ମହିଳା ନର୍ସଙ୍କ ଘରେ ପଶି କଲେ ପ୍ରେମ ନିବେଦନ,  କଥା ନ ମାନିବାରୁ ନିସ୍ତୁକ ପିଟିଲେ କନେଷ୍ଟବଳ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରି। ରାତିଅଧରେ ନର୍ସଙ୍କର ମଙ୍ଗଳପୁର ଭଡ଼ାଘରେ ପଶି କଲେ ପ୍ରେମ ନିବେଦନ, ମାତ୍ର କଥା ନମାନିବାରୁ ଦେଲେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।

const

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କ ଦବଙ୍ଗଗିରି। ରାତିଅଧରେ ନର୍ସଙ୍କର ମଙ୍ଗଳପୁର ଭଡ଼ାଘରେ ପଶି କଲେ ପ୍ରେମ ନିବେଦନ, ମାତ୍ର କଥା ନମାନିବାରୁ ଦେଲେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ କନେଷ୍ଟବଳ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମରେ ହୋଇଥିବା ବେଳେ ଡାହାଣ ହାତ - ମେରଦା ଉପ - ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ ନର୍ସ ପୁଷ୍ପାଞ୍ଜଳି ନାୟକଙ୍କୁ ଦୀର୍ଘ ଏକ ବର୍ଷ ହେଲା ପ୍ରେମ ନିବେଦନ କରିବା ସହ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଆସୁଥିଲେ। ସମ୍ପୃକ୍ତ କନେଷ୍ଟବଳଙ୍କ କଥାରେ ନର୍ସ ଅରାଜି ହେବାରୁ ଗତକାଲି ରାତିରେ ନର୍ସଙ୍କ ଘରେ ପଶି କନେଷ୍ଟବଳ ଜଣକ ପ୍ରେମ ନିବେଦନ କରିଥିଲେ। ଏଥିରେ ରାଜି ନହେବାରୁ ନର୍ସଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ ମଙ୍ଗଳପୁର ପୁଲିସ ଅଟକ ରଖିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe