ପହଲଗାମ ଆତଙ୍କବାଦୀ ଆକ୍ରମଣ: ବିବାଦୀୟ ବୟାନ ଦେଲେ ସାଂସଦ

ସାଂସଦ ସୁଲତା ଦେଓ ପୁଣିଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଦକ୍ଷିଣ କଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଦିନ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ଉପହାସ କରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

BJD MP Sulata Deo

BJD MP Sulata Deo Photograph: (sambad.in)

ଭୁବନେଶ୍ବର: ବିଜେଡିରୁ ରାଜ୍ୟସଭା ସାଂସଦ ସୁଲତା ଦେଓ ପୁଣିଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଦକ୍ଷିଣ କଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଦିନ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ଉପହାସ କରି ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ କହିଛନ୍ତି ଯେ, ଏହି ଆକ୍ରମଣ ଘଟଣାରେ ଯେତିକି ସମୟରେ ଲୋକେ ମରିଛନ୍ତି ସେତିକି ସମୟରେ କାହାର ଧର୍ମ ପଚାରି ହେବନାହିଁ। 

କୌଣସି ଆତଙ୍କବାଦୀ କେବେ ଧର୍ମ ଓ ଜାତି ସହ ବନ୍ଧା ନଥାନ୍ତି। ଗୋଟିଏ ପଟେ ହିନ୍ଦୁ କି ନୁହେଁ ପଚାରି ଆତଙ୍କବାଦୀ ଗୁଳି ମାରିଚାଲିଥିଲେ ବୋଲି ମୃତକଙ୍କ ପରିବାର କହୁଥିବା ବେଳେ ସାଂସଦ ସୁଲତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।  

ସୁଲତାଙ୍କ ମନ୍ତବ୍ୟ ନେଇ ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଯେଉଁମାନେ ଉପହାସ କରୁଛନ୍ତି ସେମାନେ ନିଜେ ଉପହାସ ଯୋଗ୍ୟ। ତାଙ୍କୁ ଲୋକମାନେ ଉପହାସ କରିବା କଥା। ଦୁଃଖର କଥା ଜଣଙ୍କର ଦୁଃଖ ବେଳେ ଆଦୌ ଉପହାସ କରିବା ଉଚିତ ନୁହେଁ। ଆମ ସଂସ୍କୃତି ଆମକୁ ଏହା ଶିକ୍ଷା ଦେଇନି। ଏହିଭଳି କଥା ଆଦୌ ଶୋଭନୀୟ ନୁହେଁ ବୋଲି କହିବା ସହ ସାଂସଦଙ୍କ ବୟାନକୁ ସେ ନିନ୍ଦା କରିଛନ୍ତି। 

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିଜେଡି ରାଜ୍ୟସଭା ସାଂସଦ ଏହି ବୟାନକୁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିନ୍ଦା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏଭଳି ଦୁଃସମୟରେ ଉପହାସ କରିବା ନିନ୍ଦନୀୟ। ଏଭଳି ଲୋକ ରାଜନୀତି କରିବାକୁ ଯୋଗ୍ୟ ନୁହଁନ୍ତି। 

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶ ସହିତ ସମୟ ବିତାଉଥିବା ବେଳେ ଆତଙ୍କବାଦୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨ ଜଣ ଓଡ଼ିଆଙ୍କ ସମେତ ମୋଟ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ମୃତକମାନଙ୍କ ମଧ୍ୟରେ ୨ ଜଣ ବିଦେଶୀ ନାଗରିକ ଥିଲେ। ସେହିପରି ମୃତ ୨୬ ଜଣଙ୍କ ମଧ୍ୟରୁ ଜଣେ ଅଣ ହିନ୍ଦୁ ଥିବା ବେଳେ ଅନ୍ୟମାନେ ହିନ୍ଦୁ ସଂପ୍ରଦାୟର ବୋଲି ମଧ୍ୟ କୁହାଯାଉଛି। 

BJD | politics 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe