୨ ଛାତ୍ରୀ ଜୀବନ ହାରିନାହାନ୍ତି, ସେମାନଙ୍କୁ ଗଣଦୁଷ୍କର୍ମ କରାଯାଇଛି: କଂଗ୍ରେସ

ରାଜ୍ୟ ସରକାର ଉପରେ କଂଗ୍ରେସ ବର୍ଷିଛି। ସାରା ରାଜ୍ୟରେ ଦିନକୁଦିନ ମହିଳା ନିର୍ଯାତନା, ଦୁଷ୍କର୍ମ ବଢ଼ିବାରେ ଲାଗିଛି ଏବଂ ଏହି ସବୁକୁ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହେଇଛନ୍ତି ବୋଲି କହିଛି।

congress press meet

Congress press meet Photograph: (sambad.in)

ମାଲକାନଗିରି: ସାରା ରାଜ୍ୟରେ ଦିନକୁଦିନ ମହିଳା ନିର୍ଯାତନା, ଦୁଷ୍କର୍ମ ବଢ଼ିବାରେ ଲାଗିଛି ଏବଂ ଏହି ସବୁକୁ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହେଇଛନ୍ତି। ବିଗତ ଓ ବର୍ତ୍ତମାନ ସରକାର ଅମଳରେ ପ୍ରାୟ୧୬ ଶହରୁ ଉର୍ଦ୍ଧ୍ବ ମାମଲା ବିଚାରାଧୀନ ରହିଛି। କଂଗ୍ରେସ ମହିଳାଙ୍କୁ ସୁରକ୍ଷଆ ଦେବା ପାଇଁ ବଦ୍ଧ ପରିକର। ଯାହାକୁ ନେଇ ଘୋର ଉଦବେଗ ପ୍ରକାଶ କରିଛି ଜାତୀୟ କଂଗ୍ରେସ ଦଳ।

ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ମହିଳା ନିର୍ଯାତନା ନେଇ ରିପୋର୍ଟ ମାଗାଯାଇଥିଲେ ମଧ୍ୟ ଉତ୍ତର ନଦେଇ ବିଧାୟକମାନଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିବା ଓ ଧକ୍କା ମାରିବା ଭଳି ନିନ୍ଦନୀୟ କାର୍ଯ୍ୟ କରାଗଲା। ପବିତ୍ର ଗୃହରେ ଏଭଳି ଘୃଣ୍ୟ କାମ କେବେ ମଧ୍ୟ କରାଯାଇଥିଲା।

ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗଡ଼ିଆ,ମାଲକାନଗିରି ଜିଲ୍ଲା ଦାୟିତ୍ଵରେ ଥିବା ପର୍ଯ୍ୟବେକ୍ଷକ ଦ୍ବାରିକା ମହାପାତ୍ର,ମାଲା ମାଡ଼ି, ଜି ଶ୍ରୀନିବାସ ରାଓ, ସରୋଜ ପାତ୍ର, ପ୍ରାଣ କୃଷ୍ଣ ମଣ୍ଡଳ, ଭିମା ୱାରସେ, ବିନାୟକ ପାତ୍ର, ଇସାକ୍ ଖୋସଲା, ପଦ୍ମ ପାଙ୍ଗି, କେଶୁ ରାଓ, ପର୍ଶୁରାମ ଭକ୍ତ ପ୍ରମୁଖ କଂଗ୍ରେସ ନେତ୍ରୁ ବର୍ଗ ଉପସ୍ଥିତ ରହିଥିଲେ।  

ମାଲକାନଗିରି ଜିଲ୍ଲାର ଏମ ଭି ୭୨ ଉଚ୍ଚ ବିଦ୍ୟାଳୟର ଦୁଇ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟଣାର ସଠିକ୍ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଦୁଇ ଛାତ୍ରୀଙ୍କ ମୃତ୍ୟୁ ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବାର ପ୍ରଶାସନ କହୁଥିବା ବେଳେ କଂଗ୍ରେସ କିନ୍ତୁ ଏହା ଏକ ଗଣ ଦୁଷ୍କର୍ମ ବୋଲି ଅଭିଯୋଗ କରିଛି। ଏହି ଘଟଣା ସଂପୃକ୍ତ ଏକାଧିକ ବ୍ୟକ୍ତି ଖୋଲମ୍ ଖୋଲା ବୁଲୁଛନ୍ତି। ଏହି ଘଟଣାକୁ ଚାପାଇବା ପାଇଁ ବହୁ ଦିଗରୁ ଗ୍ରାମବାସୀଙ୍କୁ ଧମକ ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ ମାର୍ଚ୍ଚ ୨୭ ତାରିଖ ଦିନ ରାଜ୍ୟ ବିଧାନସଭା ଘେରାଉ କରିବା ପାଇଁ କଂଗ୍ରେସ ନିଷ୍ପତି ନେଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

politics | congress | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe