ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ପଞ୍ଚାୟତିରାଜ ବିଭାଗରେ ୫ ବର୍ଷରେ ୨୮ କୋଟି ଟଙ୍କାର ଦୁର୍ନୀତି ହୋଇଛି: ମନ୍ତ୍ରୀ ରବିନାରାୟଣ ନାୟକ

ବିଧାନସଭାରେ ପୂର୍ବ ବିଜେଡି ସରକାର ଅମଳରେ ହୋଇଥିବା ବଡ଼ ଦୁର୍ନୀତିର ପେଡ଼ି ଖୋଲିଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ।୫ ବର୍ଷରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଛନ୍ତି ମନ୍ତ୍ରୀ ରବିନାରାୟଣ ନାୟକ। 

ଅଦ୍ୟତନ ହୋଇଛି
zxc

ଭୁବନେଶ୍ବର: ବିଧାନସଭାରେ ପୂର୍ବ ବିଜେଡି ସରକାର ଅମଳରେ ହୋଇଥିବା ବଡ଼ ଦୁର୍ନୀତିର ପେଡ଼ି ଖୋଲିଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ପଞ୍ଚାୟତିରାଜ ବିଭାଗରେ ଚାଲିଥିବା ବଡ଼ ଦୁର୍ନୀତିକୁ ଧରିଛନ୍ତି ଖୋଦ୍‌ ପଞ୍ଚାୟତରାଜ ମନ୍ତ୍ରୀ । ଏପରି ସାଙ୍ଘାତିକ ପ୍ରସଙ୍ଗ ଗୃହରେ ଉଠାଇ ଦୁର୍ନୀତିର ପର୍ଦ୍ଦାଫାସ କରିଛନ୍ତି ‌ସେ। ୫ ବର୍ଷରେ ୨୮ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଛନ୍ତି ମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ପଞ୍ଚାୟତିରାଜ ବିଭାଗରେ ଚାଲିଥିବା ବଡ଼ ଦୁର୍ନୀତିର ଗୋଟି ଗୋଟି କରି ହିସାବ ଦେଇଛନ୍ତି ମନ୍ତ୍ରୀ ରବିନାରାୟଣ ନାୟକ। 

ବିଧାନସଭାରେ ମନ୍ତ୍ରୀ ରବିନାରାୟଣ ନାୟକ ରଖିଥିବା ତଥ୍ୟ ଅନୁଯାୟୀ, ୨୦୨୦-୨୧ରେ ୯ କୋଟି  ୧୩ ଲକ୍ଷ ୨୮ ହଜାର  ଟଙ୍କାର ଦୁର୍ନୀତି ରବିନାରାୟଣ ନାୟକ। ସେହିପରି ୨୦୨୧-୨୨  ବର୍ଷରେ  ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କାର ଦୁର୍ନୀତି  ହୋଇଛି।  ୨୦୨୨-୨୩ ବର୍ଷରେ ୯ କୋଟି ୧୭ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ତେଣେ ୨୦୨୩-୨୪ରେ ୩ କୋଟି  ୮୦ ଲକ୍ଷ ୩୭ ହଜାର ଟଙ୍କାର ବଡ଼ ଦୁର୍ନୀତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe