cow loaded trailer seized at sundargarh, one arrested Photograph: (sambad.in)
ସୁନ୍ଦରଗଡ଼: ଆଜି ଭୋର୍ ୩ଟାରେ ବଜରଙ୍ଗ ଦଳ କର୍ମୀଙ୍କ ସହାୟତାରେ ସଦର ଥାନା ପୁଲିସ ସବଡେଗା ରାସ୍ତାର ପଞ୍ଚ ମହଲା ନିକଟରୁ ଏକ ଗୋରୁ ବୋଝେଇ ଟ୍ରେଲର୍ ଜବତ କରିଛି। ଗାଡ଼ିରୁ ୨୫ଟି ବଳଦ ଓ ଗୋଟିଏ ଗାଈକୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଥିବାବେଳେ ଚାଳକ ଫେରାର ହୋଇଯାଇଛି। ଗିରଫ ବ୍ଯକ୍ତି ହେଲେ ରାଜସ୍ଥାନ ଜୟପୁର ଏସ୍. ମହମ୍ମଦ (୨୫)। ଗାଡ଼ିଟି (ୟୁପି ୮୦ ସିଟି ୫୭୫୦)ରେ ଝାରସୁଗୁଡ଼ା ଅଞ୍ଚଳରୁ ଗୋରୁ ବୋଝେଇ କରି ରାଜସ୍ଥାନ ଜୟପୁର ଚାଲାଣ କରୁଥିଲେ। ଭଷ୍ମା ମସ୍ନିକାନି ଟୋଲଗେଟ୍ ର ଏକ ଗେଟ୍ ଭାଙ୍ଗି ଦ୍ରୁତଗତିରେ ସୁନ୍ଦରଗଡ଼ ଆଡ଼କୁ ଯାଇଥିଲା।
ଚାଳକ ଫେରାର
ସୂଚନା ପାଇ ବଜରଙ୍ଗ ଦଳ ପଛରୁ ଗୋଡ଼ାଇ ମଧ୍ୟରାତ୍ରରେ ସବଡେଗା ପଞ୍ଚମହଲା ନିକଟରେ ଧରିଥିଲେ। ଏହି ସମୟରେ କୌଶଳକ୍ରମେ ଚାଳକ ଫେରାର ହୋଇ ଯାଇଥିବାବେଳେ ସହଯୋଗୀଙ୍କୁ ଅଟକ ରଖି ସଦର ପୁଲିସକୁ ଖବର ଦେଇଥିଲେ। ପୁଲିସ ଭୋର୍ ୩ଟାରେ ପହଞ୍ଚି ଗାଡ଼ିକୁ ଜବତ କରିଥିଲେ।
Girl Student Death ଝାଡ଼ାଵIନ୍ତିରେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ
Follow Us