ବାହୁଡ଼ା ଯାତ୍ରା ଡ୍ୟୁଟି ବେଳେ ଟଳି ପଡ଼ିଲେ କନେଷ୍ଟବଳ

ଆଜି ସକାଳୁ ରାୟଗଡ଼ା ସଦର ତହସିଲ ଛକ ଜାତୀୟ ରାଜପଥ କଡ଼ରେ ସେ ଡ୍ୟୁଟିରେ ନିୟୋଜିତ ଥିଲେ। ସନ୍ଧ୍ୟା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରି ତଳେ ପଡ଼ିଯାଇଥିଲେ।

Dead

ରାୟଗଡ଼ା: ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଜଣେ କନେଷ୍ଟବଳ। ମୃତକ ଜଣକ ତାରିଣୀ ଚରଣ ଗମାଙ୍ଗ(୫୦)। ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା।

ସୂଚନାରୁ ଜଣାପଡିଛି ଆଜି ସକାଳୁ ରାୟଗଡ଼ା ସଦର ତହସିଲ ଛକ ଜାତୀୟ ରାଜପଥ କଡ଼ରେ ସେ ଡ୍ୟୁଟିରେ ନିୟୋଜିତ ଥିଲେ। ସନ୍ଧ୍ୟା ସମୟରେ ହଠାତ୍ ଅସୁସ୍ଥତା ଅନୁଭବ କରି ତଳେ ପଡ଼ିଯାଇଥିଲେ। ତେବେ ସେଠାରେ ଉପସ୍ଥିତ ପୁଲିସ କର୍ମୀ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାରିଣୀଙ୍କ ନିଜ ଘର ପଦ୍ମପୁର ଥାନା ଅର୍ନ୍ତଗତ ଲକ୍ଷ୍ମଣଗୁଡ଼ା ଗ୍ରାମ।

୧୯୯୭ ମସିହାରେ ପୁଲିସ କନେଷ୍ଟବଳ ଚାକିରି ପାଇ ବର୍ତ୍ତମାନ ଦୋରାଗୁଡ଼ା ଥାନାରେ କାର୍ଯ୍ୟରତ ଥିଲେ। ବାହୁଡା ଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଆସିଥିଲେ। ରାୟଗଡ଼ା ମେଡ଼ିକାଲରେ ଏସଡିପିଓ ଗୌରହରି ସାହୁ, ପୁଲିସ ଆରଆଇ କବିବର ଦେହୁରୀ, ରାୟଗଡ଼ା ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ।

ତାରିଣୀ ଜଣେ କର୍ତବ୍ୟନିଷ୍ଠ ଓ ନିଷ୍ଠାପର ଭାବେ ନିଜ ଦାୟିତ୍ୱ ସର୍ବଦା ନିର୍ବାହ କରିଥାନ୍ତି ବୋଲି ତାଙ୍କ ସହକର୍ମୀ ସୂଚନା ଦେଇଛନ୍ତି। ଆଜି ଗୋଟିଏ ଦିନରେ ଦୁଇ ଜଣ ପୁଲିସ ପ୍ରାଣ ହରାଇଥିବାରୁ ଶୋକର ଛାୟା ଖେଳିଯାଇଛି I ରାୟଗଡା ଆରକ୍ଷୀ ଅଧିକ୍ଷକ ସ୍ଵାଥୀ ଏସ କୁମାର, ଜିଲ୍ଲାପାଳ ପାରୁଲ ପଟାୱରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଶୋକ ପ୍ରକଟ କରିଛନ୍ତି।

Rayagada | rath yatra 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe