ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଜଳିଗଲା କଣ୍ଟେନର୍: ଜୀବନ୍ତ ଦଗ୍ଧ ହୋଇଗଲେ ଚାଳକ

୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଘଟଣ। ଟୋଲ ପ୍ଲାଜା ସୁରକ୍ଷା ବାଡ଼କୁ ଧକ୍କା ଦେଇ ଜଳିଗଲା କଣ୍ଟେନର। ଜୀବନ୍ତ ଦଗ୍ଧ ହୋଇଗଲେ ଚାଳକ।ଜଳେଶ୍ୱର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଦୀର୍ଘ ଏକ ଘଣ୍ଟାର ଉଦ୍ୟମ ପରେ ଆୟତ୍ତକୁ ଆଣିଥିଲେ।କିନ୍ତୁ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଧୂଆଁ ଆଚ୍ଛାଦିତ ହୋଇ ଯାଇଥିଲା।

bjn

ଜଳେଶ୍ଵର: ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଘଟଣ। ଟୋଲ ପ୍ଲାଜା ସୁରକ୍ଷା ବାଡ଼କୁ ଧକ୍କା ଦେଇ ଜଳିଗଲା କଣ୍ଟେନର। ଜୀବନ୍ତ ଦଗ୍ଧ ହୋଇଗଲେ ଚାଳକ।

ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା ଏକ କଣ୍ଟେନର ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଥାନା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ କଣ୍ଟେନର ସହ ଚାଳକ ଜୀବନ୍ତ ଜାଳି ଯାଇଛନ୍ତି।ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଜଳେଶ୍ଵର ପୁଲିସ ଦୁର୍ଘଟଣା କାରଣ କ'ଣ ସେନେଇ ତଦନ୍ତ କରୁଛି।ଜଳି ଯାଇଥିବା କଣ୍ଟେନରର ନମ୍ବର ହେଉଛି ଟିଏନ୫୮ଏଇ-୭୮୬୧।

ଜାତୀୟ ରାଜପଥ ବିଭାଗର କର୍ମଚାରୀମାନେ କ୍ରେନ ସାହାଯ୍ୟରେ କଣ୍ଟେନରକୁ ହଟାଇଥିଲେ। ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିବା ବେଳେ ଭୋର ୫ ଟାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଦ୍ରୁତ ଗତି ସହ ଡ୍ରାଇଭରଙ୍କୁ ନିଦ ମାଡ଼ିଥିବାରୁ  ଏପରି ଦୁର୍ଘଟଣା ହୋଇ ଥାଇପାରେ ବୋଲି କୁହାଯାଇଛି।


ବିବରଣୀରୁ ପ୍ରକାଶ ଯେ ରାତି ପ୍ରାୟ ୨ ଟା ୧୫ ମିନିଟ ସମୟରେ ଏହି ମାଲ ବୋଝେଇ କଣ୍ଟେନରଟି ପଶ୍ଚିମବଙ୍ଗରୁ ଓଡ଼ିଶା ଅଭିମୁଖେ ଆସୁଥିଲା। ତେବେ  ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଥିବା କଙ୍କ୍ରିଟ ଡିଭାଇଡର ଉପରକୁ କଣ୍ଟେନରଟି ଭାରସାମ୍ୟ ହରାଇ ଚଢ଼ିଯିବା ସହ ଟୋଲ ପ୍ଲାଜା କେବିନ୍ ଦେହରେ ପିଟି ହୋଇଥିଲା। ଏହାପରେ କଣ୍ଟେନରଟି ହୁତୁ ହୁତୁ ହୋଇ ଜଳିବା ସହ ଚାଳକ ମଧ୍ୟ ଜୀବନ୍ତ ଜାଳି ଯାଇଥିଲେ। ଏହି ସମୟରେ ଟୋଲ ପ୍ଲାଜା କେବିନ୍ ଭିତରେ ଡ୍ୟୁଟିରେ ଥିବା ଟୋଲ କର୍ମଚାରୀ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ତେବେ ଦୁର୍ଘଟଣାର ମାତ୍ର କେଇ ମିନିଟ୍ ମଧ୍ୟରେ କଣ୍ଟେନର ନିଆଁ ଅଣାୟତ୍ତ ହେବାରୁ ଟୋଲ କର୍ମଚାରୀ ଓ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଥିଲେ।

ଖବର ପାଇ ଜଳେଶ୍ୱର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଦୀର୍ଘ ଏକ ଘଣ୍ଟାର ଉଦ୍ୟମ ପରେ ଆୟତ୍ତକୁ ଆଣିଥିଲେ।କିନ୍ତୁ ଦୀର୍ଘ ସମୟ ଧରି ସ୍ଥାନୀୟ ଅଞ୍ଚଳରେ ଧୂଆଁ ଆଚ୍ଛାଦିତ ହୋଇ ଯାଇଥିଲା।ଖବର ପାଇ ଜଳେଶ୍ୱର ଆଇଆଇସି ରଞ୍ଜନ କୁମାର ସେଠୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଜାତୀୟ ରାଜପଥ ବିଭାଗର କର୍ମଚାରୀମାନେ କ୍ରେନ ସାହାଯ୍ୟରେ କଣ୍ଟେନରକୁ ହଟାଇଥିଲେ। ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବ୍ୟାଘାତ ହୋଇଥିବା ବେଳେ ଭୋର ୫ ଟାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଦ୍ରୁତ ଗତି ସହ ଡ୍ରାଇଭରଙ୍କୁ ନିଦ ମାଡ଼ିଥିବାରୁ  ଏପରି ଦୁର୍ଘଟଣା ହୋଇ ଥାଇପାରେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe