କଂଗ୍ରେସର ସଂଗଠନ ସୃଜନୀ ଅଭିଯାନ

ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ଜି. ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଆଗାମୀ ସଂଗଠନ ସୃଜନୀ ଅଭିଯାନ ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲା।

Mkg congress press meet (1)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ କଂଗ୍ରେସ ଭବନ ଠାରେ ଜିଲ୍ଲା ସଭାପତି ଜି. ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଆଗାମୀ ସଂଗଠନ ସୃଜନୀ ଅଭିଯାନ ନେଇ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲା। ଛତିଶଗଡ଼ର ବିଧାୟକ ବୃନ୍ଦାବନ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା ଉପରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ପ୍ରଦାନ କରିଥିଲେ।

ପ୍ରଥମେ ଜିଲ୍ଲାର ସଭାପତି ଚୟନ  କରାଯିବ ବୋଲି କହିଥିଲେ। ଏଥିରେ ସସମ୍ତ ଜିଲ୍ଲାବାସୀଙ୍କର ସହଯୋଗ ଦରକାର ବୋଲି କହିଥିଲେ। ପରେ ବ୍ଲକ, ମଣ୍ଡଳ, ପଞ୍ଚାୟତ ଏବଂ ବୁଥସ୍ତରୀୟ ସଭାପତି ଚୟନ କରାଯିବ ବୋଲି କହିଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ୨୦୨୯କୁ ଆଖିଆଗରେ ରଖି କଂଗ୍ରେସର କେନ୍ଦ୍ରୀୟ କମିଟିର ନିର୍ଦେଶରେ ଏଭଳି ସଂଗଠନ ମଜବୁତ ନେଇ କାର୍ଯ୍ୟ ଆରମ୍ଭ ହୋଇଥିବା କୁହାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଦଶରଥ ଗମାଙ୍ଗ, ବିଧାୟକ ପ୍ରାର୍ଥୀ ଲିପିକା ମାଝି, ରାଜ୍ୟ ସଂପାଦକ ପାଣ୍ଡବ କରଣ, ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ପଦ୍ମ ପାଙ୍ଗି, ପର୍ଶୁ ଭକ୍ତ, ଭୀମ ବାରସେ, ସରୋଜ ପାତ୍ର, ଡି.ମୋହନ ରାଓ, ପ୍ରାଣକୃଷ୍ଣ ମଣ୍ଡଳ, ଛବି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

politics 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe