ସ୍କର୍ପିଓରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ

ବାଉଁଶୁଣି-ଗୁନ୍ଦୁଳିଆ ରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଗୋଛାପଡା ନିକଟରେ ଚଢ଼ାଉ କରି ଏକ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଗଞ୍ଜେଇ ବସ୍ତା ସବୁ ପୁଲିସକୁ ମିଳିଥିଲା।

contraband seized

contraband seized Photograph: (Sambad )

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୁଲିସ ଏକ ସ୍କର୍ପିଓରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି। ଏବଂ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣକୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶକି ବାଉଁଶୁଣି-ଗୁନ୍ଦୁଳିଆ ରାସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଗୋଛାପଡା ନିକଟରେ ଚଢ଼ାଉ କରି ଏକ ସ୍କର୍ପିଓ (ଓଡି-୦୨-ଏସ-୫୫୮୮)କୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଗଞ୍ଜେଇ ବସ୍ତା ସବୁ ପୁଲିସକୁ ମିଳିଥିଲା। ପୁଲିସ ଗାଡି ସହ ଗଞ୍ଜେଇକୁ ଜବତ କରିଥିଲା ଏବଂ ଗାଡ଼ିରେ ଥିବା ଦୁଇ ଜଣ ଚାଲାଣକାରୀଙ୍କୁ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତ ହର୍ଷ ମେହେର (୨୬) ଓ ବସନ୍ତ ସୁନା (୧୯) ଦୁହେଁ ମନମୁଣ୍ଡା ଥାନା ଅଞ୍ଚଳର ହୋଇଥିବା ବେଳେ ଜବତ ଗଞ୍ଜେଇର ପରିମାଣ ୨କ୍ୱିଣ୍ଟାଲ ୧୦କେଜି ବୋଲି ପୁଲିସ ପ୍ରକାଶ କରିଛି।

ଏନେଇ ବାଉଁଶୁଣି ଥାନାରେ କେସ ନଂ ୫୬/୨୫ ରେ ଏକ ମାମଲା ରୁଜୁ କରାଯାଇ ଉଭୟ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ପ୍ରକାଶ କରିଛନ୍ତି।

Boudh | contraband

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe