ନୀଳଗିରି: ଟୋଲ ଗେଟ ଫାଙ୍କି ଗୋରୁ ଚୋରା ଚାଲଣ ବେଳେ ବାରାକୋଇଲ ଛକରୁ ଧରାପଡ଼ିଲା ଗୋରୁ ବୋଝେଇ କଣ୍ଟେନର। ୧୦୦ ରୁ ଊର୍ଦ୍ଧ୍ବ ଗୋରୁ ଜବତ ଏବଂ ଏହି ମାମଲାରେ ୨ ଗୋମାଫିଆଙ୍କୁ ଅଟକ ରଖାଯାଇଛି। ତେବେ ଚମ୍ପଟ ମାରିଲା ଏସ୍କର୍ଟ ଗାଡ଼ି।
ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତା ଗାଡ଼ିକୁ ଅଟକାଇବାର ଚେଷ୍ଟା କରିଥିଲେ
ସୂଚନା ମୁତାବକ, ଏକ ଗୋରୁ ବୋଝେଇ କଣ୍ଟେନର ଭଦ୍ରକରୁ ୧୦୦ରୁ ଊର୍ଦ୍ଧ୍ବ ଗୋରୁ ନେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଶେରଗଡ ନିକଟରେ ଥିବା ଟୋଲ ଗେଟ ଫାଙ୍କିବା ପାଇଁ ବିଦୁ ଛକରୁ ଗାଡ଼ିଟି ନୀଳଗିରି ଅଭିମୁଖେ ଆସିଥିଲା। ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କିଛି କର୍ମକର୍ତ୍ତା ପ୍ରଥମେ ଗାଡ଼ିକୁ ବାରାକୋଇଲି ଛକରେ ଅଟାକାଇବାକୁ ଚେଷ୍ଟା କରିଥିଲେ। ହେଲେ ଏସ୍କର୍ଟ କରି ଯାଉଥିବା ଏକ ବୋଲେରୋ ଗାଡ଼ି ସେମାନକୁ ଧକ୍କା ଦେବା ପାଇଁ ଚେଷ୍ଟା କରିଥିଲା।
ଆହୁରି ପଢ଼ନ୍ତୁ: BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ
ପରେ ଇଶ୍ବରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇଙ୍କ ସହାୟତାରେ ଗାଡ଼ିଟିକୁ ଶ୍ୟାମସୁନ୍ଦରପୁର ଛକରେ ଜବତ କରାଯାଇ ନୀଳଗିରି ଥାନାର ଜିମା ଦିଆଯାଇଛି। ପରେ ଉକ୍ତ ଗୋରୁମାନଙ୍କୁ ବାମପଦା ଗୋଶାଳାକୁ ନିଆଯାଇଛି।
ଆହୁରି ପଢ଼ନ୍ତୁ: Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/06/untitled-2025-12-06-09-43-04.png)