ବ୍ୟବସାୟ ସାରି ଫେରୁଥିଲେ, ଟ୍ରେନ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା ଗାଁ ନିକଟରେ କୋରାପୁଟ -ବିଶାଖାପାଟଣା ଡିଏମ ୟୁ ଟ୍ରେନ ଧକ୍କା ଦେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇଜଣ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା ବୋଲି ଚି଼ହ୍ନଟ ହୋଇଛି। ଉଭୟେ ସ୍ୱାମୀ ସ୍ତ୍ରୀ।

cg

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ଠାରୁ ୩ କିଲୋମିଟର ଦୂର ଭୂଇଁପାଟଣା  ଗାଁ ନିକଟରେ କୋରାପୁଟ ବିଶାଖାପାଟଣା ଡିଏମ ୟୁ ଟ୍ରେନ ଧକ୍କା ଦେବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇଜଣ ବୁର୍ଜା ଗାଁର ବୁରୁସ ଖରା ଓ ଯମୁନା ଖରା ବୋଲି ଚି଼ହ୍ନଟ ହୋଇଛି। ଉଭୟେ ସ୍ୱାମୀ ସ୍ତ୍ରୀ ହୋଇଥିବା ବେଳେ ସେମାନେ ଗାଁ ଗାଁ ବୁଲି ବ୍ୟବସାୟ କରୁଥିଲେ।

ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁରେ ପହଞ୍ଚି ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହୋଇ ଆସୁଥିଲେ। ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୁଇ ପଟେ ଆସୁଥିଲା। ଉପାୟ ଶୂନ୍ୟ ହୋଇ କେଉଁଆଡେ ହୋଇନପାରିବା ଯୋଗୁଁ ଡିଏମୟୁ ଟ୍ରେନରେ ଉଭୟ ଧକ୍କା ହୋଇଯାଇଥିଲେ।

 ଆଜି ସକାଳୁ ଦୁହେଁ ଭୂଇଁ ପାଟଣା ଗାଁରେ ପହଞ୍ଚି ବ୍ୟବସାୟ ସାରି ଫେରୁଥିବା ବେଳେ ବାଟରେ ପଡୁଥିବା ରେଳ ଲାଇନ ପାର ହୋଇ ଆସୁଥିଲେ। ଘଟଣା ସ୍ଥଳରେ ଦୁଇଟି ଟ୍ରାକ ରହିଥିବା ବେଳେ ଉଭୟ ଟ୍ରାକରେ ଦମ୍ପତି ପାର ହେବା ସମୟରେ ଦୁଇଟି ଟ୍ରେନ ଦୁଇ ପଟେ ଆସୁଥିଲା। ଉପାୟ ଶୂନ୍ୟ ହୋଇ କେଉଁଆଡେ ହୋଇନପାରିବା ଯୋଗୁଁ ଡିଏମୟୁ ଟ୍ରେନରେ ଉଭୟ ଧକ୍କା ହୋଇଯାଇଥିଲେ। ଘଟଣା ସ୍ଥଳରେ ବର୍ତ୍ତମାନ ଲକ୍ଷ୍ମୀପୁର ପୁଲିସ ପହଞ୍ଚିଛି।ଭୂଇଁ ପାଟଣା ନିକଟରେ ବ୍ରିଜ କିମ୍ବା ତୁରନ୍ତ ତାର ବାଡ଼ କରିବା ସକାଶେ ଦାବୀ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe