ବେଆଇନ ଗୋ-ଚାଲାଣକୁ ନେଇ ଉତ୍ତେଜନା: ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କଲେ ଗୋମାଫିଆ, ବିଳମ୍ବରେ ପହଞ୍ଚିଲା ଖନ୍ତାପଡ଼ା ପୁଲିସ

Advertisment

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ବେଆଇନ ଗୋ-ଚାଲାଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଗୋମାଫିଆମାନେ ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେl ଖନ୍ତାପଡ଼ା ଥାନା ପୁଲିସ ସେଠାରେ ବିଳମ୍ବରେ ପହଞ୍ଚିଥିଲେ l ସେତେବେଳକୁ  ଗୋମାଫିଆମାନେ ପିକଅପଟିକୁ ନେଇ ଫେରାର ହୋଇଯାଇଥିଲେ l

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ବେଆଇନ ଗୋ-ଚାଲାଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଗୋମାଫିଆମାନେ ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେl ଖନ୍ତାପଡ଼ା ଥାନା ପୁଲିସ ସେଠାରେ ବିଳମ୍ବରେ ପହଞ୍ଚିଥିଲେ l ସେତେବେଳକୁ  ଗୋମାଫିଆମାନେ ପିକଅପଟିକୁ ନେଇ ଫେରାର ହୋଇଯାଇଥିଲେ l

nj

ବାଲେଶ୍ୱର/ଖନ୍ତାପଡ଼ା/ ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଛକରେ ବେଆଇନ ଗୋ-ଚାଲାଣକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଦୁଇଗୋଷ୍ଠୀ ମୁହାଁମୁହିଁ। ଢେଲାପଥର ମାଡ଼ ସହ ଫୁଟିଲା ଗୁଳି। ସାଧାରଣ ଲୋକଙ୍କ ଗାଡ଼ି ଜାଲିଦେଲେ ଗୋମାଫିଆ। ବିଳମ୍ବରେ ପହଞ୍ଚିବାରୁ ପୁଲିସ ଗାଡ଼ି ଭଙ୍ଗାରୁଜା ଓ ରାସ୍ତାରୋକ ହୋଇଛି।

ଗତକାଲି ବିଳମ୍ବିତ ରାତିରେ କିଛି ଲୋକେ ଏକ ଗୋରୁ ବୋଝେଇ ପିକଅପକୁ ପିଛା କରିଥିଲେ l ତେଣୁ ପିକଅପଟି ରାସ୍ତାକଡ଼ରେ ଥିବା ଏକ ଦୋକାନକୁ ଧକ୍କା ଦେଇଥିଲା l ପରେ ଡ୍ରାଇଭର କିଛି ଗୋମାଫିଆଙ୍କୁ ଫୋନ କରିବା ପରେ ସେମାନେ ସେଠାକୁ ଆସି ପିଛା କରୁଥିବା ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେl ଏଥିସହିତ ସେମାନେ ଗୋଟିଏ କାର ଓ ତିନିଟି ବାଇକକୁ ଭାଙ୍ଗି ଦେଇଥିଲ l ପୁଲିସକୁ ଲୋକେ ଫୋନ କରିଥିଲେ ମଧ୍ୟ ଖନ୍ତାପଡ଼ା ଥାନା ପୁଲିସ ସେଠାରେ ବିଳମ୍ବରେ ପହଞ୍ଚିଥିଲେ l ସେତେବେଳକୁ  ଗୋମାଫିଆମାନେ ପିକଅପଟିକୁ ନେଇ ଫେରାର ହୋଇଯାଇଥିଲେ l ପୁଲିସ ବିଳମ୍ବରେ ପହଞ୍ଚିବାରୁ ଗୋପାଳପୁର-ବାଲେଶ୍ୱର ସ୍ଲଟ ରୋଡ୍ ଅବରୋଧ କରିଛନ୍ତି l ପୁଲିସ ଗୋମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ଗତକାଲି ବିଳମ୍ବିତ ରାତିରେ କିଛି ଲୋକେ ଏକ ଗୋରୁ ବୋଝେଇ ପିକଅପକୁ ପିଛା କରିଥିଲେ l ତେଣୁ ପିକଅପଟି ରାସ୍ତାକଡ଼ରେ ଥିବା ଏକ ଦୋକାନକୁ ଧକ୍କା ଦେଇଥିଲା l ପରେ ଡ୍ରାଇଭର କିଛି ଗୋମାଫିଆଙ୍କୁ ଫୋନ କରିବା ପରେ ସେମାନେ ସେଠାକୁ ଆସି ପିଛା କରୁଥିବା ଲୋକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେl ଏଥିସହିତ ସେମାନେ ଗୋଟିଏ କାର ଓ ତିନିଟି ବାଇକକୁ ଭାଙ୍ଗି ଦେଇଥିଲ l 

bh

ପୁଲିସକୁ ଲୋକେ ଫୋନ କରିଥିଲେ ମଧ୍ୟ ଖନ୍ତାପଡ଼ା ଥାନା ପୁଲିସ ସେଠାରେ ବିଳମ୍ବରେ ପହଞ୍ଚିଥିଲେ l ସେତେବେଳକୁ  ଗୋମାଫିଆମାନେ ପିକଅପଟିକୁ ନେଇ ଫେରାର ହୋଇଯାଇଥିଲେ l ପୁଲିସ ବିଳମ୍ବରେ ପହଞ୍ଚିବାରୁ ଗୋପାଳପୁର-ବାଲେଶ୍ୱର ସ୍ଲଟ ରୋଡ୍ ଅବରୋଧ କରିଛନ୍ତି l ଲୋକେ ଏଥିଲାଗ ପୁଲିସକୁ ଦାୟୀ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପୁଲିସ ଆଖି ଆଗରେ ଗୋମାଫିଆମାନେ ଗୋରୁ ବୋଝେଇଗାଡ଼ିକୁ ନେଇ ଚାଲିଯାଇଥିଲେ। ପୁଲିସ ଗୋମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି। ଲୋକେ ଧରିବାକୁ ଅନୁରୋଧ କରିଥିଲେ ବି ପୁଲିସ ଅକ୍ଷମତା ପ୍ରକାଶ କରିଥିଲା।

nj

ଘଟଣା ସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦିବ୍ୟଜ୍ୟୋତି ଦାସ, ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ସହିତ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି। ପୁଲିସ ତିନି ଜଣଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe