ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା.: ମନ୍ତ୍ରୀ

ଓଡ଼ିଶାରେ ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀ।

ganesh ram

ଭୁବନେଶ୍ବର: ଓଡ଼ିଶାରେ ଆସନ୍ତା ମାସରେ ଆରମ୍ଭ ହେବ ହେବ ପକ୍ଷୀ ଗଣନା। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀ। ଏଥିମଧ୍ୟରୁୁ କେବଳ ନଳବଣକୁ ୨ ଲକ୍ଷ ୧୭ ହଜାର ୧୭୦ ଗୋଟି ବିଦେଶାଗତ ପକ୍ଷୀ ଆସିଛନ୍ତି।

ବିଦେଶାଗତ ପକ୍ଷୀମାନଙ୍କ ପାଇଁ ପ୍ରତି ବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର,୨ ଗୋଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇ ପ୍ରତି ଶିବିରରେ ତିନି ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନରକ୍ଷୀଙ୍କ ଦ୍ଵାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଛି। ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ସେ ଆହୁରି କହିଛନ୍ତି, ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସିପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି। ବିଦେଶାଗତ ପକ୍ଷୀମାନଙ୍କ ପାଇଁ ପ୍ରତି ବର୍ଷ ଅକ୍ଟୋବରରୁ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ୨୧ ଗୋଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର,୨ ଗୋଟି ଭ୍ରାମ୍ୟମାଣ ଦଳ ଗଠନ କରାଯାଇ ପ୍ରତି ଶିବିରରେ ତିନି ଜଣ ସ୍ଥାନୀୟ ଯୁବକ ଏବଂ ଜଣେ ବନରକ୍ଷୀଙ୍କ ଦ୍ଵାରା ଦିବାରାତ୍ର ପ୍ରହରା ଦେଇ ପକ୍ଷୀମାନଙ୍କୁ ସୁରକ୍ଷା ଦିଆଯାଉଛି।

ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe