ପ୍ୟାକ୍ସ, ଲ୍ୟାମ୍ସରେ ସାରର କଳାବଜାରୀ ନେଇ ସମବାୟ ବିଭାଗର ଚିଠି

ରାଜ୍ୟରେ ସାର ସଂକଟ ଦେଖାଯାଇଛି। ଏହାର ମୁଖ୍ୟ କାରଣ କଳାବଜାରୀ ବୋଲି ଚାରିଆଡ଼େ ଅଭିଯୋଗ ହେଉଛି। ସବୁ ମହଲାରୁ ଅଭିଯୋଗ ଆସିଲା ପରେ ସରକାର ସତର୍କ ହୋଇଯାଇଛନ୍ତି।

ferti

ଭୁବନେଶ୍ବର: ରାଜ୍ୟରେ ସାର ସଂକଟ ଦେଖାଯାଇଛି। ଏହାର ମୁଖ୍ୟ କାରଣ କଳାବଜାରୀ ବୋଲି ଚାରିଆଡ଼େ ଅଭିଯୋଗ ହେଉଛି। ସବୁ ମହଲାରୁ ଅଭିଯୋଗ ଆସିଲା ପରେ ସରକାର ସତର୍କ ହୋଇଯାଇଛନ୍ତି। ପ୍ୟାକ୍ସ ଓ ଲ୍ୟାମ୍ସରେ ସାରର କଳାବଜାରୀ ନେଇ ସମବାୟ ବିଭାଗ  
ସବୁ ଜିଲ୍ଲାକୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ୟାକ୍ସ ଓ ଲ୍ୟାମ୍ସରେ ସାର କଳାବଜାରୀର ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। 

ସମବାୟ ବିଭାଗ ସାରର କଳାବଜାରୀ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ  ସମସ୍ତ ପ୍ୟାକ୍ସ  ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସାର ବଣ୍ଟନକୁ ପ୍ରାଥମିକତା ଦେଇ ସାର ବଣ୍ଟନକୁ ଗୁରୁତ୍ୱ ଦେଉ ବୋଲି କହିଛି। ଏଥି ସହିତ କୁହାଯାଇଛି ଯେ, ସାର ବଣ୍ଟନରେ ସାମିଲ ନହେଲେ ଧାନ କିଣିପାରିବେନି ପ୍ୟାକ୍ସ। 

ୟୁରିଆ ସାରକୁ ନେଇ ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ପ୍ୟାକ୍ସ୍ କୁ ଆସିଥିବା ୟୁରିଆ ସାର ନେବା ପାଇ ଲାଇନ ଲାଗିଛି ଆଧାରକାର୍ଡ। ରାତି ୩ଟାରୁ ଆଧାରକାର୍ଡ ଆଣି ଲାଇନ ଲଗାଇଛନ୍ତି ଚାଷୀ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ବୁଧବାର ସକାଳୁ ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା।

କୃଷି ସମବାୟ ସମିତି ସମ୍ମୁଖରେ ଲାଇନ୍‌ରେ ନାହାନ୍ତି ଚାଷୀ। ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ। ୮ଶହରୁ ଅଧିକ ଚାଷୀ  ଲାଇନ୍‌ରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାର କାର୍ଡକୁ ଲମ୍ବା ଲାଇନ ଲଗାଇଛନ୍ତି। ଗୌର ଗୋଠ ପ୍ୟାକ୍ସ୍ ରେ ୭୬୦ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି।

CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe