କେନ୍ଦ୍ରାପଡ଼ା‌ରେ ଯୁବତୀ ଜଳିଯିବା ଘଟଣା: ଆସନ୍ତାକାଲି ତଥ୍ୟ ସଂଗ୍ରହ କରିବ କଂଗ୍ରେସ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ବଡ଼ପଦା ଅଞ୍ଚଳରେ ଆଜି ଜଣେ ଯୁବତୀ ଜଳିଯିବା ଘଟଣା ନେଇ କଂଗ୍ରେସ ତଥ୍ୟ ସଂଗ୍ରହ କରିବ। ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସ) ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି।

Congress

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ବଡ଼ପଦା ଅଞ୍ଚଳରେ ଆଜି ଜଣେ ଯୁବତୀ ଜଳିଯିବା ଘଟଣା ନେଇ କଂଗ୍ରେସ ତଥ୍ୟ ସଂଗ୍ରହ କରିବ। ଏନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସ) ପକ୍ଷରୁ ଆଜି ନିର୍ଦ୍ଦେଶନାମା ଜାରି ହୋଇଛି। 

ପିସିସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଏହି କମିଟିର ସଦସ୍ୟମାନେ ଆସନ୍ତାକାଲି ପୂର୍ବାହ୍‌ଣରେ ଘଟଣାସ୍ଥଳ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ। ତଥ୍ୟ ଅନୁଧ୍ୟାନ କମିଟିରେ ପିସିସି ଉପସଭାପତି ସସ୍ମିତା ବେହେରା, ସଂପାଦିକା ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ମୁଖପାତ୍ର ସୋନାଲି ସାହୁ, ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପାନେଲିଷ୍ଟ ମଧୁସ୍ମିତା ଆଚାର୍ଯ୍ୟ ଓ ଅମ୍ରିତା ଦାସ। 

ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ଘଟଣା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି କହିଛି, ଓଡ଼ିଶାରେ ଚାଲିଛି ସୁଶାସନ ବଦଳରେ ଦୁର୍ଯ୍ୟୋଧନ ଓ ଦୁଃଶାସନଙ୍କର ଶାସନ ଚାଲିଛି। ଓଡ଼ିଶାରେ ପୀଡ଼ିତାମାନେ ଗୁହାରି କରିବେ ଯାହାକୁ, ଅପରାଧିମାନେ ଗେରସ୍ତ କରିବେ ତାହାକୁ ବୋଲି ଅଭିଯୋଗ ଆଣିଛି। ବିଜେଡି କହିଛି, ଓଡ଼ିଶା ପୁଲିସ ପୀଡ଼ିତାଙ୍କ ଗୁହାରି ଶୁଣୁ ନାହିଁ। ବାରମ୍ୱାର ଏଭଳି ଘଟଣା ଘଟୁଛି। କେନ୍ଦ୍ରାପଡା ପୀଡ଼ିତାଙ୍କ ଏଫ୍ଆଇଆର୍ ପଂଜୀକରଣ ହୋଇପାରିଲା ନାହିଁ। 

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାଜିଲ୍ଲା ପଟ୍ଟାମୁଣ୍ଡାଇର ବଡ଼ପଦା ଅଞ୍ଚଳରେ ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଜୀବନ ହାରି ଦେଇଛନ୍ତି। ଗୁରୁତର ଭାବେ ପୋଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣକ କେଉଁ କାରଣରୁ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକ ସ୍ଥିତି ଓ ପରିବାର ଲୋକଙ୍କ ବୟାନ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି। 

ଅଭିଯୋଗ ଅନୁସାରେ ଯବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ। ଅନ୍ୟପଟରେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ମୃତକାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଝିଅର ପୁରୁଷ ବନ୍ଧୁ ବ୍ଲାକମେଲିଂ କରୁଥିଲା। ଅଶ୍ଳୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲା। ଏନେଇ ଗ୍ରାମଞ୍ଚଳ ଥାନାରେ ୬ ମାସ ପୂର୍ବରୁ ଅଭିଯୋଗ କରିଥିଲୁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe