ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ଆତଙ୍କ! ବନବିଭାଗ କହିଲା ଏମିତି...

Advertisment

ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ଦେଖାଦେବା ପରିବେଶବିତ୍‌ଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ହେଲେ ବାଘ କ୍ଷତି କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଗତ ୧ରୁ ୯ ତାରିଖ ମଧ୍ୟରେ ତିନୋଟି ଗାଈ, ଗୋଟିଏ ବଳଦକୁ ବାଘ ମାରି ଦେଇଥିବା ବେଳେ ଗୋଟିଏ ମଇଁଷି ଓ ଗୋଟିଏ ଘୁଷୁରୀକୁ କ୍ଷତାକ୍ତ କରିଛି।

ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ଦେଖାଦେବା ପରିବେଶବିତ୍‌ଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ହେଲେ ବାଘ କ୍ଷତି କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଗତ ୧ରୁ ୯ ତାରିଖ ମଧ୍ୟରେ ତିନୋଟି ଗାଈ, ଗୋଟିଏ ବଳଦକୁ ବାଘ ମାରି ଦେଇଥିବା ବେଳେ ଗୋଟିଏ ମଇଁଷି ଓ ଗୋଟିଏ ଘୁଷୁରୀକୁ କ୍ଷତାକ୍ତ କରିଛି।

Similipal National Park

ବାଙ୍ଗିରିପୋଷି(ପ୍ରଭାତ କୁମାର ହୋତା): ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ଦେଖାଦେବା ପରିବେଶବିତ୍‌ଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି। ହେଲେ ବାଘ କ୍ଷତି କରୁଥିବାରୁ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଗତ ୧ରୁ ୯ ତାରିଖ ମଧ୍ୟରେ ତିନୋଟି ଗାଈ, ଗୋଟିଏ ବଳଦକୁ ବାଘ ମାରି ଦେଇଥିବା ବେଳେ ଗୋଟିଏ ମଇଁଷି ଓ ଗୋଟିଏ ଘୁଷୁରୀକୁ କ୍ଷତାକ୍ତ କରିଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଡ଼ଗାଁ ରେଂଜ ଚାକିଡ଼ି ପଞ୍ଚାୟତ ବାରିବେଡ଼ା ଓ ସୋରିଷପାଳ ପଞ୍ଚାୟତ ନେଦାମ ଶିମିଳିପାଳ ଅଭୟାରଣ୍ୟରେ ବାଘ ଆକ୍ରମଣରେ ଗୋରୁ ମରିଥିବା ଜଣାପଡ଼ିଛି।

ବାରିବେଡ଼ାର ଚାଷୀ ଦୁଲାରାମ ମୁର୍ମୁ, କୁଶାଲ ମୁର୍ମୁ, ଲାଛୁରାମ ମୁର୍ମୁ  ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ଛାଡ଼ି ଥିବା ବେଳେ ତିନୋଟି ଗାଈଙ୍କୁ ବାଘ ଆକ୍ରମଣ କରି ମାରି ଦେଇଥିଲା। ନିଖୋଜ ଗାଈଙ୍କୁ ଜଙ୍ଗଲରେ ଖୋଜିବାରୁ ଏହାର ମୃତଦେହ ଠାବ ହୋଇଥିଲା। ଏହି ଘଟଣା ଗତ ୧ ତାରିଖ ଓ ୩ ତାରିଖ ଦିନ ଦେଖିବାକୁ ମିଳିଥିଲା। ପାଦ ଚିହ୍ନରୁ ବାଘ ବୋଲି ଜଣାପଡ଼ିଲା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। କିଛି ଗ୍ରାମବାସୀ କଳାବାଘ ଦେଖିଥିବା ଦୃଢ଼କ୍ତି ପ୍ରକାଶ କରିଛନ୍ତି। ମାତ୍ର ବନବିଭାଗ ଏହାକୁ ଖଣ୍ଡନ କରିଛି। ପାଦ ଚିହ୍ନରୁ ଏହା କଲରାପତରିଆ ବୋଲି ଅନୁମାନ କରିଛି।

ସେହିପରି ଗତ ୯ ତାରିଖ ସୋରିଷପାଳ ପଞ୍ଚାୟତ ନେଦାମ ଶିମିଳିପାଳ ଅଭୟାରଣ୍ୟରେ ଜିତୁ ମାରାଣ୍ଡିଙ୍କ ଏକ ବଳଦକୁ ବାଘ ମାରିଦେଇଥିବା ଦେଖିବାକୁ ମିଳିଛି। ଗୋଟିଏ ମଇଁଷି ଓ ଘୁଷୁରୀକୁ କ୍ଷତାକ୍ତ କରିପକାଛି। ଖବର ପାଇ ବଡ଼ଗାଁ ରେଂଜ ମନୋଜ ନାଏକ ସହିତ ଫରେଷ୍ଟର ସଂଜୟ କୁମାର ସେଠୀ ଓ କର୍ମଚାରୀ ଘଟଣାସ୍ଥଳ ବୁଲି ଦେଖିଛନ୍ତି।

ମୃତ ଗୋରୁଙ୍କ ଶବ ବ୍ୟବଚ୍ଛେଦ ପରେ ଜଙ୍ଗଲରେ ପୋଡ଼ି ଦିଆଯାଇଛି। ରକ୍ତ ପଡ଼ିଥିବା ସ୍ଥାନକୁ ସଫା କରାଯାଇଛି। ଜଙ୍ଗଲରେ ବାଘ ଚିହ୍ନଟ ପାଇଁ କ୍ୟାମେରା ଲାଗିଛି। ପାଦ ଚିହ୍ନରୁ କଲରାପତରିଆ ବାଘ ବୋଲି ଅନୁମାନ କରାଯାଏ ବୋଲି ରେଞ୍ଜର ମନୋଜ ନାଏକ କହିଛନ୍ତି। ଚାଷୀଙ୍କୁ ବଳଦପିଛା ୩୭ ହଜାର ୫୦୦, ଛେଳି ଘୁଷୁରୀ ପାଇଁ ୪-୫ ହଜାର ଟଙ୍କା ସରକାର ତରଫରୁ ପାଇବେ ଚାଷୀ ବୋଲି ଜଣାପଡ଼ିଛି। ଅତି ଶିଘ୍ର ଚାଷୀ କ୍ଷତିପୂରଣ ପାଇବେ ବୋଲି ରେଞ୍ଜର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe