ଫସଲ ଜଗିବା ହେଲା କାଳ: ଦମ୍ପତିଙ୍କୁ ଦଳିଦେଲା ବଣୁଆ ହାତୀ

Advertisment

ଫସଲ ଜଗିବା ହେଲା କାଳ। ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ। ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଅଘଟଣ। ମୃତକ ହେଲେ ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା।

ଫସଲ ଜଗିବା ହେଲା କାଳ। ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ। ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଅଘଟଣ। ମୃତକ ହେଲେ ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା।

Untitled

ପାଇକମାଳ: ଫସଲ ଜଗିବା ହେଲା କାଳ। ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଦଳିଦେଲା ବଣୁଆ ହାତୀ। ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଧାନ୍ଦୁପାଲି ଗାଁରେ ଘଟିଛି ଏଭଳି ଏକ ଅଘଟଣ। ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା ନିଜ ବିଲରେ ପରିବା ଚାଷ କରିଥିଲେ। ସବୁଦିନ ପରି ଗତକାଲି ରାତିରେ ଦମ୍ପତି  ରାତିରେ ଫସଲ ଜଗିଥିଲେ।

ଧାନ୍ଦୁପାଲି ଗାଁର ବଳରାମ ରଣା ଓ ଶଶୀ ରଣା ନିଜ ବିଲରେ ପରିବା ଚାଷ କରିଥିଲେ। ସବୁଦିନ ପରି ଗତକାଲି ରାତିରେ ଦମ୍ପତି  ରାତିରେ ଫସଲ ଜଗିଥିଲେ। ଆଜି ସକାଳେ ତାଙ୍କ ପରିବାର ଲୋକ ବିଲକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆଜି ସକାଳେ ତାଙ୍କ ପରିବାର ଲୋକ ବିଲକୁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଓ ଫସଲ ନଷ୍ଟ କରିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe