ଅର୍ଥ ଲୋଭରେ ଯୁବପିଢ଼ି ବିପଥଗାମୀ: କରୁଛନ୍ତି ଗଂଜେଇ ଚାଲାଣ

ନୀଳ ଜହର ବା ଗଞ୍ଜେଇ ଚାଷ ପାଇଁ କନ୍ଧମାଳ ଜିଲ୍ଲା ଦୀର୍ଘ ବର୍ଷ ହେଲା ଚର୍ଚ୍ଚାରେ ରହିଆସିଛି। ଜିଲ୍ଲାରେ ଏହି ଚାଷ ନିଜ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଗଞ୍ଜେଇ ଚାଷ ବଢ଼ିବାରେ ଲାଗିଛି।

Contraband in Kandhamal district.

Contraband in Kandhamal district. Photograph: (sambad.in )

ଘୁ.ଉଦୟଗିରି: ନୀଳ ଜହର ବା ଗଞ୍ଜେଇ ଚାଷ ପାଇଁ କନ୍ଧମାଳ ଜିଲ୍ଲା ଦୀର୍ଘ ବର୍ଷ ହେଲା ଚର୍ଚ୍ଚାରେ ରହିଆସିଛି। ଜିଲ୍ଲାରେ ଏହି ଚାଷ ନିଜ କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଗଞ୍ଜେଇ ଚାଷ ବଢ଼ିବାରେ ଲାଗିଛି।ଯେତେ ଚଢ଼ଉ ହେଉଛି, ଯେତେ ଧରା ପଡୁଛନ୍ତି ତାର ବହୁଗୁଣ ଚାଷ ବଢୁଛି। ସେଇ ଅନୁପାତରେ ଚାଲାଣ ବି ବଢୁଛି। ପୁଲିସ ଗୋଡ଼େଇ ଗୋଡ଼େଇ ଧରୁଛି ହେଲେ ଶହେ ଚାଲାଣ ହେଉଥିବା ବେଳେ ମାତ୍ର ଦଶ ଧରାପଡୁଛନ୍ତି।

ସେଇଭଳି ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ଦେଖିବାକୁ ମିଳୁଛି। ବିଶେଷ କରି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବା ବେଳେ ଏହା ଏବେ ଧୀରେଧୀରେ ଅନ୍ୟ ଅଞ୍ଚଳକୁ ମାଳି ଗଲାଣି। କ.ନୂଆଗାଁ ବ୍ଲକ, ବାଲିଗୁଡ଼ା ବ୍ଲକ, ଟିକାବାଲି ବ୍ଲକ, ଦାରିଙ୍ଗବାଡି, ତୁମୁଡ଼ିବନ୍ଧ, କୋଟଗଡ଼, ଟିକାବାଲି ଏବଂ ରାଇକିଆ ବ୍ଲକର କିଛି ଅଞ୍ଚଳରେ ଏହି ନୀଳ ଜହର ଚାଷ ପ୍ରଚୁର ମାତ୍ରାରେ ଚାଲିଛି।

କନ୍ଧମାଳ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏହି ଜିଲ୍ଲା ଜଙ୍ଗଲ ପାହାଡ଼ ପର୍ବତ ଘେରା ଅଞ୍ଚଳ ହୋଇଥିବା ଯୋଗୁଁ ଗଞ୍ଜେଇ ଚାଷର ସୁରାକ ପାଇବା ପୁଲିସ ଏବଂ ଅବକାରୀ ବିଭାଗ ପାଇଁ କଷ୍ଟସାଧ୍ୟ। ଜିଲ୍ଲାରେ ଯେତେ ଗଞ୍ଜେଇ ଚାଲାଣ ମାମଲା ହେଉଛି ଯେତେ ଧରାପଡୁଛନ୍ତି ସମସ୍ତେ ପ୍ରାୟ ଏହି ସବୁ ଅଞ୍ଚଳର ଏବଂ ପ୍ରାୟ ସବୁ କମ ବୟସର।

ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଦିନକୁ ଦିନ ଗଞ୍ଜେଇ ଚାଲାଣର ତରିକା ବଦଳିବାରେ ଲାଗିଛି। ପୂର୍ବରୁ ବସ୍‌ ଯୋଗେ ଗଂଜେଇ ଚାଲାଣ ହେଉଥିଲା। ଏବେ ବାଇକ୍‌, କାରରେ କିଛି ସମୟରେ ଯୁବତୀ ଏବଂ ମହିଳାମାନଙ୍କୁ ଏହି ବେପାରରେ ନିୟୋଜିତ କରାଯାଉଛି। ବଡି ଭୋରରୁ ବାଇକ ଯୋଗେ କାନ୍ଧରେ ବ୍ୟାଗ ଝୁଲେଇ ସେଥିରେ ଗଞ୍ଜେଇ ଭର୍ତି କରି ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ବେଳେ ଏବେ ଗଞ୍ଜେଇ ଚାଷ ହେଉଥିବା ସ୍ଥାନରୁ ସିଧା ସଳଖ ଆଉ ଗଞ୍ଜେଇ ଚାଲାଣ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି ଗଞ୍ଜେଇ ମାଫିଆ। ଏଣୁ ଜିଲ୍ଲାର ପ୍ରମୁଖ ବ୍ୟବସାୟ ପେଣ୍ଟସ୍ଥଳ ଘୁ.ଉଦୟଗିରି କୁ ନୀଳ ଜାହରର ବ୍ୟବସାୟିକ ପେଣ୍ଠସ୍ଥଳି ଭାବେ ବାଛି କିଛି ସ୍ଥାନୀୟ ଲୋକ ଏବଂ ଯୁବକଙ୍କୁ ଧରି ଅନାୟାସରେ ନିଜ ବ୍ୟବସାୟ ଚାଲୁ ରଖିଛନ୍ତି।

Kandhamal | contraband 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe