ହୋ ଭାଷାର ମାନ୍ୟତା ପାଇଁ ନିଜ ପରିବାରକୁ ଆଗ ସଜାଡ଼ିବା: ମଧୁ କୋଡ଼ା

ହୋ ଭାଷାର ମାନ୍ୟତା ପାଇଁ ଆଗ ନିଜ ନିଜ ପରିବାରକୁ ସଜାଡ଼ିବା ପଡ଼ିବ। ନିଜର ମାତୃଭାଷାର ସୁରକ୍ଷା ଓ ବିକାଶ ପାଇଁ ପ୍ରତ୍ୟେକ ହୋ ଭାଷାଭାଷୀ ନିଜର ଭାଷା, ସଂସ୍କୃତି, ପରମ୍ପରାକୁ ଭଲ ପାଇବା ଦରକାର।

rairangpur1

ରାଇରଙ୍ଗପୁର/ଝରାଡ଼ିହି: ହୋ ଭାଷାର ମାନ୍ୟତା ପାଇଁ ଆଗ ନିଜ ନିଜ ପରିବାରକୁ ସଜାଡ଼ିବା ପଡ଼ିବ। ନିଜର ମାତୃଭାଷାର ସୁରକ୍ଷା ଓ ବିକାଶ ପାଇଁ ପ୍ରତ୍ୟେକ ହୋ ଭାଷାଭାଷୀ ନିଜର ଭାଷା, ସଂସ୍କୃତି, ପରମ୍ପରାକୁ ଭଲ ପାଇବା ଦରକାର। ବହଳଦା ବ୍ଲକ୍ ଅଶନା ପଞ୍ଚାୟତର ଫଟାଟାଙ୍ଗରଠାରେ ୱାରାଂଚିତି ଲିପି ପ୍ରବର୍ତ୍ତକ ଗୁରୁ ଲାକୋ ବଦ୍ରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। 

ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ,କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ସେ ତାଙ୍କରି ବକ୍ତବ୍ୟ ହୋ ସମାଜର ଲୋକମାନେ ସେମାନଙ୍କର ପର୍ବପର୍ବାଣୀକୁ ଗୋଟିଏ ତିଥିରେ ପାଳନ କରିବା ଦରକାର। ଏଥିପାଇଁ ଅନ୍ୟ ସମାଜଠାରୁ ଆମକୁ ଅନୁକରଣ କରିବାର ଆବଶ୍ୟକତା ରହିଛି। ଆମର କ୍ୟାଲେଣ୍ଡର, ରୀତିନୀତି ଅନ୍ୟ ଜାତିଙ୍କ ପରି ଏକ ହେବା ଦରକାର।

ପ୍ରାରମ୍ଭରେ ବ୍ରହ୍ମଚାରୀ ବବି ପଙ୍କଜ ସିର୍କା ପୂଜାର୍ଚ୍ଚନା କରିବା ପରେ ଲାକୋ ବଦ୍ରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ବାରିପଦା ବିଧାୟକ ପ୍ରକାଶଚନ୍ଦ୍ର ସୋରେନ୍, ସାରସକଣା ବିଧାୟକ ଭାଦବ ହାଁସଦାଃ, ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସଞ୍ଜୀବ କୁମାର ମହାନ୍ତି, ଜିଲ୍ଲା ସଭାପତି ଜୁରିଲାଲ୍ ମହାନ୍ତ, ଜିଲ୍ଲା ଉପସଭାପତି ବିପିନ୍ ବିହାରୀ ମହାନ୍ତ, ସାଂସଦଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ମନୋଜ କୁମାର ଦାସ ଓରଫ୍ ବାପି ଦାସ, ହୋ ସମାଜର ବରିଷ୍ଠ ସଙ୍ଗଠକ ମନୋରଞ୍ଜନ ତିରିଆ ପ୍ରମୁଖ ଯୋଗ ଦେଇଥିଲେ।

ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଗଙ୍ଗାଧର ହେମ୍ବ୍ରମ ମଞ୍ଚ ସଂଚାଳନ କରିଥିବା ବେଳେ ଦୁସୁରୁ ଜେରାଇ, ସେଲାୟ ପୂର୍ତ୍ତି, ମାଳତୀ ଆଲଡ଼ା, ରାଜେଶ କୁମାର ବଦ୍ରା, ଧୋନି ବୈପାଇ, ମାଧବଚନ୍ଦ୍ର ଦେଓଗାମ୍, ସିଂରାୟ ଦେଓଗାମ୍, ଶ୍ୟାମସୁନ୍ଦର ସାମାଡ଼, ବିର୍ସା ପୂର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶେଷରେ ବିଧାୟକ ଶ୍ରୀ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe