ଓଭର୍‌ହେଡ୍ ପାଣି ଟାଙ୍କି କାର୍ଯ୍ୟ ନିମ୍ନମାନ ଅଭିଯୋଗ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜାନା ରହିଛି। ହିତାଧିକାରୀ ଉକ୍ତ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ୍ ଅର୍ନ୍ତଗତ ବାସିଙ୍ଗୀ ଗ୍ରାମ ପଂଚାୟତରେ।

rgp

ବାସିଙ୍ଗୀ(ମୟୂରଭଂଜ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜାନା ରହିଛି। ହିତାଧିକାରୀ ଉକ୍ତ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବହଳଦା ବ୍ଲକ୍ ଅର୍ନ୍ତଗତ ବାସିଙ୍ଗୀ ଗ୍ରାମ ପଂଚାୟତରେ। ଅଭିଯୋଗ ଅନୁଯାୟୀ ବାସିଙ୍ଗୀ ଗ୍ରାମ ପଂଚାୟତର ବାସିଙ୍ଗୀ ଗ୍ରାମର ରୁଂଜୁଡ଼ିହିରେ।

ବାସିଙ୍ଗୀ ଗ୍ରାମ ପଂଚାୟତର ରୁଂଜୁଡିହିରେ ପାନୀୟ ଜଳ ଯୋଗାଣ ନିମନ୍ତେ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ଓଭର୍ ହେଡ୍ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲୁଅଛି। ବର୍ତମାନ ସୁଦ୍ଧା ଉକ୍ତ କାର୍ଯ୍ୟ ନିମନ୍ତେ ସୂଚନା ଫଳକ ଲଗାଯାଇ ନାହିଁ। ଏନେଇ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ପରେ ମଧ୍ୟ ସୂଚନା ଫକଳ ଲଗାଯାଉ ନାହିଁ। ଏନେଇ ବିଭାଗୀୟ ଅଧିକାରୀ ଓ ଠିକାଦାର ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଥିବା ନେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ନିର୍ମାଣ କାର୍ଯ୍ୟ ମଧ୍ୟ ବର୍ଷେ ପାଖାପାଖି ହେବ କିନ୍ତୁ ଅଧପନ୍ତରିଆ ହୋଇ ରହିଛି। ସୂଚନା ଫଳକ ମଧ୍ୟ ଲାଗିନାହିଁ।

ତେବେ ସମସ୍ତଙ୍କ ଘର ପାର୍ଶ୍ବ ଦେଇ ପାଇପ୍ ମଧ୍ୟ ବିଛାଯାଇଛି। ଉକ୍ତ ପାଇପ୍ ମଧ୍ୟ କଳଙ୍କି ଲାଗି କଣା ହୋଇଯାଇଛି। ଏହା ବ୍ୟତୀତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ଲୁହା ଛଡ, ସିମେଣ୍ଟ, ବାଲି ଓ ଚିପ୍ସ୍ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ବିଭାଗୀୟ ଅଧିକାରୀ କାହିଁକି କର୍ଣପାତ କରୁନାହାଁନ୍ତି। ଏନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। 

ଏହି ପ୍ରକଳ୍ପ କେତେ ଟଙ୍କା ବ୍ୟୟରେ ନିର୍ମିତ ହେଉଛି ଏବଂ ନିର୍ମାଣ ସଂସ୍ଥାର ନାମ ଜଣାପଡୁନାହିଁ। ଯଥାଶୀଘ୍ର ଉକ୍ତ ପ୍ରକଳ୍ପରେ ସୂଚନା ଫଳକ ଲଗାଯାଉ ଏବଂ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉ ବୋଲି ଦାବି ହେଉଛି। ବାସିଙ୍ଗୀ ଗ୍ରାମପଂଚାୟତ କାର୍ଯ୍ୟଳୟ ପାର୍ଶ୍ବରେ ଥିବା ଓଭର୍ ହେଡ୍ ପାଣି ଟାଙ୍କି କାର୍ଯ୍ୟ ସମାପ୍ତ ହୋଇଥିଲେ ସୁଦ୍ଧା ସେଥିରେ ମଧ୍ୟ ସୂଚନା ଫଠକ ଲଗାଯାଇନାହିଁ। ଏଣୁ ତାହାର ତଦନ୍ତ କରାଯାଉ ବୋଲି ଦାବି ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe