ଭଦ୍ରକ(ହରିହର ନାୟକ): ଭଦ୍ରକ ଜିଲ୍ଲାର ବିଜେଡି ସଂଗଠନ ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଉ ଥିବା ଦେଖି ଗତ ୪ ଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାର ବିଜେଡି ଦଳର ସମସ୍ତ ବରିଷ୍ଠ ନେତା ଓ ବିଧାୟକଙ୍କୁ ଡାକି ଦଳକୁ ସଂଗଠିତ କରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ଦଳରୁ ୪ ବ୍ଲକ ଅଧ୍ୟକ୍ଷ କିଭଳି ବିଜେପିକୁ ନଯିବେ ଓ ସରପଂଚ ଓ ସମିତି ସଭ୍ୟମାନେ କିଭଳି ଦଳ ନଛାଡ଼ିବେ ସେଥି ପାଇଁ ଭଦ୍ରକ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ଵ ଦିଆଯାଇଥିଲା।
ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭଦ୍ରକରେ ବିଜେଡି ଦଳକୁ ସୁଦୃଢ଼ କରିବା ପାଇଁ ପ୍ରଫୁଲ୍ଲ ସାମଲଙ୍କୁ ଦାୟିତ୍ଵ ଦେଇଥିବା ବେଳେ ଆଜି ପ୍ରଫୁଲ୍ଲଙ୍କ ଡାକରାରେ ଭଦ୍ରକ ଜିଲ୍ଲା ବିଜେଡି ପାର୍ଟି କାର୍ଯ୍ୟାଳୟରେ କିଛି ହାତ ଗଣତି ପଞ୍ଚାୟତ ସରପଂଚ ଓ ସମିତି ସଭ୍ୟ ଯୋଗଦେଇଥିବା ବେଲେ ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲ ମୁକ୍କି ହାବିବ ଓ ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ ଯୋଗଦେଇଥିଲେ।
ଆହୁରି ପଢ଼ନ୍ତୁ: FIR: ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାଁରେ ପାଲଟା ଏତଲା ଦେଲେ ଯୁବ ବିଜେଡି ନେତା
ବିଜେପି ଉପରେ ନଜର
ପ୍ରଫୁଲ୍ଲଙ୍କ ଏହି ବୈଠକରେ ବିଜେଡି ନେତାଙ୍କର ଦେଖା ଦର୍ଶନ ନଥିଲା। ସଙ୍ଗଠନକୁ ନେଇ କିଛି କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ହଟ୍ଟଗୋଳ ହୋଇଥିଲା, ଯାହାକୁ ନେଇ ପ୍ରଫୁଲ୍ଲଙ୍କର ଏହି ବୈଠକ ଏକ ପ୍ରକାର ଭଣ୍ଡୁର ହୋଉଥିବା ବେଳେ ବିଜେଡି ଭଦ୍ରକରେ ଫିକା ପଡ଼ି ଯାଇଥିବା ସ୍ପଷ୍ଟ ହୋଉଛି। ଆଉ ବିଜେଡି ଦଳ ଭଦ୍ରକରେ ଉଧେଇ ପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏକଥା କର୍ମୀ କହିବା ଆରମ୍ଭ କରୁଛନ୍ତି। ବାପା ପ୍ରଫୁଲ୍ଲ ଦଳ ସଜାଡିବାକୁ ବୈଠକ ଡାକୁଥିବା ବେଲେ ପୁଅ ଲୁଲୁ ଅଧିକାଂଶ ବିଜେଡି କର୍ମୀ ଓ ନେତାଙ୍କୁ ନେଇ ବିଜେପି ଶିବିରକୁ ପଳାଇଯିବାକୁ ଯୋଜନା କରିସାରିଛନ୍ତି। ଆଜି ଭଦ୍ରକ ବିଜେଡି ପାର୍ଟି ଅଫିସ ଫିକା ପଡ଼ିଯାଇଥିବା ବେଳେ ଆସନ୍ତାକାଲି ଲୁଲୁଙ୍କର ବିଜେପିରେ ମିଶ୍ରଣ ପର୍ବରେ ତାଙ୍କ ସହ ଭଦ୍ରକ ଜିଲ୍ଲାର କେତେ ବିଜେଡି କର୍ମୀ ବିଜେପିରେ ମିଶୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/05/prafulla-samal-2025-12-05-22-55-52.jpg)