୭ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ୍, ଜଣେ ଗିରଫ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ଜାମଖାରି ଛକ ନିକଟରେ ଦଣକ ଠାରୁ ୭ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ୍ କରା ଯାଇଥିବା ବେଳେ ଜଣକୁ ଗିରଫ କରିଥିବା ଜଣାପଡିଛି। 

Contraband seized

Contraband seized Photograph: (Sambad )

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ସମୟରେ ଜାମଖାରି ଛକ ନିକଟରେ ଦଣକ ଠାରୁ ୭ କିଲୋଗ୍ରାମ ୩୦୦ ଗ୍ରାମ ଗଞ୍ଜେଇ ଜବତ୍ କରା ଯାଇଥିବା ବେଳେ ଜଣକୁ ଗିରଫ କରିଥିବା ଜଣାପଡିଛି। 

ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ଅବକାରୀ ବିଭାଗ ଅଧିନରେ ଥିବା ବେଲପଡା ବ୍ଲକର ମଣ୍ଡଳ-କ ପାଣି ରାସ୍ତାରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବଲାଙ୍ଗରର ଅବକାରୀ ଏସପି କୌଣସି ସୂତ୍ରରୁ ସୂଚନା ପାଇଥିଲେ। ତାଙ୍କ ନିର୍ଦେଶରେ ପାଟଣାଗଡ଼ ଅବକାରୀ ଓଆଇସି ରାଜକୁମାର ବେହେରା ନିଜ କର୍ମଚାରୀଙ୍କୁ ନେଇ ସମ୍ପ୍ରୁକ୍ତ ରାସ୍ତାରେ ପେଟ୍ରୋଲିଂ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ।

ଏହି ସମୟରେ ମଣ୍ଡଳ - କ ପାଣି ରାସ୍ତାରେ ଥିବା ଜାମଜୁରୀ ଛକ ଠାରେ ବାଇକ୍ ରେ ଯାଉଥିବା ଜୈନିକ ବ୍ୟକ୍ତି କୁ ସନ୍ଦେହ କରି ଅଟକାଇ ଥିଲେ। ତଲାସି ସମୟରେ ବାଇକ୍ରେ ରଖିଥିବା ବସ୍ତାରୁ ଗଞ୍ଜେଇ ଥିବା ଦେଖି ସମ୍ପ୍ରୁକ୍ତ ଗଞ୍ଜେଇ ଓ ବାଇକ୍ ଜବତ୍ କରି ବ୍ୟକ୍ତି ଜଣକୁ ପାଟଣାଗଡ଼ ଅବକାରୀ ବିଭାଗକୁ ଆଣି ପଚରା ଉଚୁରା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ବ୍ୟକ୍ତି ଜଣକ ଜାମଖାରି ଗ୍ରାମର ସୁଦାମ, ବାରିକ ବୋଲି ଜଣାପଡିଛି।

ଜବତ୍ ହୋଇଥିବା ଗଞ୍ଜେଇର ପରିମାଣ, ୭ କିଲୋ ୩୦୦ ଗ୍ରାମ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ସେହିପରି କୋର୍ଟରେ ସୁଦାମର ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆ ଯାଇଥିବା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe