ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି: କଂଗ୍ରେସ

କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି। ବିହାର ନିର୍ବାଚନ ପାଇଁ ସିମ୍ପାଥି ଗ୍ରହଣ କରିବାକୁ ଚାଁହୁଛନ୍ତି ପ୍ରଧାନମନ୍ତ୍ରୀ।

Sonali

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କୁ କଟୁ ଶବ୍ଦ ନେଇ ରାଜନୀତି ଜୋର ଧରିଛି। ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେଇଥିବା ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି, ଆମ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀଙ୍କ ମା’ଙ୍କୁ ଅସମ୍ମାନ କରି ନାହାନ୍ତି। ବିହାର ନିର୍ବାଚନ ପାଇଁ ସିମ୍ପାଥି ଗ୍ରହଣ କରିବାକୁ ଚାଁହୁଛନ୍ତି ପ୍ରଧାନମନ୍ତ୍ରୀ। କିଏ କ’ଣ କହିଲା ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଦାୟୀ କରାଯାଉଛି। ନିଜ ମା’ଙ୍କୁ ନେଇ ନରେନ୍ଦ୍ର ମୋଦୀ ରାଜନୀତି କରୁଛନ୍ତି। ପୂର୍ବରୁ ସୋନିଆ ଗାନ୍ଧୀଙ୍କ ପ୍ରତି ଗୋରୀ ଚମଡ଼ି, ନାଚବାଲି ଭଳି ଶବ୍ଦ ବ୍ୟବହାର କରାଯାଇଛି। ସେତେବେଳେ କେଉଁଠି ଠିଲେ ପ୍ରଭାତୀ ପରିଡ଼ା ବୋଲି କଂଗ୍ରେସ ପ୍ରଶ୍ନ କରିଛି। 

ନିଜ ମା’ଙ୍କୁ ନେଇ ନରେନ୍ଦ୍ର ମୋଦୀ ରାଜନୀତି କରୁଛନ୍ତି। ପୂର୍ବରୁ ସୋନିଆ ଗାନ୍ଧୀଙ୍କ ପ୍ରତି ଗୋରୀ ଚମଡ଼ି, ନାଚବାଲି ଭଳି ଶବ୍ଦ ବ୍ୟବହାର କରାଯାଇଛି। ସେତେବେଳେ କେଉଁଠି ଠିଲେ ପ୍ରଭାତୀ ପରିଡ଼ା ବୋଲି କଂଗ୍ରେସ ପ୍ରଶ୍ନ କରିଛି। 

ଶ୍ରୀମତୀ ସାହୁ କହିଛନ୍ତି ଯେ, ଲୋକସେବା ଭବନରେ ସରକାରୀ ପିଆର ଓ ନିମନ୍ତ୍ରଣ ଦେଇ ଡାକି ରାହୁଲ ଗାନ୍ଧୀ ସମାଲୋଚନା କରିବା ସମ୍ବିଧାନକୁ ହତ୍ୟା କଲା ଭଳି ମନେ ହେଉଛି। ବୁଦ୍ଧି, ବିବେକ ଭୁଲି କଙ୍ଗାନା ରାଣାଓ୍ୱତ ସୀମଡ୍ରୋମ ପଛରେ ପଡିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କଙ୍ଗାନାଙ୍କ ଭଳି ମୋଦୀଙ୍କ ନିକଟତର ହେବାକୁ ଚାଁହୁଛନ୍ତି। 

 congress | Pravati Parida

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe