ଆଦିବାସୀ ପରିବାରକୁ ବିନା ଥଇଥାନରେ ଉଚ୍ଛେଦ କରାଯାଇଛି: କଂଗ୍ରେସ

କଂଗ୍ରେସ କର୍ମୀମାନେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଚେରୀ ପଡିଆଠାରେ ଅନୁଷ୍ଠିତ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହି ସାଧାରଣ ସଭାରେ ମହିଳା ଏବଂ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ପ୍ରବର୍ତ୍ତାଇ ଥିଲେ।

ରାଇରଙ୍ଗପୁର: କଂଗ୍ରେସ ପିସିସି ସଭାପତି ଶନିବାର ରାଇରଙ୍ଗପୁର ଗସ୍ତ କରିଛନ୍ତି। ସ୍ଥାନୀୟ ଦାଣ୍ଡବୋଷ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ୪୩ଟି ଆଦିବାସୀ ପରିବାରକୁ ବିନା ଥଇଥାନରେ ଉଚ୍ଛେଦ କରାଯାଇଛି ବୋଲି କଂଗ୍ରେସ କହିଛି। ଏଥିରେ ପ୍ରଭାବିତ ହୋଇ ବାସହୀନ ହୋଇଥିବା ଲୋକଙ୍କୁ ରାଜ୍ୟ କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ସାକ୍ଷାତ କରି ଆଲୋଚନା କରିଥିଲେ। ବିସ୍ଥାପିତ ଲୋକଙ୍କୁ ନ୍ୟାୟ ଦେବା ସହ ଉଚିତ କ୍ଷତି ପୂରଣ ଦେବା ପାଇଁ ସରକାରଙ୍କ ସହ ଲଢେଇ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ବି ଅଧିକାଂଶ ଘର ପଲିଥିନ ତଳେ ରହୁଛନ୍ତି।

କଂଗ୍ରେସ କର୍ମୀମାନେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଚେରୀ ପଡିଆଠାରେ ଅନୁଷ୍ଠିତ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହି ସାଧାରଣ ସଭାରେ ମହିଳା ଏବଂ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ପ୍ରବର୍ତ୍ତାଇ ଥିଲେ।

publive-image

ପଶ୍ଚିମ ମୟୂରଭଞ୍ଜ ସାଂଗଠନିକ ଜିଲ୍ଲା ସଭାପତି ଭୂବନ ବିହାରୀ ସାହୁଙ୍କ ସଭାପତିତ୍ବରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି  କଚେରୀ ଷ୍ଟାଡିୟମ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ଯଅତିଥି ଭାବେ ଓଡିଶା ରାଜ୍ଯ କଂଗ୍ରେସ କମିଟୀ ସଭାପତି ଭକ୍ତ ଚରଣ ଦାସ, ଜଗତସିଂହପୁର ବିଧାୟକ ତଥା ବିରୋଧୀ ଦଳ ଉପନେତା ଅଶୋକ ଦାସ, ମୟୂରଭଞ୍ଜ ଜିଲ୍ଲା ପୂର୍ବତନ ସାଂସଦ ଶୁଶିଳା ତିରିଆ,ପର୍ଯ୍ଯବେକ୍ଷକ ତଥା କେନ୍ଦୁଝର ଜିଲ୍ଲା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପର୍ଯ୍ଯବେକ୍ଷକ ନଳିନୀ ମହାନ୍ତି, ପୂର୍ବତନ ବିଧାୟକ ଶ୍ଯାମଚରଣ ହାଁସଦାଃ, ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତୀ, ବିଧାୟକ ପ୍ରାର୍ଥୀ ଜଗେନ୍ଦ୍ର ବାନରା, ବଡ଼ସାହି ବିଧାୟକ ପ୍ରାର୍ଥୀ କ୍ଷୀରୋଦ ଚନ୍ଦ୍ର ପାତ୍ର ଓ କରଂଜିଆ ବିଧାୟକ ପ୍ରାର୍ଥୀ ଲକ୍ଷ୍ମୀଧର ସିଂ, ପୂର୍ବ ମୟୂରଭଞ୍ଜ ଜିଲ୍ଲା ସଭାପତି ନିରୋଜ୍ ଲୋଚନ ଦାସ, ପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ସଭା ଆରମ୍ଭ ପୂର୍ବରୁ ରାଇରଙ୍ଗପୁର ନଗର ସଭାପତି ଅଶୋକ ଅଗ୍ରୱାଲ, ବସନ୍ତ ପଟ୍ଟନାୟକ, ଭଜହରି ମହାନ୍ତ, ରୂପକ ମହାନ୍ତି, ନିବେଦିତା ପାଲ ଓ ଅନ୍ଯମାନେ ପୁଷ୍ପଗୁଛ ଦେଇ ମୁଖ୍ଯ ଅତିଥି ଭକ୍ତ ଚରଣ ଦାସଙ୍କୁ ସ୍ବାଗତ କରିଥିଲେ। ସଭାପତି ତାଙ୍କର ସଭାପତିତ୍ବ ବକ୍ତବ୍ଯ ପ୍ରଦାନ କରିବା ପରେ ଅନ୍ଯାନ୍ଯ ଅତିଥିଗଣ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେ। ମୁଖ୍ଯ ଅତିଥି ଦାଣ୍ଡବୋଷରେ ଏୟାରଷ୍ଟ୍ରିପ ସଂପ୍ରସାରଣ ନେଇ ବିସ୍ତାପିତ ଲୋକମାନଙ୍କର ସମସ୍ଯା ସଂପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହିତ ନାରୀ ନିର୍ଯ୍ଯାତନା, ଦରବୁଦ୍ଧି ଆଦି ସମସ୍ଯା ଉପରେ ବିସ୍ତୁତ ଆଲୋଚନା କରିଥିଲେ। ଶେଷରେ ବିଧାୟକ ପ୍ରାର୍ଥୀ ଜଗେନ୍ଦ୍ର ବାନରା ଧନ୍ଯବାଦ ଅର୍ପଣ କରିଥିଲେ।  

congress | Bhakta Charan Das

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe