contraband seized Photograph: (sambad.in)
ରାଉରକେଲା: ଦୁର୍ଦ୍ଦାନ୍ତ ଗଞ୍ଜେଇ ବେପାରୀ ଲେଙ୍ଗଡୁ ମାଝୀକୁ ରାଉରକେଲା ପୁଲିସ ମଙ୍ଗଳବାର ଗିରଫ କରିଛି। ପୁଲିସ ଅଭିଯୁକ୍ତର ପାଖରୁ ୨କିଲୋ ୧୦୦ଗ୍ରାମ ଗଞ୍ଜେଇ ଜବତ କରିଛି।
ଆଜି ସକାଳୁ ଦିନ ପାଟ୍ରୋଲିଂ ସମୟରେ ପ୍ଲାଣ୍ଟ ସାଇଟ୍ ଥାନାର ଏସ୍ଆଇ ସେବତୀ ସିଂହ ଓ ତାଙ୍କର ଟିମ୍ଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ସେକ୍ଟର-୨୧ ନୟାବଜାର ଅଞ୍ଚଳର ହିଲ୍ ଟପ୍ ବସ୍ତିର ସ୍ବର୍ଗତ ବାବୁ ମାଝୀର ପୁଅ ଲେଙ୍ଗଡୁ ମାଝୀ ଗଂଜେଇ ଚୋରା ଚାଲାଣ ପାଇଁ ଉଦ୍ୟମ କରୁଛି। ଏହି ସୂଚନା ଆଧାରରେ ପୁଲିସ ଅଭିଯୁକ୍ତକୁ କାବୁ କରିବା ପାଇଁ ଜାଲ ବିଛାଇଥିଲା। ଲେଙ୍ଗଡୁ ସେହି ସମୟରେ ରାଉରକେଲାର ଗାନ୍ଧୀରୋଡ ନିକଟ ରେଳବାଇ ଓଭର ବ୍ରିଜ୍ ନିକଟରେ ଚଳପ୍ରଚଳ କରୁଥିଲା। ଏହାର ସୁଯୋଗ ନେଇ ପୁଲିସ ଟିମ୍ ଅତର୍କିତ ଚଢ଼ାଉ କରିଥିଲା।
ସେକ୍ଟର-୨୧ ନୟାବଜାର ଅଞ୍ଚଳର ହିଲ୍ ଟପ୍ ବସ୍ତିର ସ୍ବର୍ଗତ ବାବୁ ମାଝୀର ପୁଅ ଲେଙ୍ଗଡୁ ମାଝୀ ଗଂଜେଇ ଚୋରା ଚାଲାଣ ପାଇଁ ଉଦ୍ୟମ କରୁଛି। ଏହି ସୂଚନା ଆଧାରରେ ପୁଲିସ ଅଭିଯୁକ୍ତକୁ କାବୁ କରିବା ପାଇଁ ଜାଲ ବିଛାଇଥିଲା।
ପୁଲିସର ଚଢ଼ାଉ ସମୟରେ ଲେଙ୍ଗଡୁ ପାଖରୁ ୨କିଲୋ ୧୦୦ଗ୍ରାମ ଗଂଜେଇ ମିଳିଥିଲା। ଏହି କାରବାର ନେଇ ଲେଙ୍ଗଡୁ କୌଣସି ବୈଧ ପ୍ରମାଣପତ୍ର ଦେଖାଇପାର ନଥିଲା। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ କହିଛି ଯେ, ଲେଙ୍ଗଡୁ ନାମରେ ରାଉରକେଲାର ୪ଟି ଥାନାରେ ମୋଟ ୨୧ଟି ମାମଲା ରୁଜୁ ହୋଇଛି। ଏଥିରୁ ପ୍ଲାଣ୍ଟ ସାଇଟ୍ ଥାନାରେ ୧୩ଟି, ସେକ୍ଟର-୩ ଥାନାରେ ୪ଟି, ଏସ୍ଆରପି ରାଉରକେଲା ଥାନାରେ ୩ଟି ଓ ସେକ୍ଟର-୧୯ ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି।
sundargarh
Follow Us