ବିଦ୍ୟୁତ୍‌ ସର୍ଟ ସର୍କିଟ​ରୁ ଅଗ୍ନିକାଣ୍ଡ: ଜିଅନ୍ତା ଜଳିଗଲେ ଦମ୍ପତି

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗ୍ରାମରେ ସୋମବାର ରାତିରେ ବିଜୁଳି ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ରାଜେଶ ପଟେଲ ରାଜେଶ ପଟେଲ (୨୮) ଓ ତାଙ୍କ ପତ୍ନୀ ରିମା ପଟେଲ (୨୪)।

fire

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗ୍ରାମରେ ସୋମବାର ରାତିରେ ବିଜୁଳି ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ରାଜେଶ ପଟେଲ ରାଜେଶ ପଟେଲ (୨୮) ଓ ତାଙ୍କ ପତ୍ନୀ ରିମା ପଟେଲ (୨୪)।

ପରିବାର ପକ୍ଷରୁ ପ୍ରକାଶ ଯେ, ସୋମବାର ରାତି ୮ଟା ସମୟରେ  ପରିବାରର ୫ ଜଣ ସଦସ୍ୟ ଘରେବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ବିଜୁଳି ସର୍ଟସର୍କିଟ ହୋଇ ଘରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏଥିରେ ରାଜେଶ ଓ ରିମା ପୋଡ଼ି ଯାଇଥିଲେ। ରାଜେଶଙ୍କ ବାପା ମକାରୁ ପଟେଲ ୯ ମାସର ଶିଶୁପୁତ୍ରକୁ ନେଇ ଛାତ ଉପରକୁ ଚାଲି ଯାଇଥିଲେ। ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ ଖଡ଼ିଆଳ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲ‌ା। ସେଠାରେ ଡାକ୍ତର ଆଶ୍ୱାସନା ଯୋଷୀ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖଡ଼ିଆଳ ଏସ୍‌ଡିପିଓ ଉପେନ୍ଦ୍ର ପ୍ରଧାନ ଓ ଥାନା ଅଧିକାରୀ ଦିଲୀପ ସାହୁ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

Nuapada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe