ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବାକୁ ଉଦ୍ୟମ କରୁଥିଲେ କଂଗ୍ରେସ କର୍ମୀ

Advertisment

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଉଦ୍ୟମ କରୁଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଉଦ୍ୟମ କରୁଥିଲେ।

congress workers

congress workers Photograph: (sambad.in)

ଫୁଲବାଣୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଗସ୍ତ କରି ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ଏବଂ ହସ୍ପିଟାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।

ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଉଦ୍ୟମ କରୁଥିଲେ। 

ଘଟଣାସ୍ଥଳରେ ଫୁଲବାଣୀ ଟାଉନ ପୁଲିସ ପହଞ୍ଚି କଂଗ୍ରେସ ନେତା ଘନ ଶବରଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ହେମନ୍ତ କୁମାର କର, ଯୁବ କ‌ଂଗ୍ରେସ ନେତା ସଂସାର ଭୋଇ, ଶିବ ଶଙ୍କର ବେହେରା, ମିଲନ ନାୟକ, ଗୋବିନ୍ଦ ଦିଗାଲ, ଦେବେନ୍ଦ୍ର ଦିଗାଲ, ଗଜେନ୍ଦ୍ର କହଁର ପ୍ରମୁଖ ଛାମୁଆଁ କଂଗ୍ରେସ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ନେତାଙ୍କୁ ଥାନାରେ ଅଟକ ରଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ପୁଲିସ ଏ ସମସ୍ତ କଂଗ୍ରେସ ନେତାଙ୍କୁ ଛାଡ଼ି ଦେଇଥିଲା। ବିଜେପି ସରକାର ଧନୀ ଓ ଶିଳ୍ପପତିଙ୍କ ସରକାର। ଏ ସରକାର ଅମଳରେ ଗରିବ ଲୋକଙ୍କ ପ୍ରତି ଶୋଷଣ ବଢ଼ିଛି। ଦେଶରେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ଏବଂ ବେକାରୀ ଓ ବେରୋଜଗାର ଚିନ୍ତା ବଢ଼ାଇ ଦେଇଛି ବୋଲି କଂଗ୍ରେସ ନେତା ଶ୍ରୀ ଶବର ଅଭିଯୋଗ କରିଥିଲେ। ବିଜେପି ସରକାର ଆଦିବାସୀ ବିରୋଧୀ ବୋଲି ଶ୍ରୀ ଶବର କହିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳରେ ମେଡିକାଲ କଲେଜ ଓ ଡାକ୍ତରଖାନାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗତ ୨୪ ବର୍ଷରେ ସ୍ୱାସ୍ଥ୍ୟ ସେବା ନାଁରେ ଯେଉଁ ସବୁ ଅବ୍ୟବସ୍ଥା ଓ ଅସଙ୍ଗତି ଦେଖା ଦେଇଥିଲା ତାହାକୁ ସଜାଡ଼ିବା ସହିତ ଏକ ଗୁଣାତ୍ମକ, ସର୍ବସ୍ପର୍ଶୀ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ରାଜ୍ୟକୁ ସୁସ୍ଥ ଓ ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ବିଜେପି ସରକାର। ନୂତନ ଚିକିତ୍ସାଳୟ ଓ କଲେଜ ପ୍ରତିଷ୍ଠାଠାରୁ ଆରମ୍ଭ କରି ଡାକ୍ତରୀ ପଦବି ବଢ଼ାଇବା ଯାଏଁ, ସାଧାରଣ ଜନତାଙ୍କ ସ୍ୱାର୍ଥକୁ ସର୍ବାଗ୍ରେ ପ୍ରାଧାନ୍ୟ ଦିଏ ଆମ ଡବଲ ଇଞ୍ଜିନ ସରକାର।

Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe