Nabarangpur SHG Photograph: (sambad.in)
ନବରଙ୍ଗପୁର: ଗତ ତିନି ବର୍ଷ ହେବ ୧୨ନଂ ୱାର୍ଡରେ ୭ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ମିସନ ଶକ୍ତି ହଲର ନିର୍ମାଣ ସରୁନି। ଚାଇନା ମାର୍କେଟର ତିରୁମୁଲା ଏସଚଜି ଗୃପକୁ ଏହାର ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ଅନ୍ୟ ଜଣେ ଏମାନଙ୍କୁ ଭୁଆଁ ବୁଲାଇ ସେ ଯୁଦ୍ଧକାଳୀନ ଭିତ୍ତିରେ କାମ ସାରି ଏମାନଙ୍କୁ ହସ୍ତାନ୍ତର କରିବାକୁ ପ୍ରତିଶ୍ରୃତି ଦେଇଥିଲେ। ତେବେ ଦୀର୍ଘ ୩ବର୍ଷ ହେବ ଏହାର ନିର୍ମାଣ ସରୁନଥିବାକୁ ନେଇ ଆଜି ଏସଏଚଜି ଗୃପର ମହିଳା ମାନେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣଙ୍କୁ ଭେଟି ଅଭିଯୋଗ କରିଛନ୍ତି।
ମହିଳା ସ୍ବୟଂ ସହାୟକ ଦଳକୁ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବିଭିନ୍ନ ଧନ୍ଦାମୂଳକ ତାଲିମ ଦେବା ସହ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଅନୁସଙ୍ଗିକ ଭିତ୍ତିଭୂମି ଯୋଗାଇ ଆସୁଛନ୍ତି। ଏହି କ୍ରମରେ ନବରଙ୍ଗପୁର ସହରର ୱାର୍ଡ ନଂ ୧୨ରେ ୭ଲକ୍ଷ ଟଙ୍କାରେ ମିସନ ଶକ୍ତି ହଲ୍ ନିର୍ମାଣ ପାଇଁ ଚାଇନାମାର୍କେଟ ଅଂଚଳର ତିରୁମୁଲା
ଏସଚଜି ଗୃପକୁ ପୌରପାଳିକା ପକ୍ଷରୁ କାର୍ଯ୍ୟାଦେଶ ଦିଆଯାଇଥିଲା। ତେବେ ଏହି ଏସଚଜି ନିର୍ମାଣ କାମ ଆରମ୍ଭ କରିବା ପୂର୍ବରୁ ଉକ୍ତ ଅଂଚଳର ଜୈନେକ ରାଜନୈତିକ ବ୍ୟକ୍ତି ଜଣକ ଏମାନଙ୍କୁ ମିଛ ସତ କହି ସେ ତୁରନ୍ତ କାମ ସାରିବେ ବୋଲି ପ୍ରତିଶ୍ରୃତି ଦେଇ କାମ ଆରମ୍ଭ କରିଥିଲେ।
ତେବେ ଦୀର୍ଘ ତିନି ବର୍ଷ ହେବ ଏହାର କାମ ସରୁନଥିବାକୁ ନେଇ ମହିଳା ଏସଏଚଜି ଗୃପର ଏମ୍ ଅରୁଣା, ଏମ୍ ଉଷା, କେ ପଦ୍ମିନୀ, ଏମ୍ ଆଶା, ଟି ସନ୍ତୋଷୀ, ଏମ୍ ସଂଧ୍ୟା, ୟୁ ସୂର୍ଯ୍ୟକୁମାରୀ, ଉଷାରାଣୀ ପଟ୍ଟନାୟକ, ଏ ଇନ୍ଦୁ ପ୍ରମୁଖ ପୌର ନିର୍ବାହୀ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲେ। ଯେବେ ଉକ୍ତ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପଚାରିଲେ ସପ୍ତାହକ ମଧ୍ୟରେ କାମ ସାରିବେ ବୋଲି କହୁଥିବା ଏହି ମହିଳା ମାନେ କହିଛନ୍ତି।
ତେବେ ସେ କାହିଁକି କାମ ସାରୁ ନାହାନ୍ତି ତାହା ସ୍ପଷ୍ଟ ନୁହେଁ ବୋଲି ଅଭିଯୋଗ କରିଛନ୍ତି। କାର୍ଯ୍ୟାଦେଶ ଯାହା ନାଁରେ ରହିଛି ସେ ନିର୍ମାଣ କରିବା କଥା, କାହିଁକି କାମ ଅନ୍ୟ ଜଣେ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ସେ ଏହାର ଯାଂଚ କରି ପଦକ୍ଷେପ ନେବେ ବୋଲି କହିଥିବା ଏସଏଚଜି ଗୃପର ମହିଳା ମାନେ କହିଛନ୍ତି।
Nabarangpur
Follow Us