ଇଣ୍ଡଷ୍ଟ୍ରିଆଲ ପାର୍କର ନିର୍ମାଣ କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୫୨ଲକ୍ଷ ଟଙ୍କା

ବଡ଼ସାହି ବିଧାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ପୁରୁଣିଆ ପଞ୍ଚାୟତର ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ବୈଠକ ପରେ ବେତନଟୀ ବ୍ଲକ ଅଧୀନ ଅଙ୍ଗାରୁଆ ଗ୍ରାମ ଅନାବାଦୀ ଜମିରେ ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛିl

ବୈଶିଙ୍ଗା: ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ପୁରୁଣିଆ ପଞ୍ଚାୟତର ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ବୈଠକ ପରେ ବେତନଟୀ ବ୍ଲକ ଅଧୀନ ଅଙ୍ଗାରୁଆ ଗ୍ରାମ ଅନାବାଦୀ ଜମିରେ ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛିl ପ୍ରାଥମିକ ସ୍ତରରେ ୨୦ଏକର ଜମିରେ ୫୨ଲକ୍ଷ ୨୪ହଜାର ଟଙ୍କା ବ୍ୟୟରେ ହେବ ପ୍ରକଳ୍ପ କାର୍ଯ୍ୟ। ଏହି ପ୍ରକଳ୍ପରୁ ପୁରୁଣିଆ ପଞ୍ଚାୟତର ୬ହଜାରରୁ ଅଧିକ ଗ୍ରାମବାସୀ ଉପକୃତ ହେବେ l 

ସୂଚନା ଅନୁଯାୟର ବିଧାୟକ ଶ୍ରୀ ବିଜୁଳିଙ୍କ ପ୍ରସ୍ତାବ କ୍ରମେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଅନୁମୋଦିତ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କାର୍ଯ୍ୟ ଅଙ୍ଗାରୁଆସ୍ଥିତ ସରକାରୀ ଜମିରେ ଗତ ସପ୍ତାହରେ ଆରମ୍ଭ କରାଯାଇଥିଲାl ଅଙ୍ଗାରୁଆ ଗ୍ରାମରେ ହେବାକୁଥିବା ଏହି ପ୍ରକଳ୍ପ ବାବଦରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଏବଂ ଗ୍ରାମବାସୀ ଅଜ୍ଞ ଥିବାବେଳେ ନିର୍ମାଣ କାର୍ଯ୍ୟ ବାବଦରେ କୌଣସି ସୂଚନା ଫଳକ ନଥିବାରୁ ପ୍ରଥମେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା l

ଖବରପାଇ ବିଧାୟକ ସନାତନ ବିଜୁଳି, ବିଡ଼ିଓ ସୁଶାନ୍ତ କୁମାର ସୁତାର, ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରିଣୀଦାସଙ୍କ ସମେତ ଆଇଟିଡିଏର ଅଧିକାରୀଗଣ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେl ଆଇଟିଡିଏ ପକ୍ଷରୁ ସରକାରୀ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏନେଇ ସ୍ଥାନୀୟ ଜନପ୍ରତିନିଧି କିମ୍ବା ଅଞ୍ଚଳବାସୀଙ୍କୁ ଅବଗତ କରାଯାଇନଥିବା ଅଭିଯୋଗ ହୋଇଥିଲାl

publive-image

ଏନେଇ କୌଣସି ଗ୍ରାମସଭା ହୋଇନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ମଧ୍ୟ ନିର୍ମାଣ କରାଯାଇଥିଲାl ଏହିଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବେତନଟୀ ବ୍ଲକ ଉପାଧ୍ୟକ୍ଷ  ତଥା ପୁରୁଣିଆ ପଞ୍ଚାୟତର ସମିତିସଭ୍ୟ ଦେବଦତ୍ତ ତିଆଡ଼ି ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେl

ସର୍ବସମ୍ମତି କ୍ରମେ ବିବାଦର ସମାଧାନ ପୂର୍ବକ ସମିତି ସଭ୍ୟ ଦେବଦତ୍ତ ତିଆଡ଼ିଙ୍କ ଆବାହକତ୍ୱରେ ଗୁରୁବାର ଦିନ ପୂର୍ବାହ୍ନରେ ଅଙ୍ଗାରୁଆ ସ୍କୁଲ ପରିସରରେ ଏକ ବୈଠକର ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଧାୟକଙ୍କ ସମେତ ସ୍ଥାନୀୟ ସରପଞ୍ଚ, ପିଏଆଇଟିଡିଏ ପ୍ରଣୟ ରଞ୍ଜନ ବେହେରା, ବେତନଟୀ ବିଡ଼ିଓ ତଥା ଭାରପ୍ରାପ୍ତ ତହସିଲଦାର ସୁଶାନ୍ତ କୁମାର ସୁତାର, ଏସଡିପିଓ ମିନତୀ ବିଶ୍ୱାଳ, ବୈଶିଙ୍ଗା ଥାନା ଅଧିକାରୀ ବାରିଣି ଦାସଙ୍କ ସହିତ ଏକାଧିକ ପ୍ରଶାସନିକ ଅଧିକାରୀ ଓ ଶତାଧିକ ପଞ୍ଚାୟତ ବାସୀ ଯୋଗ ଦେଇଥିଲେl 

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe