟଣା ମର୍ମଭେଦ କରିଛି। କିନ୍ତୁ ଘୋର ଆଶ୍ଚର୍ଯ୍ୟର କଥା ବିଜେପି ମହିଳା ମୋର୍ଚ୍ଚା ଏସବୁ ନିର୍ଯାତନା ଘଟଣାରେ କୁଆଡ଼େ ଲୁଚିକିଥିଲେ। ବର୍ତ୍ତମାନ ନାରୀ ନ୍ୟାୟ ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କଂଗ୍ରେସ କହିଛି।
କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁଦଳ ସରକାରରେ ଅଛି ବ୍ୟବସ୍ଥା ଦେଖୁଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ବିଭିନ୍ନ ଟୀକା ଟିପ୍ପଣୀ ଦେଉଛନ୍ତି। ବିଜେପି ନିଚ୍ଚତାର ସୀମା ଲଙ୍ଘନ କରି ନିଜ ଦୋଷ ଘୋଡ଼ାଇବା ପାଇଁ ଆଜି ମହିଳାଙ୍କ ଆଶ୍ରୟ ନେବାକୁ ମଧ୍ୟ ପଛାଉନାହିଁ। ବିଜେପି ମହିଳା ମୋର୍ଚ୍ଚାର ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ଟିପ୍ପଣୀ ଯେତିକି ଲଜ୍ଜାଜନକ ସେତିକି ହାସ୍ୟାସ୍ପଦ ମଧ୍ୟ। କର୍ପୋରେଟର ଅମରେଶ ଜେନା ପ୍ରସଙ୍ଗରେ ନିଜ ସରକାରକୁ ଘେରିବା ଛାଡ଼ି କଂଗ୍ରେସକୁ ପ୍ରଶ୍ନ ପଚାରୁଛି। ଅମରେଶ ଜେନାକୁ ନିଜ ଦଳର ଜ୍ୱାଇଁ ପୁଅ କରିଛ। ଅଧିକାଂଶ ନେତାଙ୍କ ସହ ତାର ସମ୍ପର୍କ। ବାଇଁୟା ଗତ ନିର୍ବାଚନରେ କାହାପାଇଁ ପ୍ରଚାର କରୁଥିଲା ନିଜକୁ ପଚାରି ଦେଖ। 

କଂଗ୍ରେସ ମୁଖପାତ୍ର ମନିଷା ଦାସ ପଟ୍ଟନାୟକ କହିଛନ୍ତି ଯେ ଆମେ ଆଜି କିଛି ଚୂଡ଼ି ନେଇକି ଆସିଛୁ। କାରଣ ଚୂଡ଼ି ପିନ୍ଧିବା କେତେ ଯେ କଷ୍ଟ ସେମାନେ ହୃଦୟଙ୍ଗମ କରନ୍ତୁ। ସେମାନେ ଯଦି ଏହି କଷ୍ଟ ଜାଣିଥାନ୍ତେ, ତେବେ ସେମାନେ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣାବେଳେ ଆଗକୁ ଆସିଥାନ୍ତେ ଓ ଲୁଚି ନଥାନ୍ତେ। ବୋଧହୁଏ ବିଜେପି ମହିଳା ମୋର୍ଚ୍ଚା ନିଜ ସରକାରଙ୍କ ଉପରେ ଭରଷା ନାହିଁ। ସେଥିପାଇଁ ରାଜରାସ୍ତାରେ ଆସି ହାସ୍ୟାସ୍ପଦ ବିରୋଧ ପ୍ରଦର୍ଶନ କରୁଛନ୍ତି। 

ବିଜେପି ନେତ୍ରୀ ସୁଭାଷିନୀ କହିଛନ୍ତି, ମହିଳାଙ୍କ ସୁରକ୍ଷା ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି। ତାଙ୍କ ସରକାର ମହିଳାଙ୍କୁ ନ୍ୟାୟ ନ ଦେଇ ବିତାଡ଼ିତ ହେଲା। ଏବେ ସେ ନାରୀଙ୍କ ସୁରକ୍ଷା କଥା କହୁଛନ୍ତି। ଆମର ସରକାର ସବୁବେଳେ ମହିଳାଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି। ସେ ଯେଉଁ ଆମ ସଭାପତିଙ୍କୁ ଚୁଡ଼ି ପିନ୍ଧାଇବା କଥା କହୁଛନ୍ତି ପ୍ରଥମେ ସେ ତାଙ୍କ ଦଳୀୟ ନେତା, ପିସିସି ସଭାପତି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାନ୍ତୁ। ଅମରେଶ ଜେନା ଜଣେ କର୍ପୋରେଟର ସେଥିପାଇଁ ସେ ବିଧାୟକଙ୍କୁ କୌଣସି କାର୍ଯ୍ୟ ପାଇଁ ଭେଟିବାକୁ ଆସିଥିବେ। ବିଜେଡି ଓ କଂଗ୍ରେସ ମହିଳା ସୁରକ୍ଷା କଥା ନ କହିବା ଭଲ। ତାଙ୍କ ସମୟରେ କ’ଣ ଘଟିଛି ସମସ୍ତଙ୍କୁ ଜଣା? 

congress

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe