ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଆଡ଼ିଆ ଗ୍ରାମର ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ଭାନୁମତି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଶଶିକାନ୍ତଙ୍କ ଦେହରେ ବି ନିଆଁ ଲାଗିଯାଇଥିଲା। ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ସେମାନଙ୍କର ଅବସ୍ଥା ଶୋଚନୀୟ ଥିବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Follow Us