ନିରଂଜନରେ ଗୋ-ଖୁଣ୍ଟା ପରବ, ରାବଣ ପୋଡ଼ି ଧୁମଧାମରେ ପାଳିତ

ରାଇରଙ୍ଗପୁର ବ୍ଲକ୍ ସାନପାଖନା ଗ୍ରାମପଞ୍ଚାୟତ ନିରଞନ ଗ୍ରାମରେ ଦୀପାବଳି ଅବସରରେ ଗୋ-ଖୁଣ୍ଟା ପରବ ଓ ରାବଣ ପୋଡ଼ି ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ନିରଂଜନ ହାଟ ନିକଟସ୍ଥ ଏକ ବିଶାଳ ପଡ଼ିଆରେ ବହୁ ସୁଜ୍ଜିତ ଗୋରୁମାନଙ୍କୁ ଖୁଣ୍ଟରେ ବନ୍ଧା ଯାଇଥିଲା।

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ସାନପାଖନା ଗ୍ରାମପଞ୍ଚାୟତ ନିରଞନ ଗ୍ରାମରେ ଦୀପାବଳି ଅବସରରେ ଗୋ-ଖୁଣ୍ଟା ପରବ ଓ ରାବଣ ପୋଡ଼ି ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ନିରଂଜନ ହାଟ ନିକଟସ୍ଥ ଏକ ବିଶାଳ ପଡ଼ିଆରେ ବହୁ ସୁଜ୍ଜିତ ଗୋରୁମାନଙ୍କୁ ଖୁଣ୍ଟରେ ବନ୍ଧା ଯାଇଥିଲା। ପରେ ଗ୍ରାମର ମହିଳାମାନେ ଗୋରୁ ଓ ଗାଈଙ୍କୁ ବନ୍ଦାପଣା କରିବା ପରେ ଗୋରୁ ଆଣିଥିବା ମାଲିକ ଓ ତାଙ୍କ ଟିମ୍ ସହିତ ଗୋରୁଙ୍କୁ ବାଜାବଜାଇ, ବାଣ ଫୁଟାଇ ବାନ୍ଦଣା ଗୀତ ଗାଈ ନଚାଇ ଥିଲେ।

publive-image

ଗ୍ରାମର ନାଏକେ ବାବା ଶ୍ୟାମସୁନ୍ଦର ମୁର୍ମୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଗୋ- ଖୁଣ୍ଟା ପ୍ରତିଯୋଗିତାରେ ସିମିଳିନାଳିର ଉପେନ୍ଦ୍ରନାଥ ବିନ୍ଧାଣୀଙ୍କ ଗୋରୁକୁ ପ୍ରଥମ ପୁରସ୍କାର ଓ ସାନପାଖନା ଗ୍ରାମର ନାରାନ ମହାନ୍ତଙ୍କ ଗୋରୁକୁ ଦ୍ୱିତୀୟ ପୁରସ୍କାର ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସଂଘର ସଭାପତି ନିରଞନ ଗୋଆଲା, ଉପସଭାପତି ଗୁରୁଚରଣ କାଳନ୍ଦୀ, ସମ୍ପାଦକ ରବିଶଙ୍କର କାଳନ୍ଦୀ, ସହସମ୍ପାଦକ ରହିଦାସ ବେହେରା, କୋଷାଧକ୍ଷ ସୁରେନ୍ଦ୍ର ନାଥ ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ରାବଣ ପୋଡି ଉତ୍ସବ  ହୋଇଥିଲା। ଏଥିରେ ଆଖପାଖ ଅଂଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସଦସ୍ୟ ବିକାଶ କାଳନ୍ଦୀ, ଲିଟୁ ଗୋଆଲା, ଟିଟୁ ମହାନ୍ତ, ରାଜେଶ ବେହେରା, ଗଗନ ମାଝୀ, ଲଳିତ କାଳନ୍ଦୀ, ରାହୁଲ ଟୁଡୁ, ମେଘନାଥ ହେମ୍ବ୍ରମ, ଭିକାରୀ ଚରଣ ଟୁଡୁ, ଶଙ୍କର ଚରଣ ଟୁଡୁ, ସୁରୁ ନାଏକ, ମୋଟୁ ହେମ୍ବ୍ରମ, ବିଶ୍ୱନାଥ ଟୁଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe